Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ରସ୍ତାରେ ପଡିଥିଲା ୫୦୦ଟଙ୍କିଆ ନୋଟ୍, କରୋନା ଭୟରେ ପୋଲିସକୁ ଜଣାଇଲେ ଲୋକେ… ତାପରେ…

17/04/2020 at 7:25 PM

ନୂଆଦିଲ୍ଲୀ ୧୭।୪: କରୋନା ଭାଇରସ୍ ଏତେ ପରିମାଣରେ ଆତଙ୍କ ସୃଷ୍ଟି କରୁଛି ଯେ, ଲୋକମାନେ ଟଙ୍କା ରଖିବାକୁ ନେଇ ଭୟଭୀତ ଅଛନ୍ତି । ବହୁତ ସତର୍କତା ଅବଲମ୍ବନ ଟଙ୍କା ରଖୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀରେ । ରାସ୍ତାରେ ପଡିଥିବା କିଛି ନୋଟ୍ କୁ ଦେଖିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକମାନେ ନୋଟ୍ ଦେଖି ଉଠାଇବା ପରିବର୍ତ୍ତେ ଦୌଡି ପଳାଇଥିଲେ ସେହି ନୋଟ୍ ଦ୍ବାରା କରୋନା ଭାଇରସ୍ ସଂକ୍ରମିତ ହୋଇପାରନ୍ତି ବୋଲି ଭାବି ଲୋକମାନେ ଏଭଳି କରିଥିଲେ ।

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ଦିଲ୍ଲୀର କେଶଭପୁରମ୍ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ରାସ୍ତାରେ ୫ଶହ ଟଙ୍କିଆ ୩ଟି ନୋଟ୍ ପଡିଥିବାର ଲୋକମାନେ ଦେଖିଥିଲେ । ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଛି ଲୋକ ଭୟର ଘରର ଛାତ ଉପରେ ସେହି ନୋଟ୍ ଗୁଡିକୁ ଦେଖୁଥିବା ବେଳେ ଆଉ କେହି କେହି ଝରକା ଫାଙ୍କରେ ଦେଖୁଥିଲେ । ନୋଟ୍ ଗୁଡିକୁ ଦେଖି ସମସ୍ତେ ଡରି ଯାଇଥିଲେ । ଏଭଳି ଭାବେ ରାସ୍ତାରେ ନୋଟ୍ ପଡିବା ପଛରେ କରୋନା ସଂକ୍ରମଣ ନେଇ ଷଡଯନ୍ତ୍ର ଥାଇପାରେ ବୋଲି ସମସ୍ତଙ୍କ ମନରେ ଭୟ ଥିଲା ।

ଏନେଇ ଲୋକମାନେ ପୋଲିସକୁ ତୁରନ୍ତ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦେଖିଥିଲା ଯେ, ରାସ୍ତାରେ ପଡିଥିବା ୩ଟି ନୋଟ୍ ହାଲୁକା ଓଦା ଦେଖାଯାଉଛି । ସଙ୍ଗେ ସଙ୍ଗେ ପୋଲିସ ସମଗ୍ର ଅଞ୍ଚଳକୁ ସିଲ୍ କରିଦେଲେ । ସତର୍କତା ଅବଲମ୍ବନ କରି ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧି ପୋଲିସ ଏହି ନୋଟଗୁଡିକୁ ଯତ୍ନର ସହ ଉଠାଇ ଏକ ବ୍ୟାଗରେ ରଖିଥିଲା । ଏହାପରେ ନୋଟ୍ ଗୁଡିକୁ ନେଇ ପୋଲିସ ଥାନାକୁ ପଳାଇଯାଇଥିଲା ।

କିଛି ସମୟ ପରେ ଜଣେ ମହିଳା ଥାନାରେ ପହଞ୍ଚିଥିଲେ । ସେ ପୋଲିସକୁ କହିଥିଲେ ଯେ, ସେ ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅଛନ୍ତି । ଯେଉଁଠାରୁ ପୋଲିସ ୫ ଶହ ଟଙ୍କିଆ ନୋଟ୍ ଆଣିଛି ତାଙ୍କ ଘର ସେହି ଅଞ୍ଚଳରେ । ସେ ଏଟିଏମରୁ ୧୦ହଜାର ଟଙ୍କା ଉଠାଇ ଆଣିଥିଲେ । କିନ୍ତୁ କରୋନା ସଂକ୍ରମଣ ଭୟରେ ସେ ସେହି ନୋଟ୍ ଆଣି ପ୍ରଥମେ ଧୋଇଥିଲେ । ତାପରେ ନୋଟଗୁଡିକ ସାନିଟାଇଜ୍ କରିଥିଲେ । ଏହାପରେ ସମସ୍ତ ନୋଟ୍ ବାଲକୋନିରେ ଆଣି ଶୁଖାଇ ଦେଇଥିଲେ ।

ମହିଳା ଜଣଙ୍କ କହିଥିଲେ ଯେ ନୋଟ୍ ଶୁଖାଇବା ପରେ ସେ ଶୋଇପଡିଥିଲେ । ତାପରେ କଣ ଘଟିଛି ସେ ଜାଣି ନାହାନ୍ତି । ତାଙ୍କ ୧୦ ହଜାର ଟଙ୍କାରୁ କିଛି ନୋଟ୍ ଗାୟବ ଅଛି । ମହିଳାଙ୍କ ବୟାନ ଶୁଣି ଥାନା ଏସଏଚଓ ନରେନ୍ଦ୍ର କୁମାର ଉଦ୍ଧାର ହୋଇଥିବା ନୋଟ୍ ସିରିଜ୍ ସହ ମହିଳା ଏଟିଏମରୁ ଆଣିଥିବା ନୋଟ୍ ର ସିରିଜ ମିଶାଇଥିଲେ । ତାପରେ ମହିଳାଙ୍କ ଏଟିଏମ୍ ର ସ୍ଲିପ୍ ଦେଖିଥିଲେ । ତେବେ ମହିଳାଙ୍କ କଥା ସତ ହୋଇଥିବାରୁ ସେହି ନୋଟ୍ ଗୁଡିକ ମହିଳାଙ୍କୁ ହସ୍ତାନ୍ତର କରାଯାଇଛି ।

   Related Posts