୫୦ ହଜାର ଟଙ୍କା ଋଣ କରିବାକୁ ଯାଇଥିଲେ ଚା' ଦୋକାନୀ : ଜଣାପଡିଲା ତାଙ୍କ ନାଁରେ ଆଗରୁ ଅଛି ୫୧ କୋଟି ଟଙ୍କା ଋଣ

Published By : Prameya-News7 Bureau | July 22, 2020 IST

କୁରୁକ୍ଷେତ୍ର ୨୨/୦୭ : ହରିୟାଣା କୁରୁକ୍ଷେତ୍ରରେ ଚା' ବିକୁଥିବା ରାଜକୁମାର ଏକ ଫାଇନାନ୍ସ କମ୍ପାନୀରୁ ୫୦ ହଜାର ଟଙ୍କା ଋଣ କରିବାକୁ ଗଲେ କିନ୍ତୁ କମ୍ପାନୀ ଋଣ ଦେବାକୁ ମନା କରିଦେଇଥିଲା | ଋଣ ନ ଦେବାର କାରଣ ଜାଣିଲେ ଆପଣ ଚକିତ ହୋଇଯିବେ | କମ୍ପାନୀ କହିଥିଲା ରାଜକୁମାର ନାଁରେ ଆଗରୁ ହିଁ ୫୧ କୋଟି ଟଙ୍କାର ଋଣ ଅଛି | ଏହା ଶୁଣି ରାଜକୁମାରର ହୋସ ଉଡ଼ିଗଲା | 

ଦୟାଲପୁର ଗାଁର ରାଜକୁମାର ଧର୍ମନଗରୀ କୁରୁକ୍ଷେତ୍ରରେ ଆହୁବାଲିୟା ଛକରେ ଚା' ବିକି ନିଜ ପରିବାର ଗୁଜୁରାଣ କରନ୍ତି | ଲକଡାଉନ ଯୋଗୁଁ ତାଙ୍କ ଚା ଦୋକାନ ବନ୍ଦ ହୋଇଗଲା ଓ ଘର ଖର୍ଚ୍ଚ ପାଇଁ କିଛିଟଙ୍କା ଋଣ କରିଥିଲେ | ସେହି ଋଣ ଶୁଝିବା ପାଇଁ ସେ ଫାଇନାନ୍ସ କମ୍ପାନୀରୁ ୫୦ ହଜାର ଟଙ୍କା ଋଣ କରିବାକୁ କହିଥିଲେ | କିନ୍ତୁ କମ୍ପାନୀ ତାଙ୍କୁ ଋଣ ଦେବାକୁ ମନା କରିଦେଇଥିଲା | 

{"id":303983,"sizeSlug":"large"}

କମ୍ପାନୀ କହିଥିଲା ଯେ ରାଜକୁମାରଙ୍କ ଉପରେ ଅଲଗା ଅଲଗା ବ୍ୟାଙ୍କର ପାଖାପାଖି ୫୧ କୋଟି ଟଙ୍କା ଋଣ ରହିଛି | ସେଥିପାଇଁ ତାଙ୍କୁ ଆଉ ଋଣ ଦିଆଯିବ ନାହିଁ | ନିଜ ଉପରେ ୫୧ କୋଟି ଟଙ୍କା ଋଣ ଥିବା ଶୁଣି ରାଜକୁମାରଙ୍କ ତଣ୍ଟି ଶୁଖିଗଲା | ସେ ଅତ୍ୟନ୍ତ ଚିନ୍ତିତ ହୋଇପଡିଲେ | କଣ କରିବେ ସେ କିଛି ବୁଝି ପାରୁନଥିଲେ | ବ୍ୟାଙ୍କର ଭୁଲ ଯୋଗୁଁ ରାଜକୁମାରଙ୍କ ଉପରେ ଏତେ ଋଣ ଥିଲା | ଲୋକେ ତାଙ୍କୁ ଟଙ୍କା ବି ମାଗିବାକୁ ଆସୁଥିଲେ | ଯିଏ ଚା' ବିକ୍ରି କରି ବଡ କଷ୍ଟରେ ନିଜ ପରିବାର ଚଳାଉଥିଲା ସେ ଭଲା ଏତେ ଟଙ୍କା ଋଣ କେମିତି ସୁଝିଥାନ୍ତା | ସେ ବୁଝି ପାରୁନଥିଲା କିଭଳି ବ୍ୟାଙ୍କକୁ କହିବା ଯେ ଏତେ ଟଙ୍କା ଋଣ ଯିଏ କରିଛି ସେ ନୁହେଁ ସେ ଆଉଜଣେ କିଏ | ସିଷ୍ଟମର ଗୋଟିଏ ଭୁଲ ପାଇଁ ଗରିବ ଚା'ଵାଲା ଏତେ ବଡ ସମସ୍ୟାରେ ଫସିଗଲା |

{"id":303984,"sizeSlug":"large"}

ରାଜକୁମାର କହିଛନ୍ତି ଯେ ଯେଉଁ ସ୍ଥରରେ ଭୁଲ ହୋଇଛି ସେଥିପାଇଁ ରାଜକୁମାରଙ୍କ ସମସ୍ୟା ବଢିଯାଇଛି | ସେଥିପାଇଁ ଦରକାର ସମୟରେ ମଧ୍ୟ ସେ କୌଣସି ବ୍ୟାଙ୍କରୁ ଋଣ କରି ପାରୁନାହାନ୍ତି | ଏହି ଭୁଲକୁ ଶୀଘ୍ର ସୁଧାରିବା ପାଇଁ ସେ ଅଭିଯୋଗ କରିଛନ୍ତି | ଲିଡ଼ ବ୍ୟାଙ୍କ ମ୍ୟାନେଜର ହରି ସିଂହ କହିଛନ୍ତି ଯେ ସିବିଲରେ ଚା' ଦୋକାନ ଚଲାଉଥିବା ଜଣେ ବ୍ୟକ୍ତିଙ୍କ ଖାତାରେ ଏତେ ଟଙ୍କା ଋଣ ଦେଖାଇବା ନିଶ୍ଚୟ କୌଣସି ଟେକ୍ନିକାଲ ଭୁଲ ଯୋଗୁଁ ହୋଇଛି | ରାଜକୁମାର ବ୍ୟାଙ୍କ ମ୍ୟାନେଜରଙ୍କୁ ସାକ୍ଷାତ କରି ସିବିଲ ଠିକ କରିପାରିବେ ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.