କାଟୁ କରୁନି ଆତଙ୍କୀ ଧମକ : ପ୍ରତିଦିନ ୫୦୦ଟ୍ରକ୍ ସେଓ ରପ୍ତାନୀ କରୁଛନ୍ତି କାଶ୍ମିରୀ ଚାଷୀ

Published By : Prameya-News7 Bureau | September 24, 2019 IST

ଜାମ୍ମୁ ୨୪/୯: ଆତଙ୍କବାଦୀଙ୍କ ଧମକ ସତ୍ବେ ପ୍ରତିଦିନ ପାଖାପାଖି ୫୦୦ଟ୍ରକ୍ ସେଓ କାଶ୍ମୀର ଘାଟିରୁ ଅନ୍ୟ ରାଜ୍ୟକୁ ରପ୍ତାନୀ ହେଉଛି। ଆତଙ୍କବାଦୀଙ୍କ ପାଇଁ ସେଓ ଫସଲକୁ ନେଇ ଚିନ୍ତିତ ଥିବା ସେଓଚାଷୀମାନେ ଏବେ ଆଶ୍ବସ୍ତିଲାଭ କରିଛନ୍ତି।

{"id":162062}

ସରକାର ସଂସ୍ଥା ନେଫେଡ କ୍ରର୍ର୍ କରିବା ଦ୍ବାରା ଚାଷୀଙ୍କୁ ସହାୟତା ମିଳୁଛି। ଚାଷୀମାନେ କହିଛନ୍ତି ଯେ ସରକାରଙ୍କ ଅନୁମତିରେ ଯଦି ନେଫେଡ ସେଓ କିଣିବାର ଯୋଜନା କରିନଥାଆନ୍ତା ତେବେ ସେମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥାଆନ୍ତା। ସରକାରଙ୍କ ଦ୍ବାରା ଘୋଷିତ ହୋଇଥିବା ନ୍ୟୁନତମ ସହାୟତା ଦର ମଧ୍ୟ ତାଙ୍କ ଚିନ୍ତା କମ୍ କରିଛି।

{"id":162063}

ସେପଟେ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ବାରମ୍ବାର ଧମକ ଦେଇ ଚାଲିଛନ୍ତି। ଫଳରେ ଚଳିତ ମାସରେ ସେଓ ବ୍ୟବସାୟ ପାଖାପାଖି ୩୦ହଜାର ଟନ୍ ହ୍ରାସ ପାଇଛି। ଗତ ବର୍ଷ ସେପ୍ଟେମ୍ବର ସୁଦ୍ଧା ସେଓ ବ୍ୟବସାୟୀମାନେ ୮୦ହଜାର ଟନ୍ ସେଓ ବ୍ୟବସାୟ କରିଥିଲେ। ଚଳିତ ବର୍ଷ ଏହାର ପରିମାଣ ୫୦ହଜାର ତଳକୁ ଖସି ଯାଇଛି କାରଣ ଆତଙ୍କବାଦୀମାନେ କେବଳ ସେଓ ବଗିଚାର ମାଲିକଙ୍କୁ ମାଡ଼ ମାରୁନାହାନ୍ତି ବରଂ ବାହାରକୁ ଫଳ ନେଇ ଯାଉଥିବା ଟ୍ରକ ଗୁଡ଼ିକୁ ମଧ୍ୟ ଜାଳି ଦେଉଛନ୍ତି।

{"id":162064}

ଦକ୍ଷିଣ କାଶ୍ମୀରର ଆତଙ୍କବାଦୀ ପ୍ରଭାବିତ ଶୋପିୟାଁ ଜିଲ୍ଳାର ଜଣେ ବ୍ୟବସାୟୀ ପୋଲିସକୁ ଏବିଷୟରେ ଜଣାଇ ଆସୁଛନ୍ତି। ଏହି ବ୍ୟବସା​‌ୟୀ ଜଣକ କହିଛନ୍ତି ଯେ ସେ ଦିଲ୍ଲୀରେ ସେଓ ବିକ୍ରି କରି ୬୦ହଜାର ଟଙ୍କା ଆୟ କରିଥିଲେ। କିନ୍ତୁ ଘରକୁ ଫେରିବା ପରେ ୩ଜଣ ଆତଙ୍କବାଦୀ ତାଙ୍କୁ କହିଥିଲେ ଯେ ସେ ଏକ ବିକଳ୍ପ ବାଛନ୍ତୁ। ନହେଲେ ତାଙ୍କ ଟ୍ରକକୁ ଜାଳି ଦିଆଯିବ କିମ୍ବା ସେ ଗୋଡ଼ରେ ଗୁଳି ମାଡ଼ ଖାଇବାକୁ ପ୍ରସ୍ତୁତ ରୁହନ୍ତୁ। ଏହାପରେ ଆତଙ୍କବାଦୀମାନେ ତାଙ୍କ ଟ୍ରକକୁ ଜାଳି ଦେଇଥିଲେ। ଏବେ ଟ୍ରକର ମରାମତି କରିବାକୁ ତାଙ୍କର ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ଘଟଣା ପରେ ସେ ପୂରାପୂରି ଭୟଭୀତ ହୋଇ ଯାଇଛନ୍ତି।

{"id":162068}

ପୋଲିସଙ୍କ କହିବା ଅନୁସାରେ ସେପ୍ଟେମ୍ବର ସୁଦ୍ଧା ଅତି କମରେ ୪୦ଟି ଆତଙ୍କବାଦୀ କାର୍ଯ୍ୟକଳାପ  ଘଟଣା ସାମନାକୁ ଆସିସାରିଛି।

{"id":162071}

ଶ୍ରୀନଗରର ବ୍ୟବସାୟୀମାନେ ସକାଳେ ଦୋକାନ ଖୋଲା ରଖିଥାଆନ୍ତି ଏବଂ ରାତି ୯ଟାରେ ଦୋକାନ ବନ୍ଦ କରି ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.