Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଡିଜିଟାଲ ପ୍ଲାଟଫର୍ମରେ ମାତ୍ର ୩୦ ସେକେଣ୍ଡରେ ମିଳିବ ୫୦ହଜାର ଟଙ୍କାର ଋଣ- ଆଗ୍ରହୀ ଉଦ୍ୟୋଗୀଙ୍କୁ ମିଳିବ ଏହି ସୁବିଧା

4/10/2019 at 6:03 PM

 ଭୁବନେଶ୍ୱର ୦୪।୧୦-   ଏଣିକି ଆଗ୍ରହୀ ଉଦ୍ୟୋଗୀଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ମାତ୍ର ୩୦ ସେକେଣ୍ଡରେ ମିଳିବ ୫୦ହଜାର ଟଙ୍କାର ଋଣ । ଏସବିଆଇ ଗ୍ରାହକ ମେଳା କ୍ୟାମ୍ପର ଶୁଭାରମ୍ଭ କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥି ସହ ଏହି କ୍ୟାମ୍ପରେ ମୋଟ ୨୬୦୪ଜଣଙ୍କୁ ଋଣ ବାବଦକୁ ୧୬୬କୋଟିରୁ ଅଧିକ ଟଙ୍କା ଦିଆଯାଇଛି । ଭାରତ ସରକାରଙ୍କ ଅର୍ଥ ବିଭାଗ ଏବଂ ବ୍ୟାଙ୍କିଂ ଡିଭିଜନ  ତରଫରୁ ସାଧାରଣ ଲୋକଙ୍କ ପାଖରେ ବ୍ୟାଙ୍କର ପୁଞ୍ଜି ପହଞ୍ଚାଇବା ଏବଂ ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବାକୁ ଲକ୍ଷ୍ୟ ରଖାଯାଇଛି । …..

ଏଣିକି ଆଗ୍ରହୀ ଉଦ୍ୟୋଗୀଙ୍କୁ ମାତ୍ର ୩୦ ସେକେଣ୍ଡରେ ମିଳିବ ୫୦ହଜାର ଟଙ୍କାର ଋଣ । ମୋଦି ସରକାର ବ୍ୟାଙ୍କିଂ ସେକ୍ଟରେ ବଡ଼ ପରିବର୍ତ୍ତନ କରିଥିବା ବେଳେ ଭାରତୀୟ ବ୍ୟାଙ୍କ ଗୁଡ଼ିକ ଗରିବ ଲୋକଙ୍କ ସାଥୀ ହୋଇପାରିଛନ୍ତି । ବର୍ତ୍ତମାନ ବ୍ୟାଙ୍କ ଖାତା, ୩ମାସର ସକ୍ରିୟତା, ଆଧାର ନମ୍ବର ଓ ଟେଲିଫୋନ୍ ଠିକଣା ଥିଲେ ବ୍ୟାଙ୍କ ତଥା ଇ-ମୁଦ୍ରା ବା ଡିଜିଟାଲ ପ୍ଲାଟଫର୍ମରେ ୩୦ସେକେଣ୍ଡ ମଧ୍ୟରେ ଜଣେ ଲୋକ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରୁଛି । ଭୁବନେଶ୍ବରରେ ଆୟୋଜିତ ଏସବିଆଇ ଗ୍ରାହକ ମେଳା କ୍ୟାମ୍ପର ଶୁଭାରମ୍ଭ କରି ଏହା ଗରିବ ଲୋକଙ୍କୁ ମୋଦି ସରକାରଙ୍କ ଭେଟି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥି ସହ ଓଡ଼ିଶାରେ ବ୍ୟାଙ୍କ କମ୍ ଥିବାବେଳେ ଅଧିକ ବ୍ୟାଙ୍କ୍ ଖୋଲିବାକୁ ପରାମର୍ଶଦେଇଛନ୍ତି ।  

  ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ବରରେ ୨୬୦୪ଜଣଙ୍କୁ ୧୬୬କୋଟିରୁ ଅଧିକ ଟଙ୍କା ଋଣ ମୁଦ୍ରା ଓ ଅନ୍ୟ ଯୋଜନାରେ ଏସଏସଜି ସହ ଶିକ୍ଷା, ଗାଡ଼ି ଓ ଘର ତିଆରି ଆଦି ପାଇଁ ଲୋନ୍ ଦିଆଯାଇଛି । ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ମୋଟ ୨ଲକ୍ଷ କୋଟି ଟଙ୍କା ଋଣ ବାବଦକୁ ବ୍ୟାଙ୍କ ଦେଇଛି । ଏଥିରୁ ଏସଏସଜି ଗ୍ରୁପ୍ର ମହିଳାମାନେ ଋଣ ନେଇ ନିର୍ଦ୍ଧାରିତ ସମୟ ସୀମା ଭିତରେ ଶତପ୍ରତିଶତ ଋଣ ପରିଶୋଧ କରୁଛନ୍ତି । ତେଣୁ ଏହି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ସହ ସେମାନଙ୍କୁ ଆର୍ଥିକ ସହାୟତା କରୁଛି । 

ସେପଟେ କଟକରେ ମଧ୍ୟ ଆୟୋଜିତ ବ୍ୟାଙ୍କ ଗ୍ରାହକ ସଂଯୋଗୀ କରଣ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଗରିବ ଲୋକଙ୍କୁ ବ୍ୟାଙ୍କ ଦ୍ବାରା  ଋଣ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ମୋଦି ସରକାର ଏଭଳି ଯୋଜନା କରିଛନ୍ତି ।

ଓଡ଼ିଶାରେ ଅଧିକରୁ ଅଧିକ ବ୍ୟାଙ୍କ ଖୋଲିବା ସହ ହାଉସିଂ ସେକ୍ଟର ଋଣ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି । କାରଣ ସାଧାରଣ ଲୋକଙ୍କ ପାଖରେ ବ୍ୟାଙ୍କର ପୁଞ୍ଜି ପହଞ୍ଚାଇବା ସହ ସେମାନଙ୍କ ଆର୍ଥିକ ସ୍ଥିତି ମଜବୁତ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର ।

   Related Posts