Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଚାଷୀଙ୍କ ‘ରେଳ ରୋକ୍‌’ ଆନ୍ଦୋଳନ: ୬୦ରୁ ଅଧିକ ଟ୍ରେନ୍‌ ପ୍ରଭାବିତ, ପଞ୍ଜାବରୁ ରାଜସ୍ଥାନ ସବୁଠି ପ୍ରଭାବ

18/10/2021 at 4:17 PM

ନୂଆଦିଲ୍ଲୀ ୧୮/୧୦: ଚାଷୀଙ୍କ ରେଳ ରୋକ ଆନ୍ଦୋଳନ ପାଇଁ ଉତ୍ତର ଭାରତର ଅଧିକାଂଶ ରାଜ୍ୟ ପ୍ରଭାବିତ ହୋଇଛି । ସୋମବାର ସକାଳ ୧୦ରୁ ଅପରାହ୍ଣ ୪ ଯାଏଁ ଭିନ୍ନ ଭିନ୍ନ ସ୍ଥାନରେ ରେଳ ଟ୍ରାକ୍‌ ଉପରେ ବସି ହଜାର ହଜାର କୃଷକ ବିରୋଧ ପ୍ରଦର୍ଶନ କରିଛନ୍ତି । ଉତ୍ତର ରେଲଓ୍ବେର ପ୍ରବକ୍ତାଙ୍କ ଅନୁସାରେ, ଏବେ ସୁଦ୍ଧା ୧୫୦ରୁ ଉର୍ଦ୍ଧ୍ବ ସ୍ଥାନରେ ଏହାର ପ୍ରଭାବ ପଡ଼ିଛି। ଏହି ଜୋନ୍‌ରେ ୬୦ ଟ୍ରେନ୍‌ ପ୍ରଭାବିତ ହୋଇଛି । ଅନେକ ଟ୍ରେନ୍‌ର ସମୟ ପରିବର୍ତ୍ତନ ହୋଇଥିବା ଜଣାପଡ଼ିଛି।

‘ରେଳ ରୋକ୍‌’ ଆନ୍ଦୋଳନ ପାଇଁ ୧୫୦ ସ୍ଥାନରେ ପ୍ରଭାବ ପଡ଼ିଥିବା ବେଳେ ୨୫ ଟ୍ରେନ୍‌ ଯାତ୍ରା ରଦ୍ଦ ହୋଇଛି। ଏହା ପୂର୍ବରୁ ଦିଲ୍ଲୀ-ଅମୃତସର ଶତାବ୍ଦୀ ଏକ୍ସପ୍ରେସ୍‌ ଅମ୍ବାନା ଷ୍ଟେସନ୍‌ରେ ଟର୍ମିନେଟ୍‌ କରାଯାଇଛି। ଚଣ୍ଡୀଗଡ଼ ଯାଉଥିବା ଅନ୍ୟ ଏକ ଟ୍ରେନ୍‌କୁ ଡପ୍ପର ଷ୍ଟେସନ୍‌ରେ ଅଟକାଇଦିଆଯିବା ପରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗିଥିବା କହିଛନ୍ତି। ଚାଷୀ ଆନ୍ଦୋଳନ ଦ୍ବାରା ଦିଲ୍ଳୀ, ରୋହତକ, ପାନୀପତ, ସୋନୀପତ, କରୁକ୍ଷେତ୍ର, କୈଥଲ, ବାହାଦୂରଗଡ଼, ଅମ୍ବାଲା, ଜଳନ୍ଧର, ଲୁଧିଆନା, ଚଣ୍ଡୀଗଡ଼, ଅମୃତସର, ଜାମ୍ମୁ, ମେରଠ, ଗାଜିଆବାଦ, ଶାମଲୀ, ସହାରନପୁର, ମୁରାଦାବାଦ ସମେତ ଅନେକ ଛୋଟ ବଡ଼ ଷ୍ଟେସନ୍‌ ପ୍ରଭାବିତ ହୋଇଛି।

ଏହି ସମୟରେ ଭାରତୀୟ ରେଳ ପକ୍ଷରୁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି। ଅଧା ରାସ୍ତାରୁ ଟ୍ରେନ୍‌ ଅଟକିବାକୁ ଥିବା ଦେଖି  ଯାତ୍ରୀଙ୍କ ସୁବିଧା ପାଇଁ ଯଥା ସମ୍ଭବ ଟ୍ରେନ୍‌ଗୁଡ଼ିକୁ ଷ୍ଟେସନ୍‌ ପାଖାପାଖି ଅଟକାଇବାକୁ କୁହାଯାଇଛି। କାରଣ ସେଠାରୁ ଯାତ୍ରୀ ଚାହିଁଲେ ସଡ଼କ ମାର୍ଗରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇପାରିବେ। ଏହି ସବୁ ଷ୍ଟେସନ୍‌ରେ ଯାତ୍ରୀମାନଙ୍କ ପାଇଁ ଖାଦ୍ୟ-ପେୟ ଲାଗି ବ୍ୟବସ୍ଥା କରିବାକୁ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ରେଳ ବାଇ ପକ୍ଷରୁ ନିର୍ଦେଶ ଦିଆଯାଇଛି ।  

   Related Posts