ମରିଗଲେ ୫୦୦୦ କୋମଳମତି ଶିଶୁ ! ଦୋହଲିଗଲା ପୂରା ଦେଶ…
25/10/2019 at 1:41 PM

ନୂଆଦିଲ୍ଲୀ୨୫|୧୦: ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ସଂପର୍କରେ ଜାଣିଲା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ୟମନ(Yaman) ଦେଶରେ ଏଭଳି ଘଟଣା ଘଟିବା ପରେ ସେଠାକାର ବାସିନ୍ଦାଙ୍କ ମନରେ ଭୟ ବାତାବରଣ ଖେଳି ଯାଇଛି।

ୟମନ ସରକାର ଓ ହୌଥୀ ବିଦ୍ରୋହୀଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାପରେ ୟମନରେ ଏବେ ସୁଦ୍ଧା ୫୦୦୦ ହଜାର ଶିଶୁଙ୍କ ମୃତ୍ୟୁ ହୋଇଛି। ଏଥିସହ ହଜାର ହଜାର ଶିଶୁ ଏବେ ଗୁରୁତର ଅବସ୍ଥାରେ ପଡ଼ି ରହିଛନ୍ତି। ସେହିପରି ୟମନରେ ପାଖାପାଖି ୫ ଲକ୍ଷ ପିଲା ସ୍କୁଲ ଯିବା ବନ୍ଦ କରିଛନ୍ତି। ବିନା ଦୋଷରେ ହଜାର ହଜାର କୋମଳମତି ପିଲାଙ୍କ ଜୀବନ ଯାଉଛି।

ଏହି ଘଟଣାରେ ୟୁନିସେଫ(United Nations Children’s Fund) ଉଦବେଗ ପ୍ରକାଶ କରିଛି । ୟୁନିସେଫ ସୂଚନା ଦେଇଛନ୍ତି ଯେ ୟମନ ସରକାର ଓ ହୌଥୀ ବିଦ୍ରୋହୀଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ୟମନରେ ୫୦୦୦ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଛି । ହଜାର ହଜାର ଶିଶୁ ଗୁରୁତର ଅବସ୍ଥାରେ ପଡ଼ି ରହିଛନ୍ତି। ଏ ସଂପର୍କରେ ୟୁନିସେଫ୍ର ପ୍ରତିନିଧି ସାରା ବାସୋଲୋ ନ୍ୟାନ୍ତଙ୍କୁ ଏ ସଂପର୍କରେ ଜିହ୍ନୁଆ(Xinhua) ଜଣାଇଛନ୍ତି।
ୟୁନିସେଫ୍ର ସୂଚନା ମୁତାବକ ପାଖାପାଖି ୨୦ ଲକ୍ଷ ପିଲା କୁପୋଷଣରେ ଶିକାର ହୋଇଛନ୍ତି। ଯେଉଁଥିରେ ପାଞ୍ଚ ବର୍ଷରୁ କମ ବୟସର ୩୬୦,୦୦୦ ପିଲା ରହିଛନ୍ତି। ଏମାନଙ୍କ ମଧ୍ୟରୁ ୫୦୦୦ ହଜାର ପିଲାଙ୍କ ମୃତ୍ୟୁ ହୋଇ ସାରିଛି। ଏବଂ ହଜାର ହଜାର ପିଲା କୁପୋଷଣରେ ଶିକାର ହୋଇ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା କଥା ୟୁନିସେଫ ସୂଚନା ଦେଇଛି।