Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||

ମହାରାଷ୍ଟ୍ରରେ ଛପି ରହିଛନ୍ତି ୫୦ ତବଲିଗି ଜମାତି, ଜୋରଦାର ହେଲା ତଲାସି ଅଭିଯାନ

8/04/2020 at 9:36 PM

ମୁମ୍ବାଇ, ୦୮।୦୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି କରିବାରେ ସବୁଠୁ କାରଣ ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ମରକଜରେ ତବଲିଗି ଜମାତିଙ୍କ ଧାର୍ମିକ ସମାରୋହ। ଏଥିରେ ବିଦେଶୀ ଜମାତି ମଧ୍ୟ ସାମିଲ ଥିଲେ। ଏଠାରୁ ହଜାର ହଜାର ସଂଖ୍ୟାରେ ତବଲିଗି ଜମାତି ଦେଶର ଅନେକ ରାଜ୍ୟକୁ ଫେରିଥିଲେ। ଏବେ ହଜାର ସଂଖ୍ୟକ ତବଲିଗି ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୨୫ ହଜାରକୁ ବିଭିନ୍ନ ରାଜ୍ୟରେ କ୍ଵାରେଣ୍ଟାଇନରେ ରଖାଯାଇଛି। ଏବେ ମଧ୍ୟ ଅନେକ ଜମାତି ଛପି ରହିଛନ୍ତି। ମହାରାଷ୍ଟ୍ରର ବିଭିନ୍ନ ଇଲାକାରେ ୫୦ରୁ ଅଧିକ ତବଲିଗି ମରକଜର ଜମାତି ଛପି ରହିଥିବା ସୂଚନା ପୋଲିସକୁ ମିଳିଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅନିଲ୍ ଦେଶମୁଖ କହିଛନ୍ତି ଯେ, ସମସ୍ତ ତବଲିଗି ଜମାତି ନିଜକୁ ପୋଲିସ ହାତରେ ହସ୍ତାନ୍ତର କରାନ୍ତୁ । ଯଦି ଏହି ଜମାତିଙ୍କୁ ପୋଲିସ୍ ଖୋଜି ବାହାର କରେ ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସୂଚନା ଅନୁଯାୟୀ ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ଜମାତରେ ମହାରାଷ୍ଟ୍ରର ୧୪୦୦ ଜମାତି ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୩୫୦ ଜମାତିଙ୍କୁ ଧରି କ୍ୱାରେଣ୍ଟାଇନରେ ରଖାଯାଇଛି । ଏବେ ସୁଦ୍ଧା ୫୦ ତବଲିଗି ଜମାତ ରାଜ୍ୟରେ ଛପି ରହିଛନ୍ତି । ଏହି ସବୁ ଜମାତି କେଉଁଠି ଛପି ରହି ମୋବାଇଲ ମଧ୍ୟ ସୁଇଚ୍ ଅଫ କରି ଦେଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅନିଲ୍ ଦେଶମୁଖ କହିଛନ୍ତି ଏହି ସବୁ ତବଲିଗିଙ୍କ ତଲାସି ଜାରି ରହିଛି । ଖୁବ୍ ଶୀଘ୍ର ଏମାନଙ୍କୁ ଧରି ପୃଥକ ବାସରେ ରଖାଯିବ । ଏହା ପରେ ଏହି ସବୁ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୫କୁ ବୃଦ୍ଧି ଘଟିଛି। ଏହି ମହାମାରୀରେ ମୃତକଙ୍କ ସଂଖ୍ୟା ୭୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରୁ ୫ ଜଣ କେବଳ ମୁମ୍ବାଇରୁ। ମୁମ୍ବାଇରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫କୁ ବୃଦ୍ଧି ଘଟିଛି।

   Related Posts