Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ଭାରତରେ କରୋନା : ଗତ ୨୪ଘଣ୍ଟାରେ ୫୦୨୦୯ କୋଭିଡ଼ ସଂକ୍ରମିତ ଚିହ୍ନଟ

5/11/2020 at 10:27 AM

ନୂଆଦିଲ୍ଲୀ ୦୫।୧୧: କରୋନା ଭାଇରସର ଦୈନିକ ସଂକ୍ରମଣ ସଂଖ୍ୟା ଏବେ କମିବାରେ ଲାଗିଛି । ଦିନକୁ ଦିନ ଏହି ସଂଖ୍ୟା ହ୍ରାସ ପାଉଛି । ମଙ୍ଗଳବାର ତୁଳନାରେ ବୁଧବାର ଏହି ସଂଖ୍ୟା ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୦,୨୦୯ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୦୪ଜଣଙ୍କ ମୃତ୍ୟୁ ହୋଇଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଛି ତଥ୍ୟ ।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ ୫୦,୨୦୯କୋଭିଡ଼-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୩,୬୪,୦୮୬ରେ ପହଞ୍ଚିଛି । ସେହିପରି ଦେଶରେ କରୋନାରେ ଲଗାତ ଭାବେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୭,୧୧,୮୦୯ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୫୫,୩୩୧ଜଣ କରୋନାକୁ ହରାଇ ଘରକୁ ଫେରିଛନ୍ତି ।

ତଥ୍ୟ ଅନୁସାରେ, ଦେଶରେ ଆକ୍ଟିଭ୍‌ କେସ୍‌ ୬ଲକ୍ଷ ତଳେ ରହିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୨୭,୯୬୨ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ଜନିତ ମୋଟ ୧,୨୪,୩୧୫ଜଣଙ୍କ ମୃତ୍ୟୁ ହୋଇସାରିଛି । ସେହିପରି ଦେଶରେ ଗତ ୨୪ଘଣ୍ଟାରେ ମୋଟ ୧୧ଲକ୍ଷରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ହୋଇଛି ।

   Related Posts