ଲକ୍‌ଡାଉନ୍‌ ବେଳେ ୫୦୦ କିମି ଚାଲି ଚାଲି ଘର ମୁହାଁ ୫୦ ବର୍ଷୀୟ ଦିବ୍ୟାଙ୍ଗ

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ ୨୮।୦୩: ଗୁଡଗାଓଁ, ଦିଲ୍ଲୀ, ଗାଜିଆବାଦ ପରି ସହରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ସବୁଠୁ ବଡ ଚିନ୍ତା ପେଟକୁ କେମିତି ଦି ଓଳି ଦାନା ଦେବେ। କରୋନା ଭାଇରସ୍‌କୁ ରୋକିବା ପାଇଁ ସମଗ୍ର ଦେଶରେ ସରକାର ୨୧ ଦିନିଆ ଲକ୍‌ଡାଉନ୍‌  ଲଗାଇଛନ୍ତି। ଫଳରେ ରାଜଧାନୀ ଦିଲ୍ଲୀର ଆଖପାଖ କାରଖାନା ବନ୍ଦ ହୋଇ ସାରିଛି। ଏଥିରେ କାରଖାନାରେ କାମ କରୁଥିବା ଶ୍ରମିକଙ୍କଠୁ ନେଇ ଅନେକ ଗରିବ ଲୋକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଏମିତି ସ୍ଥିତିରେ ଶତାଧିକ ଲୋକ ସହର ଛାଡି ନିଜ ଗାଁ ଯିବାକୁ ବିବଶ ହୋଇଛନ୍ତି। ଏହା ମଧ୍ୟରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ନିଜର ଆଶା ବାଡି ସାହାରାରେ ଘରକୁ ଯିବାକୁ ଅଣ୍ଟା ଭିଡିଛନ୍ତି।

{"id":245564,"sizeSlug":"large"}

ଗାଜିଆବାଦରୁ ପାଦରେ ଚାଲି ଚାଲି ଘର ଅଭିମୁଖେ ବାହାରି ଥିବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନାମ ସଲିମ। ତାଙ୍କର ବୟସ ୫୦ ବର୍ଷ। ଗାଜିଆବାଦରେ ରହି ସେ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ହେଲେ ସଲିମ ଏବେ ନିଜ ଭାଇଙ୍କ ସହ ଆଶା ବାଡି ସାହାରାରେ କାନପୁର ଯିବାକୁ ବାଧ୍ୟ ହୋଇଛନ୍ତି। ବର୍ତ୍ତମାନ ସେ ଗାଜିଆବାଦରୁ ଫିରୋଜାବାଦ ହାଇଓ୍ଵେ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି।

ଟାଣ ଖରା, ଗଦ୍‌ଗଦ୍‌ ଝାଳ, ଆଶା ବାଡିର ଯନ୍ତ୍ରଣାକୁ ଭୁଲି ପାଦରେ ଚାଲି ଚାଲି ଘର ଅଭିମୁଖେ ବାହାରିଛନ୍ତି ସଲିମ। ସେ ଆଶା ରଖିଛନ୍ତି ଯେ,  ବୋଧହୁଏ ତାଙ୍କୁ ଦୁଇ ପଟ ରୁଟି ମିଳିଯିବ। ଦିଲ୍ଲୀରୁ ସଲିମ ଆଶା ବାଡି ସାହାରାରେ ୨୫୦ କିମି ପଥ ଅତିକ୍ରମ କରି ସାରିଛନ୍ତି।  ଏବେ ତାଙ୍କୁ ୨୫୦ କିମି ଯିବାକୁ ପଡିବ। ଏହି ସମୟରେ ଦିବ୍ୟାଙ୍ଗ ସଲିମଙ୍କ କଥା ଶୁଣିବାକୁ ଆଉ କେହି ନାହାନ୍ତି। ତାଙ୍କୁ ସରକାରଙ୍କଠୁ ସହାୟତାର ଆଶା ରହିଛି।

{"id":245565,"sizeSlug":"large"}

ସଲିମ କହିଛନ୍ତି ଯେ, ମୁଁ ଗାଜିଆବାଦରୁ ଆସୁଛି। ଆମେ ଭିକ୍ଷା ମାଗି ଭରଣପୋଷଣ କରୁଥିଲୁ। କିନ୍ତୁ ଏବେ ଚକା ଜାମ। ବସ୍‌କୁ ବହୁ ସମୟ ଅପେକ୍ଷା କଲୁ। ମାତ୍ର କିଛି ସୁବିଧା ନହେବାରୁ ପାଦରେ ଚାଲି ଚାଲି ଯିବାକୁ ମନସ୍ଥ କଲୁ। ଆମେ ସିକୋହାବାଦ ଦେଇ କାନପୁର ଯିବୁ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ଆମେ ସକାଳ ୪ଟାରୁ ଚାଲିବା ଆରମ୍ଭ କରିଛୁ। ଆମ ପାଖରେ ଖାଇବାକୁ କିଛି ନାହିଁ। ଆମେ ସକାଳେ ଗୋଟିଏ ବିସ୍କୁଟ ପ୍ୟାକେଟ୍ ଖାଇ ବାହାରି ଥିଲୁ। ଆମ ପାଖରେ ପଇସା ବି ନାହିଁ। ମାର୍କେଟ୍ ବି ବନ୍ଦ।

{"id":245566,"sizeSlug":"large"}

ଏବେ ଦେଖିବା ବାକି ରହିଲା ଯେ ଏମିତି ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର କେମିତି ସାହାଯ୍ୟ କରୁଛନ୍ତି। ଏବେ ଏହି ଗରିବଙ୍କ ଜୀବନ କେବ ସ୍ଵାଭାବିକ ହେବ କିଏ ଜାଣିଛି ବୋଲି ସଲିମ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.