ବାଲୁଘାଟ ନୂଆବସ୍ତିରେ ପଶିଲା ପାଣି, ପାଣି ଘେରରେ ୫୦ ପରିବାର

Published By : Prameya-News7 Bureau | August 19, 2019 IST

ରାଉରକେଲା ୧୯|୮: ଦୁଇ ଦିନ ଧରି ଲଗାଣ ବର୍ଷାରେ ବ୍ରାହ୍ମଣୀ ଫୁଲିବା ଯୋଗୁଁ ରାଉରକେଲା ବାଲୁଘାଟ ନୂଆବସ୍ତିରେ ପାଣି ପଶିଛି । ଫଳରେ ପାଣି ଘେରରେ ୫୦ ପରିବାର ଅଛନ୍ତି । ଲଗାଣ ବର୍ଷା ସୁନ୍ଦରଗଡ଼ ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଇବ୍, ଶଙ୍ଖ, କୋଏଲ ଓ ବ୍ରାହ୍ମଣୀ ନଦୀର ଜଳପତ୍ତନ ବଢୁଛି । ବ୍ରାହ୍ମଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

{"id":145983}

ପ୍ରବଳ ବର୍ଷାରେ ଶଙ୍ଖ ନଦୀରେ ବନ୍ୟାଜଳ ଆସିବାରୁ କୁଆରମୁଣ୍ଡା ବ୍ଲକ୍ କୁନ୍ ମେଣ୍ଡ୍ରା ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ସେପଟେ ହାତୀବାରୀ-ବେମତା ମାଇନ୍ସ ନାଳର ଆପ୍ରୋଚ୍ ରୋଡ ଧୋଇଯିବା ଫଳରେ ବାରିବେଡା-ବେମତା ରାସ୍ତାରେ ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.