ଦେହଜୀବୀଙ୍କୁ ୫୦୦୦ ଟଙ୍କା ମାସିକ ଭତ୍ତା ଦେବେ ରାଜ୍ୟ ସରକାର, ସ୍ପଷ୍ଟ କଲେ ଠାକରେଙ୍କ ମନ୍ତ୍ରୀ

Published By : Prameya-News7 Bureau | November 27, 2020 IST

ମୁମ୍ବାଇ,୨୭/୧୧:  ଦେହଜୀବୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବେ ମହାରାଷ୍ଟ୍ର ସରକାର । ପ୍ରତି ଦେହଜୀବୀଙ୍କୁ ମାସିକ ୫୦୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇବାକୁ ମହାରାଷ୍ଟ୍ର ସରକାର ଗୁରୁବାର ଘୋଷଣା କରିଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏହା ପ୍ରଦାନ କରାଯିବ ।

ମହାରାଷ୍ଟ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତି ଠାକୁର କହିଛନ୍ତି ଯେ, ଏହି ଯୋଜନାରେ ସରକାର ୫୦ କୋଟି ଚଙ୍କା ଖର୍ଚ୍ଚ କରିବେ । ଏହାସହ ଯେଉଁ ଦେହଜୀବୀଙ୍କ ଶିଶୁମାନେ ସ୍କୁଲ ଯାଉଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଏପରି ବ୍ୟବସ୍ଥା କରିବାରେ ମହାରାଷ୍ଟ୍ର ହେଉଛି ଦେଶର ପ୍ରଥମ ରାଜ୍ୟ । ଏହି ଯୋଜନାରେ ମୋଟ୍ ୫୧.୧୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଯେଉଁ ଦେହଜୀବୀଙ୍କ ଶିଶୁମାନେ ସ୍କୁଲ ଯାଉଛନ୍ତି ସେମାନଙ୍କୁ ଅତିରିକ୍ତ ୨୫୦୦ ଟଙ୍କା ମିଳିବ । ମୋଟ୍ ୩୧୦୦୦ ଦେହଜୀବୀ ଏହି ଯୋଜନାରେ ଉପକୃତ ହେବେ । ଏହି ଘୋଷଣା ସେତେବେଳେ ହୋଇଛି ଯେତେବେଳେ ମହାରାଷ୍ଟ୍ରରେ କରୋନା ମାମଲା ପୁଣି ବଢିବାରେ ଲାଗିଛି ।

ସୂଚନାଯୋଗ୍ୟ, ଗୁରୁବାର ମହାରାଷ୍ଟ୍ରରେ ୬୪୦୬ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ କରୋନା ମାମଲା ୧୮ ଲକ୍ଷ ଅତିକ୍ରମ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.