ଗାଧୁଆ ଘରେ ବନ୍ଦ କରି ୧୦ ବର୍ଷର ଝିଅକୁ ବାରମ୍ୱାର ଦୁଷ୍କର୍ମ କଲା ସରକାରୀ ଶିକ୍ଷକ, ଯନ୍ତ୍ରଣାରୁ ଜଣା ପଡ଼ିଲା ଘଟଣା

Published By : Prameya-News7 Bureau | October 09, 2021 IST

ଭୋପାଲ, ୦୯/୧୦: ଦିନକୁ ଦିନ ଦେଶରେ ନାବାଳିକା ଦୁଷ୍କର୍ମ ବୃଦ୍ଧି ପାଇବାରେ ଲାଗିଛି । ଶିକ୍ଷିତ ଯୁବ ଗୋଷ୍ଠୀ ଏପରି କୁକର୍ମ ସହ ଲିପ୍ତ ରହୁଥିବା ବେଳେ ବୃଦ୍ଧ ମଧ୍ୟ ଏପରି ଘୃଣ୍ୟ କର୍ମ କରିବାକୁ ପଛାଉ ନାହାନ୍ତି । ଏପରି ଏକ ଘଟଣା ମଧ୍ୟପ୍ରଦେଶ ଭୋପାଳର ବର୍ଷିଆ ଅଞ୍ଚଳରେ ଘଟିଛି । ଏଠାରେ ୧୦ ବର୍ଷର ନାବାଳିକାକୁ ଜଣେ ସରକାରୀ ସ୍କୁଲର ଶିକ୍ଷକ ବାରମ୍ୱାର ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଏ ଘଟଣା ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ଝିଅଟି ଅତ୍ୟଧିକ ଯନ୍ତ୍ରଣା ଅନୁଭବ କଲା । ସଙ୍ଗେ ସଙ୍ଗେ ପରିବାର ଲୋକ ତାକୁ  ଡାକ୍ତରଖାନା ନେଇଥିବା ବେଳେ ଝିଅଟି ତା ସହିତ ଘଟିଥିବା ସମସ୍ତ ଘଟଣା କହିଥିଲା ।

ରିପୋର୍ଟ ଅନୁସାରେ, ପ୍ରଥମେ ମାର୍ଚ୍ଚ ମାସରେ ଏହି ୫୦ ବର୍ଷୀୟ ଅଭିଯୁକ୍ତ ଶିକ୍ଷକ ଝିଅଟିକୁ ଯୌନ ନିର୍ଯ୍ୟାତନା ଦେଇଥିଲା । ଗାଧୁଆ ଘର ଭିତରେ ତାଲା ପକାଇ ଝିଅଟି ସହ ଦୁଷ୍କର୍ମ କରିଥିଲା । ସେ ଏନେଇ ସେତେବେଳେ କାହାକୁ ଜଣାଇ ନଥିଲା । କାରଣ ସେ ଜାଣିପାରିନଥିଲା ଯେ ତା ସହ କଣ ଘଟୁଛି । ଅଭିଯୁକ୍ତ ଘରେ ଥିବା ବୋରୱେଲ୍‌ରୁ ସ୍ଥାନୀୟ ଲେକ ପାଣି ନେଉଥିବା ବେଳେ ଝିଅଟି ମଧ୍ୟ ପାଣି ଆଣିବାକୁ ଯାଉଥିବା ସମୟରେ ଶିକ୍ଷକ ଏପରି କରିଥିବା ଜଣାପଡ଼ିଛି ।

ଅଭିଯୁକ୍ତ ଦ୍ୱିତୀୟ ଥର ସେପ୍ଟେମ୍ୱର ମାସ ୧ ତାରଖରେ ଝିଅଟିକୁ ନିର୍ଯ୍ୟାତନା ଦେଇଥିଲା । ସେତେବେଳେ ମଧ୍ୟ ସେ ପାଣି ଆଣିବାକୁ ଯାଇଥିବା ବେଳେ ଗାଧୁଆ ଘରେ ପୁରାଇ ତା ସହ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଝିଅଟି କହିଛି । ପରିବାର ଲୋକ ଏହି ଘଟଣା ଜାଣିବା ପରେ ଥାନାରେ ଏନେଇ ମାମଲା ଦାଏର କରିଥିଲେ । ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.