ବରେଲିରୁ ଜବତ ହେଲା ୧୪ ଲକ୍ଷ ୮୬ ହଜାର ଟଙ୍କାର ୫୦୦-୧୦୦ ଟଙ୍କିଆ ପୁରୁଣା ନୋଟ୍, ପାଞ୍ଚ ଜଣ ଗିରଫ

Published By : Prameya-News7 Bureau | September 26, 2020 IST

ବରେଲି ୨୬/୦୯: ବରେଲିର ବହେଡି-ସେରଗଡ଼ ବର୍ଡରରେ ପୋଲିସ୍ ଗୋଟିଏ ଗାଡ଼ିରୁ ୧୪ ଲକ୍ଷ ୮୬ ହଜାର ଟଙ୍କାର ପୁରୁଣା ୫୦୦-୧୦୦୦ ଟଙ୍କାର ନୋଟ୍ ଜବତ କରିଛି। ଏହା ସହ ପୋଲିସ୍ ପାଞ୍ଚ ଜଣ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି।

ଗତକାଲି ବିଳମ୍ବିତ ରାତ୍ରିରେ ଶେରଗଡ଼ ଅଶ୍ବନି କୁମାର ସିଂହ ବହେଡି-ଶେରଗଡ଼ ବର୍ଡ଼ରରେ ଅବସ୍ଥିତ ଗଭନ୍ନା ସେଣ୍ଟର ସାମ୍ନାରେ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ହାଜି ଅବଦୁଲ ଲତିଫ, ଅମୀର ଅହମଦ, କମଲ ସିଂହ, ଦୀନେଶ କୁମାର ଯାଦବ,ମୋତିଲାଲ।ଏ ସମସ୍ତଙ୍କୁ ପୋଲିସ୍ କାନପୁରରେ ରତିପ୍ରାୟ ୧୨ଟା ୩୦ରେ ଗିରଫ କରିଛି। ଏହା ସହ ଧଳା ରଙ୍ଗର ଫର୍ଡ ଫିଏଷ୍ଟା ଗାଡ଼ି (ନମ୍ବର 04 k 0330) ମଧ୍ୟ ପୋଲିସ୍ ଜବତ କରିଛି। ସେମାନଙ୍କ ବିରୋଧରେ ଶେରଗଢ଼ ଥାନାରେ ଭାରତୀୟ ରିଭର୍ଜ ବ୍ୟାଙ୍କ ଅଧିନିୟମରେ ମାମଲା ରୁଜୁ କରାଯାଇଛି।

ଏହା ସହ ୧୪ ଲକ୍ଷ ୮୬ ହଜାର ପୁରୁଣା ନୋଟ ସହିତ କାନପୁରର ଦୁଇଜଣ ଚୋରାଚାଲଣକାରୀ ଓ ଉତ୍ତରାଖଣ୍ଡର ଦୁଇ ଜଣ ଚୋରା ଚାଲାଣକାରୀ ଓ ଜଣେ ବହେଡିର ଚୋରାଚାଲଣକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ପଶେଲିସ୍ପ ଚରାଉଚରା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.