Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ରାଜ୍ୟରେ ନାବାଳିକା ଅସୁରକ୍ଷିତ : ୬ ମାସରେ ୫୦୨ ନାବାଳିକା ରାଜ୍ୟରେ ନିଖୋଜ

3/08/2019 at 1:31 PM

ଭୁବନେଶ୍ବର ୩|୮: ଦୁଷ୍କର୍ମ ଘଟଣା ଶୁଣିଲେ ଆମ ରକ୍ତ ଗରମ ହୋଇଯାଏ। ବୋଧହୁଏ ଏହା ସମାଜର ସବୁଠୁ ଘୃଣ୍ୟ କାର୍ଯ୍ୟ। ଶିଶୁ ବଳାତ୍କାର ଘଟଣାକୁ ଯେତେ ନିନ୍ଦା କଲେ ବି କମ୍ ।ଏହା ମାନବ ସମାଜ ପାଇଁ ଏକ କଳଙ୍କ। ଆମେ ମାନେ ମଣିଷ। ବୋଧହୁଏ ଆମେ ମଣିଷତ୍ବକୁ ଭୁଲିଯିବାକୁ ବସିଛେ। ନହେଲେ କୋମଳମତି ନିଷ୍ପାପ ଶିଶୁଙ୍କ ପ୍ରତି ଏଭଳି ଜଘନ୍ୟ ଘଟଣା ଦେଖିବାକୁ  ମିଳନ୍ତାନି। ଏହା ଆମ ସମାଜର ବ୍ୟାଧକୁ ସୂଚାଉଛି। ଏହାକୁ ଦୃଢ ହସ୍ତରେ ଦମନ ପାଇଁ ସରକାର କଡା ଆଇନ ଆଣିଛନ୍ତି।

ଶିଶୁମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଓ ଶୋଷଣରୁ ରୋକିବା ପାଇଁ ସରକାର ପକ୍ସୋ ଆଇନ ସଂଶୋଧନ କରିଛନ୍ତି। ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ପାଇଁ ଏଥିରେ  ଅଭିଯୁକ୍ତକୁ  ଫାଶୀର ପ୍ରାବଧାନ ମଧ୍ୟ କରାଯାଇଛି। ତେବେ ଖାଲି  ଆଇନ ନୁହଁ, ଏହାକୁ  କଡାକଡିଭାବେ ପାଳନ କରି ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାର ଆବଶ୍ୟକତା ରହିଛି। କୋମଳମତି ନିଷ୍ପାପ ଶିଶୁଙ୍କୁ କାମାନ୍ଧଙ୍କଠାରୁ କେମିତି ସୁରକ୍ଷିତ ରଖିବା ତାହା ଏବେ ଆମ ପାଇଁ ବଡ ଆହ୍ବାନ।

ରାଜ୍ୟରୁ ଉଭାନ ହୋଇଯାଉଛନ୍ତି ନାବାଳିକା। ଜଣେ କି ଦୁଇ ଜଣ ନୁହଁ। ବିଗତ ୬ ମାସ ଭିତରେ ରାଜ୍ୟରେ ପାଞ୍ଚ ଶହରୁ ଅଧିକ ନାବାଳିକା ଉଭାନ ହୋଇଯାଇଥିବା ଖବର ନେଇ ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ। ନିକଟରେ ଅନୁଗୁଳ, ପୁରୀରେ ଶିଶୁ ବଳାତ୍କାର ଘଟଣାରେ  ସରକାରଙ୍କୁ ଘେରିଥିଲେ ବିରୋଧୀ। ମୁଖ୍ୟମନ୍ତ୍ରୀ  ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ। ବିରୋଧୀଙ୍କ ହଙ୍ଗାମା ଯୋଗୁ ବାଚସ୍ପତି ଗୃହକୁ ଅନେକ ଥର ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ।

ରାଜ୍ୟ ସରକାର  ଶିଶୁ ବଳାତ୍କାର ଓ ହତ୍ୟା ଘଟଣାର ରୋକିବାରେ ବିଫଳ ହୋଇଛନ୍ତି ବୋଲି ସଙ୍ଗୀନ ଅଭିଯୋଗ କରିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ କୁମାର ନାୟକ । ଭବାନୀପାଟଣାରେ ଏକ ଆଶ୍ରୟ ଗୃହରେ ଏଚଆଇଭି ସଂକ୍ରମିତ ନାବାଳିକା ପ୍ରତି ନିର୍ଯାତନା ପ୍ରସଙ୍ଗ ମଧ୍ୟ  ଉଠାଇଥିଲେ ବିଜେପି ବିଧାୟକ। ସେପଟେ ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର  ଛୋଟଛୋଟ ଶିଶୁଙ୍କ ନିଖୋଜ  ପ୍ରସଙ୍ଗରେ ସରକାରଙ୍କୁ ଦାୟୀ କରିଛନ୍ତି।

   Related Posts