Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଫେବ୍ରୁଆରୀ ସୁଦ୍ଧା ଦେଶର ଅଧା ନାଗରିକ ହୋଇ ସାରିଥିବେ କରୋନା ପଜିଟିଭ୍, ସରକାରୀ କମିଟିର ଅନୁମାନ

19/10/2020 at 10:21 PM

ନୂଆଦିଲ୍ଲୀ, ୧୯|୧୦  ଆସନ୍ତା ଫେବ୍ରୁଆରୀ ସୁଦ୍ଧା ପ୍ରାୟ ଅର୍ଦ୍ଧାଧିକ ଭାରତୀୟ କରୋନା କବଳରେ ଆସିଯିବେ । ଅର୍ଦ୍ଧାଧିକ ଭାରତୀୟ କରୋନାରେ ସଂକ୍ରମିତ ହେବେ । ଏନେଇ ଏକ ସରକାରୀ କମିଟି ଅନୁମାନ ଲଗାଇଛି ।

ଏବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ଟପିଲାଣି । ପ୍ରତିଦିନ ହଜାର ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଭାରତ କେବଳ କରୋନା ସଂକ୍ରମିତ ମାମଲାରେ ଆମେରିକା ପଛରେ ରହିଛି । କିନ୍ତୁ ଗତ କିଛି ଦିନ ଧରି ଦେଶରେ କରୋନା ପଜିଟିଭ୍ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି ।

ସରକାରୀ କମିଟିର କହିବାନୁଯାୟୀ, ପ୍ରାୟ ୩୦ ପ୍ରତିଶତ ଭାରତୀୟ ଏବେ ସଂକ୍ରମିତ ହୋଇ ସାରିଛନ୍ତି । ଏହି ସଂଖ୍ୟା ଆସନ୍ତା ଫେବ୍ରୁଆରୀରେ ୫୦ ପ୍ରତିଶତରେ ପହଁଚିବ । ଏହି ତଥ୍ୟ ଦେଇଛନ୍ତି ଆଇଆଇଟି କାନପୁରର ପ୍ରଫେସର ମହିନ୍ଦ୍ରା ଅଗ୍ରଓ୍ୱାଲ । କରୋନା ମୁକାବିଲା ନେଇ ଗଠିତ ଏକ କମିଟିର ସଦସ୍ୟ ଅଛନ୍ତି ମହିନ୍ଦ୍ରା ।

କମିଟି ଆହୁରି ମଧ୍ୟ ଅନୁମାନ କରିଛି ଯେ, ସରକାରଙ୍କ ସେରୋ ସର୍ଭେର ଆକଳନଠାରୁ କରୋନା ସଂକ୍ରମଣ ହାର ଢେର ଅଧିକ । କେନ୍ଦ୍ରର ସର୍ଭେରେ କେବଳ ୧୪ ପ୍ରତିଶତ ନାଗରିକ ସଂକ୍ରମିତ ବୋଲି ଗତ ସେପ୍ଟେମ୍ବରରେ ରିପୋର୍ଟ ଆସିଥିଲା । ତେବେ ସେରୋ ସର୍ଭେରେ ସଂଗ୍ରହ କରାଯାଇଥିବା ନମୂନା ଭୁଲ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି ।

କମିଟି କହିଛି ଯେ, କରୋନା ସଂକ୍ରମିତଙ୍କୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । କିଛି ଆକ୍ରାନ୍ତ ଟେଷ୍ଟ କରିଚନ୍ତି ଏବଂ ଆଉ କିଛି ଟେଷ୍ଟ କରି ନାହାଁନ୍ତି ।ଏହାସହ ଦୁର୍ଗାପୂଜା ଓ ଦୀପାବଳିରେ କରୋନା ମାମଲା ବୃଦ୍ଧି ପାଇବ ବୋଲି କମ୍ପାନୀ ଆକଳନ କରିଛି ।

   Related Posts