୫୦ ଦିନରେ କୃଷକ ଆନ୍ଦୋଳନ : ସୁପ୍ରିମକୋର୍ଟଙ୍କ କମିଟିକୁ ନାପସନ୍ଦ, ଲୋହରୀରେ ପୋଡିବେ କୃଷି ଆଇନ୍‌ର ଦସ୍ତାବିଜ୍

Published By : Prameya-News7 Bureau | January 13, 2021 IST

ନୂଆଦିଲ୍ଲୀ ୧୩।୦୨: ନୂତନ କୃଷି ଆଇନ୍‌ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହାପରେ ବି କୃଷକମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗଠନ କରାଯାଇଥିବା କମିଟିକୁ ନେଇ ବିବାଦ ଆରମ୍ଭ ହୋଇଯଆଇଛି । କମିଟି ଗଠନ ହେବା ପରେ ବି କୃଷକମାନେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ସେହିପରି ବୁଧବାର ଦିନ ଲୋହରୀ ଦିନ କୃଷକମାନେ କୃଷି ଆଇନ୍‌କୁ ନିଆଁରେ ପୋଡିବାକୁ ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ,କୃଷକମାନେ ଆସନ୍ତା ୨୬ତାରିଖ ଦିନ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଟ୍ରାକ୍ଟର ରାଲିକୁ ନେଇ ସୁପ୍ରିମକୋର୍ଟ ଆନ୍ଦୋଳନରତ କୃଷକମାନଙ୍କୁ ନୋଟିସ୍‌ ଜାରି କରିଛନ୍ତି ।

ସେହିପରି କୃଷକ ସଂଗଠନମାନେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠନ କରାଯାଇଥିବା କମିଟି ଆଗରେ ଉପସ୍ଥିତ ହେବେ ନାହିଁ । ଗତକାଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ୩ଟି ନୂତନ କୃଷି ଆଇନ୍‌ ଉପରେ ରୋକ ଲଗାଇଛନ୍ତି । ଯାହାକୁ କୃଷକମାନେ ସ୍ୱାଗତ କରିଛନ୍ତି ।

ତେବେ ତୁରନ୍ତ ଏହି ବିବାଦର ସମାଧାନ କରିବା ପାଇଁ ଏକ କମିଟି ଗଠନ କରିଯାଇଛି । ଯାହାକି କୃଷକ ଓ ସରକାରଙ୍କ ମଧ୍ୟରେ ସମାଧାନର ସୁତ୍ର ବାହାର କରିବେ । କିନ୍ତୁ ଚୟନ କରାଯାଇଥିବା କମିଟିର ସଦସ୍ୟମାନେ ସରକାରଙ୍କ ସମର୍ଥକ ବୋଲି କୃଷକମାନେ ଦାବି କରୁଛନ୍ତି । ତେଣୁ କମିଟିର ସ୍ୱଚ୍ଛତା ନେଇ ସନ୍ଦେହ ଆସୁଛି ବୋଲି କୃଷକମାନେ କହିଛନ୍ତି ।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଚୟନ କରିଯାଇଥିବା କମିଟି ସଦସ୍ୟ କହିଛନ୍ତି ଯେ, ସୁପ୍ରିମକୋର୍ଟ କମିଟି ଗଠନ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କମିଟି କାମ କରିବ , ଏବଂ ରିପୋର୍ଟ ମଧ୍ୟ କୋର୍ଟ ସମ୍ମୁଖରେ ରଖାଯିବ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ୩ଟି ନୂତନ କୃଷି ଆଇନକୁ ବିରୋଧ କରି ଅନେକ କୃଷକ ସଂଘଠନମାନେ ଆଲ୍ଦୋଳନ ଜାରି ରଖିଛନ୍ତି । ଗତ ୫୦ଦିନ ଧରି ଦିଲ୍ଲୀ ସୀମାନେ ଆନ୍ଦୋଳନରେ ବସିରହିଛନ୍ତି କୃଷକ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି କୃଷକ ସଂଗଠନ କହିସାରିଛନ୍ତି ।

ଏପରିକି କୃଷକ ଓ ସରକାରଙ୍କ ମଧ୍ୟରେ ୭ରୁ ଅଧିକ ଥର ବୈଠକ ବସିସାରିଲାଣି । କିନ୍ତୁ କୌଣସି ସୁଫଳ ମିଳିପାରୁନାହିଁ । ଶେଷରେ ସୁପ୍ରିମକୋର୍ଟ ନିଜର ସୁପ୍ରିମ ଫଇସଲା ଶୁଣାଇଛନ୍ତି । କୃଷି ଆଇନ୍‌ ଉପରେ ରୋକ ଲଗାଇଛନ୍ତି । ବିବାଦର ସମାଧାନ ପାଇଁ ଏକ କମିଟି ଗଠନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.