ମାତିଛନ୍ତି ଚା’ ଦିଆ ଲୁଟେରା- ଚା’ ଦେଇ ୫୦ ହଜାର ଲୁଟ୍

Published By : Prameya-News7 Bureau | December 11, 2019 IST

କଟକ ୧୧।୧୨ - କଟକ ପିଠାପୁର ଅଂଚଳରେ ଚା’ରେ ନିଶାଦେଇ ବ୍ୟବସାୟୀଙ୍କ ଠାରୁ ୫୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଚା’ ପିଇବା ପରେ ଦୋକାନୀ ଜଣକ ଅଚେତ୍ ହୋଇପଡ଼ିଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତ ତାଙ୍କ କ୍ୟାସ୍ବକ୍ସରୁ ୫୦ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲା । ବେହୋସ ଅବସ୍ଥାରେ ସଂପୃକ୍ତ ବ୍ୟବସାୟୀଙ୍କୁ ଡାକ୍ତରଖାନାକୁ ନେଇଥିଲେ ସ୍ଥାନୀୟ ବ୍ୟବସାୟୀ ।….

{"id":196470,"sizeSlug":"large"}

କଟକରେ ପୁଣି ନିଶା ଦିଆ ଲୁଟେରାଙ୍କ ଦୌରାତ୍ମ୍ୟ । ଚା’ରେ ନିଶା ଦେଇ ବ୍ୟବସାୟୀଙ୍କ କ୍ୟାସବକ୍ସରୁ ଲୁଟିନେଲେ ୫୦ହଜାର ଟଙ୍କା ।  ଦିନ ପ୍ରାୟ ୨ଟା ହେବ । କଟକ ପିଠାପୁର ଅଂଚଳର ଲୁଗା ବ୍ୟବସାୟୀ ରାଜେନ୍ଦ୍ର ବୈଶାଳିଙ୍କୁ ତାଙ୍କ ଦୋକାନ ଭିତରେ ବେହୋସ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଲା । ପାଖରେ ଚା’ ଗ୍ଲାସ୍ ମଧ୍ୟ ଥିଲା ।  ପରିବାର ଲୋକ ଦେଖିଲା ବେଳକୁ ତାଙ୍କ କ୍ୟାସ୍ ବାକ୍ସରୁ ୫୦ହଜାର ଟଙ୍କା ମଧ୍ୟ ଗାଏବ୍ କରାଯାଇଥିଲା । କୌଣସି ଦୁର୍ବୃତ୍ତ ରାଜେନ୍ଦ୍ରଙ୍କୁ ଚା’ରେ ନିଶା ଦେଇ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ସେପଟେ ଖବର  ପାଇବା ପରେ ଆମ୍ବୁଲାନ୍ସ୍ ନଆସିବାରୁ ଅଚେତ ଅବସ୍ଥାରେ ରାଜେନ୍ଦ୍ରଙ୍କୁ ହସ୍ପିଟାଲ୍ ନେଇଥିଲେ ସ୍ଥାନୀୟ ବ୍ୟବସାୟୀ ।

{"id":196472,"sizeSlug":"large"}

କଟକରେ ଗଲା ୯ ମାସରେ ୯ରୁ ଅଧିକ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ନଭେମ୍ବର ୨୫ । କଟକ କାଠଯୋଡ଼ି ରେଲଓ୍ବେ ଟିକେଟ୍ କାଉଣ୍ଟର ତାଡ଼ି ଟଙ୍କା ଲୁଟିନେଇଥିଲେ ଦୁର୍ବୃତ୍ତ । ଅକ୍ଟୋବର ୩ । ବାରବାଟୀ ଷ୍ଟାଡିୟମ ନିକଟରୁ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍ ଉଦ୍ୟମ ବେଳେ ଜଣେ ଲୁଟେରାକୁ ଧରିଥିଲେ ସ୍ଥାନୀୟ ଲୋକେ । ସେପ୍ଟେମ୍ବର ୨୬ । ଚୌଦ୍ବାର ନୂଆପାଟଣା ରାଇସମିଲ୍‌ରେ ଗୁଳିମାଡ଼ କରି ଲୁଟ୍ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଯେଉଁଥିରେ ଢ଼େଙ୍କାନାଳର ଜଣେ ବ୍ୟକ୍ତି ଲଳିତ ସିଂଙ୍କ ମୃତ୍ୟୁ ହୋଇଥିଲା । ସେପ୍ଟେମ୍ବର ୯ । ମହାନଦୀ ବିହାର ଅଂଚଳରେ ପୋଲିସ ବେଶରେ ଆସି ଅପରାଧୀମାନେ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟିନେଇଥିଲେ ।  ଜୁଲାଇ ୭ । କଟକ ସିଡିଏ ଅଂଚଳରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ ଦୁର୍ବୃତ୍ତ । ଏପ୍ରିଲ୍ ୨ । ସିଡିଏର ବିଶାଲ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ ଠାରୁ ଟଙ୍କା ଲୁଟ୍ ବିଫଳ ହେବାରୁ ବୋମାମାଡ଼ କରି ଫେରାର୍ ହୋଇଯାଇଥିଲେ ଅପରାଧୀ । ମାର୍ଚ୍ଚ ୨୦ । ମଧୁପାଟଣା ଥାନା ସାମ୍ନାରୁ ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ ଲୁଟେରା । ଏସବୁ ଘଟଣାରୁ ସ୍ପଷ୍ଟ ହେଉଛି ଯେ କଟକରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଏବେ ପିଠାପୁର ଘଟଣାକୁ ନେଇ ସ୍ଥାନୀୟ ବ୍ୟବସାୟୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.