କଟକ ସହର ରାସ୍ତାରୁ ଅଟୋ ଗାଏବ୍ : କାଗଜପତ୍ର ଠିକ୍ ନଥିବାରୁ ଭୟରେ ଘରୁ ଗାଡି କାଢୁନାହାନ୍ତି ଅଧିକାଂଶ ଅଟୋ ଚାଳକ

Published By : Prameya-News7 Bureau | September 15, 2019 IST

କଟକ ୧୫।୯: ଟ୍ରାଫିକ୍ କଟକଣା ପରେ କଟକ ସହରରେ ପ୍ରାୟ ୫୦ ପ୍ରତିଶତ ଅଟୋ ଚଳାଚଳ ବନ୍ଦ ରହିଛି । କିଛି ଅଟୋର କାଗଜପତ୍ର ଠିକ୍ ନଥିବାରୁ ଫାଇନ୍ ଭୟରେ ଚଳାଚଳ ବନ୍ଦ କରିଦେଇଛନ୍ତି. । କିନ୍ତୁ ମହାନଗର ଅଟୋ ମାଲିକ ସଂଘର କହିବା ଅନୁସାରେ ବେଆଇନ୍ ପାର୍କିଂ ଯୋଗୁଁ ପୋଲିସ୍ ଅତ୍ୟଧିକ ଜରିମନା ଆଦାୟ କରୁଥିବାରୁ ଅଧିକାଂଶ ଅଟୋ ଚଳାଚଳ ବନ୍ଦ ରହିଛି । ଅଟୋ ସଂଘର କହିବା ଅନୁସାରେ ପୋଲିସ ପାର୍କିଂ ସ୍ଥାନ ନିରୁପଣ କରୁନଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି । ସେପଟେ ପୋଲିସ କହିଛି ତିନି ମାସ ଭିତରେ ଅଟୋ ଗୁଡିକ ପାଇଁ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ଚିହ୍ନଟ କରାଯିବ ।

{"id":158086}

ନୂଆ ମୋଟର ଯାନ ଆଇନ୍ ଲାଗୁ ହେବା ପରେ କଟକ ସହରର ରାସ୍ତାରୁ  ରାତାରାତି ଗାଏବ ହୋଇଯାଇଛନ୍ତି ଅର୍ଦ୍ଧାଧିକ ଅଟୋ । ଅଧିକାଂଶ ଅଟୋ ସଠିକ୍ କାଗଜ ପତ୍ର ବିନା ଯାତ୍ରୀ ପରିବହନ କରୁଥିଲେ । ତେଣୁ ବଡ ଜରିମାନା ଭୟରେ ସେହି ଅଟୋ ଗୁଡିକ ଚଳାଚଳ କରୁନାହିଁ । କିନ୍ତୁ ଯେଉଁ ଅଟୋ ଗୁଡିକର କାଗଜ ପତ୍ର ଠିକ୍ ଠାକ୍ ଅଛି ସେମାନେ ବି କଟକରେ ଟ୍ରାଫିକ୍ କଟକଣାର ଶିକାର ହେଉଛନ୍ତି । ବେଆଇନ ପାର୍କିଂ ଯୋଗୁଁ ଅଟୋ ଗୁଡିକ ଉପରେ ବଡ ଆକାରର ଜରିମନା ଲଗାଉଛି ଟ୍ରାଫିକ ପୋଲିସ । ସେପଟେ କଟକ ସହରରେ ଅଟୋ ପାର୍କିଂ ପାଇଁ ପୋଲିସ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସ୍ଥାନ ଚିହ୍ନଟ କରିପାରି ନାହିଁ । ତେଣୁ ଏହା ଅଟୋ ଚାଳକ ଓ ମାଲିକମାନଙ୍କୁ ଅଡୁଆରେ ପକାଉଛି ।

{"id":158087}

ନିର୍ଦ୍ଧିଷ୍ଟ ପାର୍କିଂ ସ୍ଥାନ ନଥିବାରୁ ଅଟୋ ଗୁଡିକ ସହରରେ ମନଇଛା ପାର୍କିଂ କରୁଛନ୍ତି । ବେପରୁଆ ଅଟୋ ପାର୍କିଂ ଯୋଗୁଁ ଟ୍ରାଫିକ୍ ବ୍ୟବସ୍ଥା ବିଗୁଡୁଛି । ତେଣୁ ଏପରି ଟ୍ରାଫିକ ବିଗାଡୁଥିବା ଅଟୋ ଗୁଡିକୁ ସାବାଡ୍ କରିବା ପାଇଁ ପୋଲିସ ବଡ ଆକାରରେ ଜରିମନା କଷୁଛି । ତେବେ ଏହି ସମସ୍ୟାର ସମାଧାନ ପାଇଁ ଟ୍ରାଫିକ ଏସିପି ଓ ଅଟୋ ମାଲିକ ଏବଂ ଚାଳକ ମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅଟୋ ପାଇଁ ସ୍ବତନ୍ତ୍ର ରହଣୀ ସ୍ଥାନ ନିର୍ଦ୍ଧାରଣ ପାଇଁ ଆଗାମୀ ତିନି ମାସ ଭିତରେ ଚେଷ୍ଟା କରାଯିବ ବୋଲି ପୋଲିସ କହିଛି ।

{"id":158088}

ପାର୍କିଂ ସମସ୍ୟା ବ୍ୟତୀତ ସହର ଭିତରେ କିପରି ଅଟୋ ଚାଳକମାନେ ଶୃଙ୍ଖଳିତ ଢଙ୍ଗରେ ଗାଡି ଚଲାଇବେ ଏବଂ ସହର ଭିତରେ କିପରି ଅଟୋ ଯୋଗୁଁ  ଟ୍ରାଫିକ୍ ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଅଟୋ ଚାଳକମାନଙ୍କୁ ସଚେତନ କରାଯାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.