କୃଷକ ସଂଗଠନର ରଣ ହୁଙ୍କାର: ଶୀତ ଅଧିବେଶନରେ ପ୍ରତି ଦିନ ୫୦୦ କୃଷକ ସଂସଦ ପର୍ଯ୍ୟନ୍ତ କରିବେ ଟ୍ରାକ୍ଟର ରାଲି

Published By : Prameya-News7 Bureau | November 09, 2021 IST

ନୂଆଦିଲ୍ଲୀ ୦୯।୧୧: ସଂସଦର ଶୀତକାଳୀନ ଅଧିବେଶନ ସମୟରେ କୃଷକ ଆନ୍ଦୋଳନ ତୀବ୍ର ହେବାକୁ ଯାଉଛି। ନଭେମ୍ବର ୨୯ରୁ ଆରମ୍ଭ ହେଉଥିବା ଶୀତକାଳୀନ ଅଧିବେଶନର ଆରମ୍ଭ ସହିତ ପ୍ରତି ଦିନ ୫୦୦ କୃଷକ ଟ୍ରାକ୍ଟର ଏବଂ ଟ୍ରଲି ସହ ସଂସଦ ପର୍ଯ୍ୟନ୍ତ ରାଲି କରିବେ ବୋଲି ମଙ୍ଗଳବାର ସଂଯୁକ୍ତ କିଷାନ ମୋର୍ଚ୍ଚା ଘୋଷଣା  କରିଛି। ଏହି ରାଲି ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ ବୋଲି ପ୍ରେସ ବିବୃତିରେ କହିଛି ସଂଯୁକ୍ତ କିଷାନ ମୋର୍ଚ୍ଚା।

ସଂଯୁକ୍ତ କିଷାନ ମୋର୍ଚ୍ଚାରେ ସାମିଲ୍ ସମସ୍ତ ସଂଗଠନର ନେତାଙ୍କ ମଙ୍ଗଳବାର ସିଙ୍ଘୁ ବର୍ଡରରେ ବୈଠକ ହୋଇଛି। ଏଥିରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ନଭେମ୍ବର ୨୬ରେ କୃଷକ ଆନ୍ଦୋଳନକୁ ଏକ ବର୍ଷ ପୂରା ହେବାକୁ ଯାଉଛି। ଏହି ଅବସରରେ ପଞ୍ଜାବ, ହରିୟାଣା, ୟୁପି, ଉତ୍ତରାଖଣ୍ଡ, ରାଜସ୍ଥାନ ସମେତ ଅନେକ ରାଜ୍ୟର କୃଷକ ଦିଲ୍ଲୀ ବର୍ଡର ଅଭିମୁଖେ ଯାତ୍ରା କରିବେ। କୃଷକ ସଂଗଠନର ଘୋଷଣାରୁ ସ୍ପଷ୍ଟ ହୋଇଛି ଯେ, ନଭେମ୍ବରର ଶେଷ ସପ୍ତାହ ଏବଂ ଶୀତକାଳୀନ ଅଧିବେଶନ ସମୟରେ ଦିଲ୍ଲୀ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିପାରେ।

wp:html /wp:html

ଏହି କାରଣରୁ ଦିଲ୍ଲୀ-ଏନସିଆର, ହରିୟାଣା, ପଞ୍ଜାବ, ପଶ୍ଚିମ  ୟୁପିରେ ସଡକଗୁଡିକ ଜାମ ହେବା ସହ ରେଳ ଯାତାୟତ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ସୂଚନାଯୋଗ୍ୟ, ଗତ ଏକ ବର୍ଷ ଧରି ଜାରି କୃଷକ ଆନ୍ଦୋଳନର ଏ ପର୍ଯ୍ୟନ୍ତ କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ। ଭାରତୀୟ କୃଷକ ୟୁନିୟନର ନେତା ରାକେଶ ଟିକାୟତ ସମେତ ଅନେକ ନେତା ଏହି ଦାବି କରି ସାରିଛନ୍ତି ଯେ, ସେମାନେ ତିନି ନୂତନ କୃହି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଘରକୁ ଫେରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.