Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଚାଲବାଜ ଚୀନ୍‌ର ଭାରତରେ ସ୍ଥାନ ନାହିଁ: ଚୀନର ୫୦୦ ସାମଗ୍ରୀ ବର୍ଜନ କରିବାକୁ ଆହ୍ବାନ

18/06/2020 at 7:12 PM

ଭୁବନେଶ୍ବର୧୮/୬:  ଚୀନ ସୀମା ସମସ୍ୟା ନେଇ ଆଜି ପୁଣି ବସିଛି ମେଜର ଜେନେରାଲ ସ୍ତରୀୟ ବୈଠକ। ଲଗାତର ଆଲୋଚନା ପରେ ବି କୌଣସି ନିଷ୍କର୍ଷ ବାହାରିପାରୁନି। ଗଲୱାନ ଭ୍ୟାଲିରୁ ଚୀନ ସେନା ପ୍ରତ୍ୟାହାର ପାଇଁ ଅମଙ୍ଗ ହେଉଥିବାରୁ ସମସ୍ୟା ସମାଧାନର ବାଟ ବାହାରୁନି । ଏପେଟ ଚୀନକୁ ସବକ ଶିଖିବା ଲାଗି ଭାରତ ନିଜର ଆଭିମୁଖ୍ୟକୁ କଡା କରିଛି। ଧିମା କାମ ପାଇଁ  ଚାଇନା କମ୍ପାନୀକୁ ଦେଇଥିବା ୪୭୧ କୋଟିର ପ୍ରକଳ୍ପକୁ ବାତିଲ କରିଛି ରେଲୱେ। ଏପଟେ ଚାଇନା ମାଲ ବୟକଟ ପାଇଁ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ଜୋରଦାର ଦାବି କରିଛି। ଏସବୁ ଭିତରେ ଚୀନରେ ଥିବା ଏକ  ଜୋତା କମ୍ପାନୀର ପୁଞ୍ଜିବିନିଯୋଗ ପ୍ରସ୍ତାବକୁ ରାଜ୍ୟ ସରକାର ଯେଉଁ ମଞ୍ଜୁରି ଦେଇଥିଲେ ତାକୁ ଖାରଜ କରିବାକୁ ବିରୋଧୀ ଦାବି କରିଛନ୍ତି।

ଚାଲବାଜ ଚୀନର ଭାରତରେ ସ୍ଥାନ ନାହିଁ। ଯେଉଁଥିରେ ଚାଇନା ନାଁ ଲାଗିଛି ତାକୁ ନା କୁହ। ଏଭଳି ଦାବି ଦେଶବ୍ୟାପୀ ଭାଇରାଲ । ଆଜି ବି ଚୀନ ପତାକା ଓ ଏହାର ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସବୁଠି ହିନ୍ଦି ଚୀନ ବାଏ ବାଏ ନାରା। ଚାଇନା ଆପ୍‌ଠାରୁ ଚାଇନା ମୋବାଇଲ ସବୁକିଛି ବର୍ଜନ କରିବାକୁ ଯେଉଁ ଆନ୍ଦୋଳନ ଜୋର ଧରିଛି ଏଥିରେ ବ୍ୟବସାୟୀ ସଂଘ ବି ସାମିଲ ହୋଇଛି । ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ CAIT ଚୀନରୁ ଆମଦାନୀ ହେଉଥିବା ପାଖାପାଖି ୫୦୦ ଉତ୍ପାଦର ଏକ ତାଲିକା ପ୍ରସ୍ତୁତ କରି ସେଗୁଡିକୁ  ବର୍ଜନ କରିବା ଲାଗି ଆହ୍ବାନ ଦେଇଛି।

 ସରକାରୀ ସ୍ତରରେ ମଧ୍ୟ ଏଭଳି ଅଭିଯାନ ଜୋର ଧରିଛି। ଗତକାଲି ବିଏସଏନଏଲ ଏବଂ ଏମଟିଏନଏଲ ଚାଇନା ଇକ୍ବିପ୍‌ମେଣ୍ଟକୁ ଡିଲ୍‌କୁ ନା କହିଥିଲେ । ଆଜି ରେଲୱେ ୪୭୧ କୋଟି ଟଙ୍କାର ପ୍ରକଳ୍ପକୁ ବାତିଲ କରିଛି।  କାନପୁର-ମୋଗଲସରାଇ ମଧ୍ୟରେ ୪୧୭ କିମି ଫ୍ରେଇଟ୍ କରିଡରରେ ସିଗନାଲିଂ ଏବଂ ଟେଲିଯୋଗାଯୋଗ ପାଇଁ ଚାଇନା କମ୍ପାନୀ  ନେଇଥିବା ଠିକାକୁ ଧିମା କାମ ପାଇଁ ରଦ୍ଦ କରାଯାଇଛି । ଚାଇନା ମାଲ ଚାଇନା ଟେଣ୍ଡର ସହିତ ଚାଇନା ଖାନା ବି ରେଷ୍ଟୁରାଣ୍ଟରୁ ହଟେଇବାକୁ ଦାବି ହୋଇଛି। ମାନେ ଚାଇନିଜ ମଞ୍ଚୁରିଆନ, ସୁପ୍‌, ଚାଓମିନ୍‌କୁ ଏବେ ନା ନା କରିବାକୁ ଦାବି ହୋଇଛି। ଓଡ଼ିଶାରେ ମଧ୍ୟ ସମାନ ଅଭିଯାନ। ସମାନ ନାରା। ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁରୂପ ଆନ୍ଦୋଳନ ହୋଇଛି। ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଚାଇନା ମାଲକୁ ମଲରୁ ହଟାଇବାକୁ ଦାବି ହୋଇଛି।

ଚୀନର ଏକ ଜୋତା କମ୍ପାନୀ ରାଜ୍ୟରେ ଜୋତା ତିଆରିରେ ପୁଞ୍ଜିବିନିଯୋଗ ପାଇଁ ପ୍ରସ୍ତାବ ଥିବା ବେଳେ ଏହାକୁ ରାଜ୍ୟ ସରକାର ମଞ୍ଜୁରି ଦେଇଛନ୍ତି। ତେବେ ଏହାକୁ ଖାରଜ କରିବାକୁ ବିରୋଧୀ ଦାବି କରିଛନ୍ତି। ଏନେଇ ବିଜେଡି ମଧ୍ୟ ଜବାବ ରଖିଛି। ଭାରତ ଚୀନ ସୀମା ସମସ୍ୟା ନେଇ ଆଜି ପୁଣି ବସିଛି ମେଜର ଜେନେରାଲ ସ୍ତରୀୟ ବୈଠକ। ଲଗାତର ଆଲୋଚନା ପରେ ବି ବାହାରିପାରୁନି ନିଷ୍କର୍ଷ। ଗତକାଲି ବୈଠକରେ ମଧ୍ୟ ସହମତି ହୋଇନଥିଲା। ଗଲୱାନ ଭ୍ୟାଲିରୁ ଚୀନ ସେନା ପ୍ରତ୍ୟାହାର ପାଇଁ ଅମଙ୍ଗ ହେଉଥିବାରୁ ସମସ୍ୟା ସମାଧାନର ବାଟ ବାହାରୁନି। ଚୀନକୁ କୂଟନୈତିକ ଅର୍ଥନୈତିକ ଓ ସାମରିକ ସ୍ତରରେ ଘେରିବାକୁ ଭାରତ ଯେଉଁ ରଣନୀତି ପ୍ରସ୍ତୁତ କରିଛି ଏଥିରେ ସାରା ଭାରତ ସାମିଲ ହୋଇଛି।

   Related Posts