ଧୋକା ଦେଲା ଡ୍ରାଗନ୍: ଗୁଣବତ୍ତା ପରୀକ୍ଷଣରେ ଫେଲ୍ ହେଲା ଚୀନରୁ ମିଳିଥିବା ୫୦ ହଜାର ପିପିଇ

Published By : Prameya-News7 Bureau | April 16, 2020 IST

ନୂଆଦିଲ୍ଲୀ, ୧୬|୦୪:  ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି । ଏହା ମଧ୍ୟରେ ଭାରତ ଚୀନଠାରୁ ଦେଢ କୋଟି ପିପିଇ କିଟ୍ ଅର୍ଡର କରିଛି । ଚୀନ ଘରୋଇ କମ୍ପାନୀ ତରଫରୁ ଭାରତକୁ ଦାନ କରାଯାଇଥିବା ଅନେକ ମେଡିକାଲ୍ କିଟସ୍ ଯାଂଚ ବେଳେ ଫେଲ୍ ହୋଇଛି ।

‘ଦି ଇକୋନୋମିକ୍ସ ଟାଇମ୍ସ’ ଅନୁସାରେ, ଏହି ମାମଲା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ, ୧ ଲକ୍ଷ ୭୦ ହଜାର ପିପିଇ କିଟ୍ ଆସିଛି । ଯେଉଁଥିରୁ ୫୦ ହଜାର କିଟ୍ ଟେଷ୍ଟରେ ଫେଲ୍ ହୋଇଛି । ୩୦ ହଜାର ଓ ୧୦ ହଜାର କିଟସର ଦୁଇଟି କୋନସାଇନମେଣ୍ଟ ମଧ୍ୟ ଆସିଥିଲା ଯାହା ମଧ୍ୟ ଯାଂଚ ବେଳେ ଫେଲ ହୋଇଯାଇଛି । ଏହି କିଟ୍ସକୁ ଡିଫେନ୍ସ ରିସର୍ଚ୍ଚ ଓ ଡେଭଲପମେଣ୍ଟ ଅର୍ଗାନାଇଜେସନର ଲାବୋରୋଟାରୀରେ ଟେଷ୍ଟ୍ କରାଯାଇଥିଲା ।

{"id":255046,"width":751,"height":376,"sizeSlug":"large"}

ରିପୋର୍ଟ ଅନୁସାରେ, ଆଉ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, କେବଳ ସିଇି ଓ ଏଫଡିଏ ସାର୍ଟିଫାଏଡ୍ ପିପିଇ କିଟ୍ କ୍ରୟ କରାଯାଉଛି । ଦାନ ରୂପେ ଭାରତ ପାଇଥିବା କିଛି କିଟ୍ ଗୁଣବତ୍ତା ପରୀକ୍ଷଣରେ ବିଫଳ ହୋଇଛି । ଏସବୁକୁ ବ୍ୟବହାର କରାଯାଇ ପାରିବ ନାହିଁ । ଏଫଡିଏ ଓ ସିଇ ସ୍ୱୀକୃତି ପ୍ରାପ୍ତ କିଟକୁ ଭାରତରେ ଗୁଣବତ୍ତା ପରୀକ୍ଷଣ ପାସ୍ ହେବାକୁ ପଡିବ । ଯେଉଁ ପିପିଇ ଫେଲ୍ ହୋଇଛି ତାକୁ ଚୀନର ଅନେକ ଘରୋଇ କମ୍ପାନୀ ଭାରତକୁ ଦାନ କରିଥିଲେ । ଦେଶରେ ଅଭାବ ପୂରଣ ପାଇଁ ଅତିରିକ୍ତ ୧ ଲକ୍ଷ କିଟର ଅର୍ଡର ଦିଆଯାଇଛି । ଯେଉଁଥିରେ ସିଙ୍ଗାପୁରର ଏକ କମ୍ପାନୀ ସାମିଲ ଅଛି । ସମସ୍ତ ସୁଟ୍ ଚୀନରୁ ହିଁ ନିଆଯିବ ।

ତେବେ ମେ ମାସ ପୂର୍ବରୁ ଭାରତ ପାଖରେ ପର୍ଯ୍ୟାପ୍ତ ପିପିଇ ରହିବା ଆବଶ୍ୟକ । ଏଥିପାଇଁ ଅର୍ଡର ଦିଆଯାଉଛି । ଭାରତରେ ୨ ମିଲିୟନ ପିପିଇ ଥିଲେ ସ୍ଥିତି ଭଲ ରହିବ । ଅନ୍ୟ ଦେଶରୁ ଏହାକୁ ଅର୍ଡର କରାଯାଉଛି । ତେବେ ଦେଶରେ ମଧ୍ୟ ଏବେ ଏହାକୁ ତିଆରି କରାଗଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.