Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ମହାନଦୀ ଗର୍ଭରେ ୫୦୦ ବର୍ଷର ଗୋପୀନାଥ ମନ୍ଦିର, ପୁନରୁଦ୍ଧାର ପାଇଁ ଜୋର ଧରିଲା ଦାବି

13/06/2020 at 7:51 PM

ନୟାଗଡ, ୧୩|୦୬:    ନ୍ୟୁଜ୍‌ 7ରେ ମହାନଦୀ ଗର୍ଭରେ ମନ୍ଦିରର ଲାଇଭ୍‌ ଶୋ’ ପରେ ତେଜିଲା ପୁନୁରୁଦ୍ଧାର ଦାବି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ନିକଟ ଦେଇ ବହିଯାଇଥିବା ମହାନଦୀ ପାଣିରେ ବୁଡ଼ି ରହିଥିବା ପ୍ରାୟ ୫୦୦ବର୍ଷ ତଳର ଗୋପୀନାଥ ମନ୍ଦିର ଅକ୍ଷତ ଅବସ୍ଥାରେ ଥିବା ଚିତ୍ର ନ୍ୟୁଜ୍‌ 7ରେ ପ୍ରସାରଣ ପରେ ମନ୍ଦିରର ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । ଭାରତୀୟ ପତ୍ନତତ୍ତ୍ବ ବିଭାଗ ଏନେଇ ପଦକ୍ଷେପ ନେବାକୁ ଅନେକ ପରାମର୍ଶ ଦେଇଛନ୍ତି ।

ମହାନଦୀ ଗର୍ଭରେ ଅକ୍ଷତ ଅବସ୍ଥାରେ ରହିଛି ୫୦୦ବର୍ଷ ତଳର ଗୋପୀନାଥ ମନ୍ଦିର । ନ୍ୟୁଜ୍‌ 7 ରେ ଏହାର ଲାଇଭ୍‌ ଶୋ’ ଦେଖିବା ପରେ ବିଭିନ୍ନ ମହଲରୁ ମନ୍ଦିରର ପୁନରୁଦ୍ଧାର ପାଇଁ ଦାବି ଉଠିଛି । ପୂର୍ବରୁ କେବଳ ମନ୍ଦିରର ଦଧିନଉତି ମହାନଦୀ ପାଣିରେ ପଡ଼ିଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନ୍ତର୍ଜାତୀୟ ସ୍କୁବା ଡାଇଭର ସବୀର ବକ୍ସଙ୍କ ଟିମ୍‌ ସହାୟତାରେ ଏହାର ରହସ୍ୟ ଉନ୍ମୋଚନ କରିଥିଲା ନ୍ୟୁଜ୍‌ 7ଟିମ୍‌ । ଗଲା ୨ଦିନ ଧରି ପାଣି ଭିତରେ ମନ୍ଦିରର ସ୍ଥିତି ପରଖିବାକୁ ଆମେ ପ୍ରୟାସ କରିଥିଲୁ । ଶେଷରେ ପାଣି ଭିତରେ ୨୦ଫୁଟ୍‌ ପର୍ଯ୍ୟନ୍ତ ମନ୍ଦିରଟି ଅକ୍ଷତ ଅବସ୍ଥାରେ ଥିବା ଜଣାପଡ଼ିଥିଲା । ଏହି ମନ୍ଦିରର କାରୁକାର୍ଯ୍ୟ ବାଙ୍କୀରେ ଥିବା ୧୪ଶହ ଶତାବ୍ଦୀର ତୃତୀୟଦେବ ମନ୍ଦିରର ଅବିକଳ ନକଲ । ତେବେ ମହାନଦୀ ଗର୍ଭରେ ଥିବା ଗୋପୀନାଥ ମନ୍ଦିର ତୃତୀୟ ଦେବ ମନ୍ଦିର ତିଆରି ହେବାର ୧୦୦ବର୍ଷ ପରେ ନିର୍ମାଣ କରାଯାଇଥିବା କୁହାଯାଉଛି । କାଳକ୍ରମେ ମହାନଦୀର ଗତିପଥ ପରିବର୍ତନ ଯୋଗୁଁ ପଦ୍ମାବତୀ ଗାଁ ସହ ଏହି ଗୋପିନାଥ ମନ୍ଦିର ମହାନଦୀ ଗର୍ଭରେ ଲୀନ ହୋଇଯାଇଥିଲା ।ଏବେ କିନ୍ତୁ ମନ୍ଦିର ସମ୍ପର୍କରେ ଜଣାପଡ଼ିବା ପରେ ଏହାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଭାରତରେ ନୂଆ ନୂଆ ଟେକ୍ନୋଲୋଜିକୁ ବ୍ୟବହାର କରାଯାଇ ଯେତେବେଳେ ବହୁତଳ କୋଠାଗୁଡ଼ିକୁ ସ୍ଥାନାନ୍ତର କରାଯାଇପାରୁଛି ସେତେବେଳ ପାଣି ଭିତରୁ ଏହି ମନ୍ଦିରର ପୁନରୁଦ୍ଧାର କାହିଁକି କରାଯାଇପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଶେଷଜ୍ଞ । ଏଥି ସହ ଭାରତୀୟ ପ୍ରତ୍ନତତ୍ବ ବିଭାଗ ସହାୟତାରେ ଏହି କାର୍ଯ୍ୟ ସମ୍ଭବ ହୋଇପାରିବ ବୋଲି ମତପୋଷଣ କରିଛନ୍ତି । ନ୍ୟୁଜ୍‌ 7ର ଲାଇଭ୍‌ ଶୋ ମାଧ୍ୟମରେ ବୁଡ଼ା ମନ୍ଦିରର ରହସ୍ୟ ଖୋଲିବା ପରେ ଏବେ ସମସ୍ତଙ୍କ ମନରେ ଏହାର ପୁନରୁଦ୍ଧାର ପାଇଁ ଆଶା ଉଙ୍କିମାରିଛି ।

   Related Posts