ଦେଶର ଦୈନିକ ସଂକ୍ରମଣରେ ପୁଣି ବୃଦ୍ଧି, ଗତ ୨୪ଘଣ୍ଟାରେ ୫୦୩୫୭ ନୂଆ ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | November 07, 2020 IST

ନୂଆଦିଲ୍ଲୀ ୦୭।୧୧: କରୋନା ଭାଇରସର ଦୈନିକ ସଂକ୍ରମଣରେ ଗତକାଲି ହ୍ରାସ ପାଇଥିବା ବେଳେ ଆଜି ଏହି ସଂକ୍ରମଣ ପୁଣି ବଢିଛି । ଗତ ୨୪ଘଣ୍ଟା ମଧ୍ୟରେ ୫୦,୩୫୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଶୁକ୍ରବାର ଦିନ ୪୭,୬୩୮ ନୂଆ ମାମଲା ଆସିଥିଲା । ସେହିପରି କରୋନା ଭାଇରସରେ ୫୭୭ଜଣଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ଦିନ ୬୭୦ଜଣ କରୋନାରେ ମୃତ୍ୟୁ ହୋଇଥିଲା ।

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ,  ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୫୦,୩୫୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭୭ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ୮୪,୬୨,୦୮୧ରେ ପହଞ୍ଚିଛି । ସେପଟେ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ଭାବେ ବଢିଚାଲିଛି । ଦେଶରେ ସଂକ୍ରମଣମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ମୋଟ ୭୮,୧୯,୮୮୭ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୫୩,୯୨୦ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରିପୋର୍ଟ ଅନୁସାରେ,  ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ଲଗାତର ଭାବେ ୬ଲକ୍ଷ ତଳେ ରହିଛି । ଦେଶରେ ସକ୍ରିୟ କେସ୍‌ର ମୋଟ ସଂଖ୍ୟା ୫,୧୬,୬୩୨ରହିଛି । ଗତ ୨୪ଘଣ୍ଟା ମଧ୍ୟରେ ଏହି ସଂଖ୍ୟାରେ ୪,୧୪୧କମିଛି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ମୋଟ ୧,୨୫,୫୬୨ ଲୋକଙ୍କ ମୃତ୍ୟୁ ହୋଇସାରିଛି । ସେହିପରି ୬ ନଭେମ୍ବର ପର୍ଯ୍ୟନ୍ତ ୧୧,୬୫,୪୨,୩୦୪ଟି ସାମ୍ପୁଲ ପରୀକ୍ଷଣ ହୋଇସାରିଛି । ଆଇସିଏମ୍‌ଆର୍‌ ଅନୁଯାୟୀ, ୬ ନଭେମ୍ବରରେ ୧୧,୧୩,୨୦୯ ପରୀକ୍ଷଣ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.