ଟ୍ରେନ୍ ଯାତ୍ରା ବେଳେ ମାସ୍କ ବାଧ୍ୟତାମୂଳକ, ନପିନ୍ଧିଲେ ୫୦୦ ଟଙ୍କା ଫାଇନ୍

Published By : Prameya-News7 Bureau | April 17, 2021 IST

ନୂଆଦିଲ୍ଲୀ ୧୭/୦୪: ଦେଶରେ କରୋନା ସଂକ୍ରମଣ ବଡିବଡି ଚାଲିଛି ।  ଅନେକ ସହରରରେ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ଫେରିଛି । ଏହାମଧ୍ୟରେ ଅନେକ ବ୍ୟକ୍ତି ଏବେବି ସଚେତନ ହେଉନାହାଁନ୍ତି । ଅମାନିଆ ହେଉଛନ୍ତି । କରୋନାର ଦ୍ୱିତୀୟ ଲହରରେ ଟ୍ରେନ୍ ଚଳାଚଳ ଜାରି ରହିଥିଲେ ସୁଦ୍ଧା ଅନେକ ଯାତ୍ରୀ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଛି । ଏହାକୁ ନଜରରେ ରଖି କଠୋର ପଦକ୍ଷେପ ନେଇଛି ରେଳ ବିଭାଗ ।

ଏବେ ଟ୍ରେନ ଯାତ୍ରୀ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଫାଇନ ଦେବେ । ଟ୍ରେନ୍ କିମ୍ବା ରେଳ ପରିସରରେ ମାସ୍କ ନିପିନ୍ଧିଥିବା ଯାତ୍ରୀଙ୍କଠାରୁ ଏହି ଫାଇନ୍ ଆଦାୟ ହେବ । ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏପିର ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ଗତ ୪ ଦିନ ହେବ ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଡୁଛି । ଦୈନିକ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ହଜାରରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । କହିବାକୁ ଗଲେ ଦେଶରେ କରୋନାର ସ୍ଥିତି ସଙ୍ଗୀନ ରହିଛି । ଅନେକ ରାଜ୍ୟରେ ମଧ୍ୟ କଟକଣା ଫେରିବା ସହ ଲକଡାଉନ୍ ଓ ସଟଡାଉନ୍ ଆଦି ଫେରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.