ନିଜ ପରିବର୍ତ୍ତେ ଘୋଡାର ଜନ୍ମଦିନ ପାଳନ କଲେ ମାଲିକ: କାଟିଲେ ୫୦ ପାଉଣ୍ଡର କେକ୍

Published By : Prameya-News7 Bureau | March 02, 2021 IST

ସହରସା ୦୨/୦୩ : ଆମେ ସମସ୍ତେ ଜନ୍ମଦିନ ପାଳନ କରିଥାଉ। ଜନ୍ମଦିନ ପାଳନ କରିବା ଏକ ସାଧାରଣ କଥା। କିନ୍ତୁ ଆଜିକା ସମୟରେ କିଛି ପଶୁପରିମି ବି ଅଛନ୍ତି ଯେଉଁମାନେ ନିଜ ପୋଷାଙ୍କ ଜନ୍ମଦିନ ମଣିଷଙ୍କ ଜନ୍ମଦିନ ଭଳି ପାଳନ କରନ୍ତି। ଚେତକ ନାମକ ଘୋଡାର ଜନ୍ମଦିନ ପାଇଁ ଭୋଜି ଆୟୋଜନ କରାଯାଇଥିଲା। ଚେତକର ମାଲିକ ୫୦ ପାଉଣ୍ଡର କେକ କାଟି ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନରେ ଖୁବ ବାଣ ମଧ୍ୟ ଫୁଟାଇଥିଲେ।

{"id":416853,"sizeSlug":"large","linkDestination":"none"}

ଚେତକ ଜନ୍ମଦିନରେ ସହରର ଅନେକ ଲୋକ ସାମିଲ ହୋଇଥିଲେ। ଲୋକେ ଜନ୍ମଦିନ ଖୁବ ଏଞ୍ଜଏ କରିଥିଲେ। ଚେତକର ମାଲିକ ସାମାଜିକ କାର୍ଯ୍ୟକର୍ତ୍ତା ଗଲୁ ଯାଦବଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ ଯେ ଚେତକ ଯେତେବେଳେ ୬ ମାସର ଥିଲା ସେ ସେତେବେଳେ ତାକୁ ଘରକୁ ଆଣିଥିଲେ। ସେ ତାକୁ କ୍ଷୀର ପିଆଇ, ଚଣା, ଜବ, ବାଜରା, ମାରୁଆ ହଲୱା ଖୁଆଇ ବଡ କରିଛନ୍ତି।

{"id":416855,"sizeSlug":"large","linkDestination":"none"}

ସେ କହିଛନ୍ତି ଯେ ଚେତକକୁ ସେ ନିଜ ପୁଅ ଭଳି ସ୍ନେହ କରନ୍ତି। ତା ପାଇଁ ସେ ଗାଈ ବି କିଣିଥିଲେ ଯେପରିକି ସେ କ୍ଷୀର ପିଇବାକୁ ପାଇବ। ସେ କହିଛନ୍ତି ଯେ ସେ କେବେ ନିଜ ଜନ୍ମଦିନ ପାଳନ କରନ୍ତିନି। ନିଜ ଜନ୍ମଦିନ ପାଳନ କରିବା ପରିବର୍ତ୍ତେ ଚେତକର ଜନ୍ମଦିନ ପାଳନ କରିବାକୁ ସେ ଚିନ୍ତା କଲେ। ଚେତକର ଜନ୍ମଦିନ ପାଳନ କରି ସେ ଲୋକଙ୍କୁ ସନ୍ଦେଶ ଦେବାକୁ ଚାହୁଁଛନ୍ତି ଯେ ପଶୁଙ୍କୁ ପଶୁ ଭଳି ନ ଦେଖନ୍ତୁ, ନିଜ ପରିବାର ସଦସ୍ୟ ଭଳି ଦେଖନ୍ତୁ ଓ ବ୍ୟବହାର କରନ୍ତୁ। ପଶୁ ଓ ପରିବେଶକୁ ଭଲ ପାଆନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.