କୋଭିଡ ନିୟମ ଉଲଂଘନ, ୫ ହଜାର ଟଙ୍କା ଜୋରିମାନା ସହ ଗୋଟିଏ ବାଇକ୍ ଜବତ

Published By : Prameya-News7 Bureau | May 19, 2021 IST

ପାଟଣା, ୧୯/୫: କେନ୍ଦୁଝର ଜିଲ୍ଲା ପାଟଣା ବଜାରରେ କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ୧୦ଟି ବାଇକ ଚାଳକଙ୍କ ଠାରୁ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି l ଏଥି ସହ ବିନା କାଗଜ ପତ୍ରରେ ବାଇକ ଚଲାଇଥିବାରୁ ଗୋଟିଏ ବାଇକ ଜବତ କରିଛି ପୋଲିସ।

ସୂଚନା ଅନୁସାରେ, ବୁଧବାର ଦିନ ପାଟଣା ଏନଫୋର୍ସମେଣ୍ଟ କମିଟି ପକ୍ଷରୁ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ଓ ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ବଜାର ଉପରେ ଯାଞ୍ଚ ପ୍ରକ୍ରିୟା କଡାକଡି କରାଯାଉଥିଲା l ଏହି ସମୟରେ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି। ଏଥି ସହ ଏକ ବାଇକକୁ ଜବତ କରାଯାଇଥିବା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ଗଣମାଧ୍ୟମକୁ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.