Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ୱରରୁ ଆଉ ୫୦୫ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୩୪୫

29/08/2020 at 8:46 PM

ଭୁବନେଶ୍ୱର, ୨୯|୦୮:  ଭୁବନେଶ୍ୱରରୁ ଶନିବାର ରେକର୍ଡ ସଂଖ୍ୟକ ୫୦୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୫୦୬ରେ ପହଁଚିଛନ୍ତି ।

ଏହାସହ ୩୪୫ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସୂଚନାଯୋଗ୍ୟ, ରାଜଧାନୀରେ ଏବେସୁଦ୍ଧା ୯୫୦୬ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ ୫୭୬୪ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୪୦ଜଣ ପ୍ରାଣ ହରାଇଥିବା ବେଳେ ୩୬୯୩ଟି ସକ୍ରିୟ କେସ୍ ରହିଛି ।  

   Related Posts