ବ୍ରିଟେନରେ ​ଟିକା ନେଇଥିବା ୫୦ ପ୍ରତିଶତ ଲୋକ କରୋନା ସଂକ୍ରମିତ, ଜୁଲାଇ ୧୯'ରେ ହେବ ଅନଲକ୍‌ ?

Published By : Prameya-News7 Bureau | July 14, 2021 IST

ଲଣ୍ଡନ୧୪/୭: ବ୍ରିଟେନରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧିପାଉଛି। ଟିକା ନେଇଥିବା ବୟସ୍କମାନେ କରୋନା ସଂକ୍ରମିତ ହେଉଥିବା ଜଣାପଡ଼ିଛି। ବ୍ରିଟେନ୍‌ରେ  କିଙ୍ଗସ୍‌ କଲେଜ୍‌ ଲଣ୍ଡନର ଜଣେ ବରିଷ୍ଠ ଭାଇରସ୍‌ ଟ୍ରାକିଂ ବିଶେଷଜ୍ଞଙ୍କ ଅନୁଯାୟୀ, ବ୍ରିଟେନ୍‌ରେ ମହାମାରୀର ତୃତୀୟ ଲହର ପିକ୍‌ରେ ଅଛି। ଦେଶରେ ଟିକା ନେଇଥିବା ୮୭.୨ ପ୍ରତିଶତ ଲୋକ ପୁଣି ଥରେ ସଂକ୍ରମିତ ହୋଇଛନ୍ତି ।

୬ ଜୁଲାଇରେ ଏମିତ ୧୨୯୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯେଉଁମାନେ ଟିକା ନେଇସାରିଛନ୍ତି। ଏହାର ଅର୍ଥ ସେହିଦିନ ଟିକାନେଇଥିବା ୫୦ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ଭୂତାଣୁ ମିଳିଛି । ଏହି ରିପୋର୍ଟ ଅନୁସାରେ ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟ​‌ରେ ୫୦ ପ୍ରତିଶତ ଲୋକ ଟିକା ନେଇଛନ୍ତି। ଆଗାମୀ ଦିନରେ ଏହି ଗ୍ରାଫ ଆହୁରି ଉପରମୁହାଁ ହେବ ବୋଲି ବିଶେଷଜ୍ଞ କହିଛନ୍ତି ।

ଏହା ସତ୍ବେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ୧୯ ଜୁଲାଇରେ ସମସ୍ତ ପ୍ରତିବନ୍ଧ ଉଠାଇ ଦିଆଯିବ ବୋଲି କହିଛନ୍ତି। କଟକଣା କୋହଳ ହେବାକୁ ଥିଲା ବେଳେ ସର୍ବସାଧାରଣ ସ୍ଥାନରେ ମାସ୍କ, ସାମାଜିକ ଦୂରତା ଭଳି ନିୟମ ମାନିବାକୁ ପଡ଼ିବ ବୋଲି ଏନଏଚକେ ଓ୍ବାର୍ଲଡ୍‌ରେ ପ୍ରକାଶିତ ଖବରରୁ ଜଣାପଡ଼ିଛି।

ସେପଟେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ପ୍ରତିବନ୍ଧ ହଟାଇବାର କାରଣ କଣ ବୋଲି କିଛି ବିଶେଷଜ୍ଞ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଡେଲଟା ଭାରିଏଣ୍ଟ ଭୂତାଣୁ ସଂକ୍ରମଣ ବଢ଼ୁଥିବା ବେଳେ ବ୍ରିଟେନ୍‌ରେ ଦୈନିକ ୩୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.