ରାସ୍ତାରେ ପଡିଛି ଟଙ୍କା ବିଡା, ୫ଶହ ଟଙ୍କିଆ ୩ଟି ବିଡାରେ ଅଛି ଦେଢ ଲକ୍ଷ ଟଙ୍କା
5/01/2021 at 4:52 PM

ଭୁବନେଶ୍ବର ୫।୧: ରାସ୍ତାରେ ପଡିଛି ବିଡା ବିଡା ଟଙ୍କା । ଭୁବନେଶ୍ବର ଗଙ୍ଗନଗର ରାସ୍ତା ଉପରେ ଦେଢ ଲକ୍ଷ ଟଙ୍କା ପଡିଥିବା ବେଳେ ଜବତ କରାଯାଇଛି । ତେବେ ସେହି ଟଙ୍କାର କେହି ଦାବିଦାର ଦୀର୍ଘ ସମୟ ଧରି ନ ଆସିବାରୁ କ୍ୟାପିଟାଲ ଥାନା ପୋଲିସ ସେହି ଟଙ୍କାକୁ ନିଜ ହେପାଜତକୁ ନେଇଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ଗଙ୍ଗନଗର ଛକରେ ପଡିଥିଲା ୫୦୦ଟଙ୍କିଆ ନୋଟ୍ ଥିବା ୩ଟି ବିଡା । ତେବେ ପଡିଥିବା ଟଙ୍କା କାହାର ଜଣାପଡିନଥିବା ବେଳେ ପୋଲିସ ତାକୁ ନିଜ ହେପାଜତକୁ ନେଇଛି । ସେହି ଟଙ୍କା କାହା ନିକଟରୁ ଆସିଥିଲା ଏବଂ କାହା ନିକଟକୁ ଆସିଥିଲା ତାହା ଜଣାପଡିନାହିଁ । ତେବେ ଉପଯୁକ୍ତ ପ୍ରମାଣ ଦେବା ପରେ ମାଲିକଙ୍କୁ ଟଙ୍କା ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021