ନଦୀରେ ଭାସୁଛି ୫୦ ମୃତଦେହ, କାହାର ହାତ-ଗୋଡ଼ ବନ୍ଧା ଯାଇଛି ତ କାହାକୁ ଗୁଳି ମରାଯାଇଛି...

Published By : Prameya-News7 Bureau | August 03, 2021 IST

ନାଇରୋବି, ୦୩/୦୮: ନଦୀରୁ ମିଳିଲା ୫୦ ମୃତଦେହ । କାହା ଦେହରେ ଗୁଳି ବାଜିଛି ତ ଆଉ କାହା ହାତ-ଗୋଡ଼ ବନ୍ଧା ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁଦାନ ଅଞ୍ଚଳରେ ।  ସୁଦାନ କସାଳା ପ୍ରଗଣାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଇଥୋପିଆର ଟିଗାର ଅଞ୍ଚଳ ସହିତ ଲାଗିଥିବା ଯୁଦ୍ଧ କାରଣରୁ ଏହି ମୃତଦେହ ଗୁଡ଼ିକୁ ନଦୀରେ ଭସାଇ ଦିଆଯାଇଥିବା ସନ୍ଦେହ କରାଯାଉଛି । ଏହି ସ୍ଥାନରୁ ହୁଏତ ଅଧିବାସୀ ପଳାୟନ କରୁଥିବା ବେଳେ ସେମାନଙ୍କୁ ଗୁଳି ମାରି ନଦୀକୁ ଫୋପାଡ଼ି ଦିଆଯାଉଛି । ଅଥବା ସେମାନଙ୍କ ହାତ ଗୋଡ଼ ବାନ୍ଧି ନଦୀରେ ଭସାଇ ଦିଆଯାଉଛି । ଗତ ସପ୍ତାହରୁ ଏପରି ମୃତଦେହ ନଦୀରେ ଦେଖିବାକୁ ମିଳୁଛି ।

ଆଧିକାରୀକ ସ୍ତରରେ ଏଥିପାଇଁ ଫରେନ୍ସିକ୍‌ ତଦନ୍ତ ଆବଶ୍ୟକ ବୋଲି କୁହାଯାଇଛି । ଯାହାକି ମୃତଦେହ ଗୁଡ଼ିକ କେଉଁଠୁ ଆସୁଛି ଏବଂ କଣ ପାଇଁ ନଦୀରେ ଭସାଇ ଦିଆଯାଉଛି ବା ଫୋପଡ଼ା ଯାଉଛି ସେ ବିଷୟରେ ଜାଣିବାରେ ସହାୟକ ହେବ ।

ଇଥୋପିଆନ୍‌ର ଦୁଇ ଜଣ ସ୍ୱାସ୍ଥ୍ୟକର୍ମୀ ସୁଦାନ ବର୍ଡରରେ ଥିବା ଗୋଷ୍ଠୀ କେନ୍ଦ୍ରରୁ ନିଶ୍ଚିତ କରିଛନ୍ତି ଯେ, ଏହି ମୃତଦେହ ଗୁଡ଼ିକ ସେଟିଟ୍‌ ନଦୀରୁ ମିଳିଛି । ଏହି ନଦୀ ସୀମା ବିବାଦ ଥିବା ବିଭିନ୍ନ ଅଞ୍ଚଳ ଦେଇ ପ୍ରବାହିତ ହେଉଛି । ଯାହା ଫଳରେ ସେନା ସହ ଯୁଦ୍ଧ ସମୟରେ ଏପରି ମୃତଦେହ ଗୁଡ଼ିକୁ ଭସାଇ ଦିଆଯାଉଥିବା ଅନୁମାନ କରାଯାଉଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.