Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଦୁବାଇରେ ଚାକିରୀ କରିବା ନେଇ ଠକାମୀର ଶିକାର ହେଲେ କେରଳର ୫୦୦ ନର୍ସ : ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

17/05/2021 at 1:19 PM

କେରଳ ୧୭/୫ : ଦୁବାଇରେ ଭଲ ପଇସାରେ ମିଳିବ ଚାକିରୀ । ଏପରି ଲୋଭର ବଶବର୍ତୀ ହୋଇ ଠକାଣୀର ଶିକାର ହୋଇଛନ୍ତି କେରଳର ୫୦୦ ନର୍ସ । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏଜେଣ୍ଟମାନଙ୍କ ନାଁରେ ଆସିଛି ଏମିତି ଠକେଇ ଅଭିଯୋଗ । ତେବେ ସେଠାରେ ଫସି ରହିଥିବା କିଛି ନର୍ସ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କୁ ଏ ସଂପର୍କରେ ଚିଠି ଲେଖି ସବୁକଥା ଜଣାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟ ତରଫରୁ କୁହାଯାଇଛି କି, ଏ ନେଇ କୌଣସି ଅଭିଯୋଗ ଆମକୁ ମିଳିନି ।

ସୂଚନା ଅନୁଯାୟୀ ନର୍ସମାନଙ୍କ ମଧ୍ୟରୁ ଜଣେ ୩୦ ବର୍ଷର ରେନା ରାଜନ କହିଛନ୍ତି ଯେ ଖବରକାଗଜରେ ବିଜ୍ଞାପନ ପରେ ସେ ଏହି ଚାକିରୀ ପାଇଁ ଆବେଦନ କରିଥିଲେ । ବିଜ୍ଞାପନ ଅନୁଯାୟୀ, କରୋନା ମହାମାରୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁଏଇ ଜରୁରୀକାଳୀନ ଭିତ୍ତିରେ ନର୍ସ ନିଯୁକ୍ତି କରୁଥିଲା । ରାଜନ କହିଛନ୍ତି, ତେବେ ଏଥିପାଇଁ ଏଜେଣ୍ଟ ମୋପାଖରୁ ୨.୩୦ ଲକ୍ଷ ଟଙ୍କା ବି ନେଇଛି । ହେଲେ ୟୁଏଇରେ ପହଞ୍ଚିବା ପରେ ତାଙ୍କୁ ୱାର୍କ ଭିସା ଦିଆଯିବ ବୋଲି ଏଜେଣ୍ଟ କହିଥିଲେ ।

କିନ୍ତୁ ମାସେ ପର୍ଯ୍ୟନ୍ତ ଏଠାରେ ଆମକୁ ରଖି ମଇଳା କୋଠରୀରେ କାମକରାଯାଇଥିଲା । ତେବେ କିଛି ନର୍ସ ଯେତେବେଳେ ଜାଣିବାକୁ ପାଇଲେ ତାଙ୍କ ସହ ଭୁଲ ହୋଇଛି ସେମାନେ ଠକାମୀର ଶିକାର ହୋଇଛନ୍ତି। ସେମାନେ ସେଠାରୁ ଫେରିଆସିଥିଲେ । ଏବେ ସେଠାରେ ଫସିରହିଛନ୍ତି ଆଉ କିଛି ନର୍ସ । ତେବେ ଦୁଇ ମାସ ହେବ କୋଚିର ଏକ ଏଜେନ୍ସି ‘ଟେକ୍ ଅଫ୍’ ଦ୍ୱାରା ଆମକୁ ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନ ଏହି ଏଜେଣ୍ଟମାନେ କହୁଛନ୍ତି ଯେ ଆମକୁ କେୟାର ହାଉସରେ ଏବଂ ମସାଜ ପାର୍ଲରରେ କାମ କରିବାକୁ । ଏ ଘଟଣା ନେଇ ପୋଲିସରେ କୌଣସି ମାମଲା ରୁଜୁ ହୋଇନି ।

   Related Posts