ପିୟୁଷ ଗୋୟଲଙ୍କ ଘୋଷଣା : ରେଳବାଇରେ ୫୦ ପ୍ରତିଶତ ପଦବୀ ପାଇଁ ନିଯୁକ୍ତ ହେବେ ମହିଳା
28/06/2019 at 3:22 PM

ନୂଆଦିଲ୍ଲୀ ୨୮/୬ : ଭାରତୀୟ ରେଳ ବିଭାଗରେ ଚାକିରୀ କରିବା ପାଇଁ ସମସ୍ତଙ୍କର ଇଛା ଥାଏ । ଯେଉଁମାନେ ରେଳବାଇ ଚାକିରୀ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର ରହିଛି । କେନ୍ଦ୍ରୀୟ ରେଳମନ୍ତ୍ରୀ ପିୟୁଷ ଗୋୟଲ ଘୋଷଣା କରିଛନ୍ତି ଯେ, ରେଳବାଇରେ ହେବାକୁ ଥିବା ୯୦୦୦ରୁ ଅଧିକ କନେଷ୍ଟବଳ ଏବଂ ସବ-ଇନ୍ସପେକ୍ଟର ପଦବୀ ପାଇଁ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦିଆଯିବ । ୫୦ ପ୍ରତିଶତ ପଦବୀରେ କେବଳ ମହିଳା ନିଯୁକ୍ତ ହେବେ । ମହିଳାମାନଙ୍କ ପାଇଁ ଏହା ଏକ ବଡ ଅବସର ପ୍ରମାଣିତ ହେବ ।
୨୦୧୯ ଜାନୁଆରୀ ମାସରେ ଭାରତୀୟ ରେଳବାଇ ୨୦୧୧ ପର୍ଯ୍ୟନ୍ତ ୧୦ ପ୍ରତିଶତ ସଂରକ୍ଷଣ ଜରିଆରେ ୪ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଦେବା ପାଇଁ ଘୋଷଣା କରିଥିଲା । ଏହି ନିଯୁକ୍ତି ପ୍ରକ୍ରିୟା ଅତି ଶୀଘ୍ର ଆରମ୍ଭ ହେବ ବୋଲି ଘୋଷଣା କରଯାଇଥିଲା ।
ପିୟୁଷ ଗୋୟଲ କହିଛନ୍ତି, ଭାରତୀୟ ରେଳବାଇରେ ୧୫.୦୬ ଲକ୍ଷ କର୍ମଚାରୀ ସ୍ୱୀକୃତି ସଂଖ୍ୟା ରହିଛି । ଏମାନଙ୍କ ମଧ୍ୟରୁ ୧୨.୨୩ ଲକ୍ଷ କର୍ମଚାରୀ କାର୍ଯ୍ୟରତ । ବାକି ୨.୮୨ ଲକ୍ଷ ପଦବୀ ଖାଲି ପଡିଛି ।
ପିୟୁଷ ଗୋୟଲ କହିଛନ୍ତି, ଗତ ବର୍ଷ ୧.୫୧ ଲକ୍ଷରୁ ଅଧିକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏଥିରୁ ୧.୩୧ ଲକ୍ଷ ପଦବୀ ଖାଲି ପଡିଛି । ଆସନ୍ତା ଦୁଇ ବର୍ଷରେ ୯୯ ହଜାର ପଦବୀ ଖାଲି ହୋଇଯିବ । କାରଣ ଏବେ କାର୍ଯ୍ୟରତ ଅନେକ କର୍ମଚାରୀ ଅବସର ଗ୍ରହଣ କରିବେ ।