କୃଷକ ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ଗଲାଣି ୫୦୦ ଚାଷୀଙ୍କ ଜୀବନ, ତୁରନ୍ତ ସମାଧାନ ନହେଲେ ସ୍ବାଧୀନତା ଦିବସରେ ଭୟଙ୍କର ହେବ ସ୍ଥିତି

Published By : Prameya-News7 Bureau | July 31, 2021 IST

ନୂଆଦିଲ୍ଲୀ ୩୧/୦୭ : କେନ୍ଦ୍ର ସରକାର ନୂଆ କୃଷି ବିଲକୁ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ହେଲା ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟ ସୀମାରେ କୃଷକ ସଂଗଠନମାନେ ଆନ୍ଦୋଳନ ଜାରି ରଖିଛନ୍ତି । ୩ ନୂଆ ବିଲ ପ୍ରତ୍ୟାହାର ଜିଦରେ ଅଡି ବସିଥିବା ଚାଷୀ, ଆନ୍ଦୋଳନକୁ ତୀବ୍ର କରିବାକୁ ସଜବାଜ ହେଉଛନ୍ତି । ସେପଟେ କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ୟାର ସମାଧାନ ନେଇ କୌଣସି ଉପାୟ ବାହାରି ପାରିନାହିଁ ।

ସେପଟେ ଦେଶର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଥିବା ଚାଷୀଙ୍କ ମୃତ୍ୟୁ ସଂଖ୍ୟା ବଢୁଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦୦ ଚାଷୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ ପ୍ରଦର୍ଶନ ବେଳେ ଅତିଷ୍ଠ ହୋଇ ଆତ୍ମହତ୍ୟା ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଚାଷୀ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । କୃଷକ ସଂଗଠନ ନିଜ ଜିଦରେ ଅଟଳ ଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ନଛୋଡବନ୍ଧା । ଅନେକ ଥର ସରକାର ଏବଂ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସେପଟେ ଚାଷୀମାନେ ଅଗଷ୍ଟ ୧୫ ପାଇଁ ଦିଲ୍ଲୀରେ ଜୋରଦାର ଆନ୍ଦୋଳନ ପାଇଁ ସଜବାଜ ହେଲେଣି ।

wp:embed {"url":"https://twitter.com/ANI/status/1421375331131281414","type":"rich","providerNameSlug":"twitter","responsive":true}
https://twitter.com/ANI/status/1421375331131281414
/wp:embed

ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି ଶିରୋମଣୀ ଅକାଳୀ ଦଳ ନେତା ହରସିମ୍ରତ କୌର ବାଦଲ କହିଛନ୍ତି ଯେ, ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇ ମାମଲାର ସମାଧାନ କରାଯିବା ଆବଶ୍ୟକ । କୃଷକମାନଙ୍କ ସମସ୍ୟା ବିଭିନ୍ନ ଦିଗକୁ ବିଚାର କରି କେନ୍ଦ୍ର ସରକାର ପଦକ୍ଷେପ ନେବା ଆବଶ୍ୟକ ।

ସୂଚନାଯୋଗ୍ୟ, ଜାନୁଆରୀ ୨୬ରେ ଦେଶ ଦେଖିଥିଲା ଚାଷୀମାନଙ୍କ ଉଗ୍ର ରୂପ । ହଜାର ହଜାର ସଂଖ୍ୟାରେ ଚାଷୀ ଐତିହାସିକ ଲାଲକିଲ୍ଲାକୁ କବଜାକୁ ନେଇଥିଲେ । କେବଳ ସେତିକି ନୁହେଁ ଲାଲକିଲ୍ଲା ଉପରେ ଧାର୍ମିକ ପତାକା ମଧ୍ୟ ଉଡାଇଥିଲେ । ସେତେବେଳେ ଦିଲ୍ଲୀ ପୋଲିସ ଚାଷୀଙ୍କୁ ଅଟକାଇବାରେ ସଂମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା । ଏବେ ପୁଣି ଥରେ ସ୍ବାଧୀନତା ଦିବସରେ ସଂସଦ ଘେରାଉ କରିବାକୁ ଯୋଜନା କରୁଛନ୍ତି ଚାଷୀ । ଏ ନେଇ କେନ୍ଦ୍ର ସରକାରଙ୍କୁ ଚେତାବନୀ ମଧ୍ୟ ଦେଇସାରିଛନ୍ତି । ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, ଅଗଷ୍ଟ ୧୫ ରେ ଦେଶ ଦେଖିବ ଚାଷୀଙ୍କ ପ୍ରତିବାଦ । ଦିଲ୍ଲୀ ସମେତ ଅନ୍ୟ ରାଜ୍ୟର ସୀମାରେ ଜାରି ରହିଥିବା ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ । ରାକେଶ ଟିକାୟତ କହିଛନ୍ତି, ଦରକାର ପଡିଲେ ଅନ୍ୟ ସ୍ଥାନମାନଙ୍କରେ ଜାରି ରହିଥିବା ଆନ୍ଦୋଳନକୁ ଦିଲ୍ଲୀ ଆନ୍ଦୋଳନ ଭଳି ରୂପରେଖ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.