ବୌଦ୍ଧରେ ଜଣ୍ଡିସ୍ ଆତଙ୍କ ; ୫୦ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ

Published By : Prameya-News7 Bureau | April 26, 2019 IST

ବୌଦ୍ଧ ୨୬|୪: ବୌଦ୍ଧରେ ଜଣ୍ଡିସ୍ ଆତଙ୍କ ଦେଖାଦେଇଛି । ସହରର ୨, ୩ ଓ ୪ ନମ୍ବର ୱାର୍ଡରେ ପ୍ରାୟ ୫୦ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଜଣ୍ଡିସରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ବି ହୋଇଛି । ଦିନକୁ ଦିନ ରୋଗ ବ୍ୟାପୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଥିପାଇଁ ସହରାଞ୍ଚଳ ଜଳ ଯୋଗାଣ ବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସହରାଞ୍ଚଳରେ ଯୋଗାଇ ଦିଆଯାଉଥିବା ଦୂଷିତ ପାଣି ପାଇଁ ଜଣ୍ଡିସ ବ୍ୟାପୁଥିବା ଲୋକେ ଅଭିଯୋଗ । ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.