Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସର ଚଢାଉ : ୫୦କେଜି ଗଞ୍ଜେଇ ଜବତ, ୪ଗିରଫ

ଲମତାପୁଟ ୦୧।୧୨: ଗଞ୍ଜେଇ ଚୋରାଚାଲାଣ ବେଳେ ୫୦କେଜି ଗଞ୍ଜେଇ ସହ ଅଟୋ ଜବତ ।  ରାତିରେ ପାଟ୍ରୋଲିଂ ସମୟରେ ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ମାଛକୁଣ୍ଡ  ପୋଲିସ ଏବଂ ଲମତାପୁଟ ପୋଲିସ ମିଳିତ ଭାବେ ତୁସୁବା ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଓଟୋ କୁ ଅଟକାଇଥିଲେ , ପରେ ଅଟୋକୁ ଯାଞ୍ଚ କରିବାରୁ ପ୍ରାୟ ୫୦ କେଜି ଗଞ୍ଜେଇ ଥିବା ଜଣାପଡିଥିଲା ।ଗଞ୍ଜେଇ ଜବତସହ ଅଟୋରେ ଥିବା ୪ ଜଣ ଯୁବକକୁ ଗିରଫ କରିଛି ପୋଲିସ ।  ଏହି ଗଞ୍ଜେଇ ଏନୁଗୁ ଗ୍ରାମରୁ ଜୟପୁର ଚୋରା ଚାଲାଣ କରାଯାଉଥିଲା  ।

ଗଞ୍ଜେଇର ମୂଲ୍ୟ ପ୍ରାୟ ୨ଲକ୍ଷ ୫୦ ହଜାର ଟଙ୍କା ହେବାର ଅନୁମାନ କରୁଛି ପୋଲିସ । ଅଟକଥିବା ଯୁବକ ଜଣେ  ମାହାଡା ଏବଂ ୩ ଜଣ ଏନୁଙ୍ଗୁ ଗ୍ରାମ ବୋଲି ପୋଲିସ ସୂଚନା ଦେଇଛି ।  ଅଟକ ଥିବା ଯୁବକଙ୍କୁ ପଚରାଊଚାର କରୁଛି ପୋଲିସ । ଏମାନେ ଜୟପୁରରେ କାହାକୁ ଏହି ଗଞ୍ଜେଇ ଦେବାର ଥିଲା ଏବଂ ସେଠାରୁ କେଉଁଠିକୁ ଚାଲାଣ ହୋଇଥାନ୍ତା ଏହାକୁ ନେଇ ତଦନ୍ତ ଜାରି ରଖିଛନ୍ତି ।  ଚଳିତ ମାସ ଗଞ୍ଜେଇ ଚାଷ ଅମଳ ସମୟ ତେଣୁ ଗଞ୍ଜେଇ ଚୋରା ଚାଲାଣ ବିପୁଳ ପରିମାଣ ହେବାର ଆଶଙ୍କା ଥିବାରୁ ପୋଲିସ ପେଟ୍ରୋଲିଂ କୁ କଡାକଡି କରିଛି । 

47 Views

   ସମ୍ବନ୍ଧିତ ଖବର