କୋଟାରୁ ସମ୍ବଲପୁରକୁ ଫେରିଲେ ୫୦ ଜଣ ଛାତ୍ରଛାତ୍ରୀ

Published By : Prameya-News7 Bureau | May 05, 2020 IST

ସମ୍ବଲପୁର ୫।୫: ସମ୍ବଲପୁର ଜିଲ୍ଲାକୁ କୋଟାରୁ ଫେରିଲେ ଛାତ୍ରଛାତ୍ରୀ । ୫୦ ଜଣ ଛାତ୍ରଛାତ୍ରୀ ୨ଟି ବସ୍ ଯୋଗେ ସମ୍ବଲପୁର ବୁର୍ଲାରେ ପହଞ୍ଚିଛନ୍ତି । ଛାତ୍ରଛାତ୍ରୀଙ୍କ ସହ କିଛି ଅଭିଭାବକ ମଧ୍ୟ ରହିଛନ୍ତି । ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀମାନେ ବୁର୍ଲା ପହଞ୍ଚିବା ପରେ ପୋଲିସ ଉପସ୍ଥିତିରେ ସେମାନଙ୍କର ସ୍ବାସ୍ଥ୍ୟ ପରେ ସମସ୍ତଙ୍କୁ ସମ୍ବଲପୁର ବିଶ୍ବବିଦ୍ୟାଳୟର ନ୍ୟୁ ଲାଇବ୍ରେରୀରେ ଥିବା କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯିବ । ୩୫ଜଣ ଛାତ୍ରଛାତ୍ରୀ ବୁର୍ଲାରେ ରହିବା ପରେ ବାକି ୧୫ ଜଣ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ରହିବେ ବୋଲି ସୂଚନା ମିଳିଛି ।

{"id":264905,"sizeSlug":"large"}

ଏମାନେ ପହଞ୍ଚିବା ପରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ସ୍କ୍ରିନିଂ କରି ସ୍ବାସ୍ଥ୍ୟ ଯାଞ୍ଚ କରିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଘଟଣାସ୍ଥଳରେ ବୁର୍ଲା ଏସଡିପିଓ, ବୁର୍ଲା ଥାନା ଅଧିକାରୀ, ସ୍ବାସ୍ଥ୍ୟବିଭାଗର ଗୋଟିଏ ଟିମ୍, ମହାନଗର ନିଗମର ଡେପୁଟି କମିଶନର ଉପସ୍ଥିତ ଅଛନ୍ତି । ଆସନ୍ତାକାଲି ଏହି ଛାତ୍ରଛାତ୍ରୀଙ୍କୁ ହୋମ୍ କ୍ବାରେଣ୍ଟାଇନକୁ ଛଡାଯିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.