Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପୂର୍ବତନ ବିଧାୟକଙ୍କ ଘରୁ ଚୋରି, ତୃତୀୟ ମହଲାରେ ପଶି ନେଇଗଲେ ୫୦ ଲକ୍ଷ ଟଙ୍କା

15/07/2021 at 10:07 PM

ଲକ୍ଷ୍ନୌ ୧୫/୭: ପୂର୍ବତନ ବିଧାୟକଙ୍କ ଘରେ  କଳାକନା ବୁଲାଇଦେଲେ ଚୋର । ଝିଅ ବାହା ଘର ପାଇଁ ଏକ ମ୍ୟାରେଜ ମଣ୍ଡପକୁ ଯାଇଥିବା ବେଳେ ବୁଧବାର ରାତିରେ ଚୋରମାନେ ଏହି କାରନାମା କରିଛନ୍ତି। ତାଲା ଭାଙ୍ଗି ଚୋର ତୃତୀୟ ମହଲାରେ ଥିବା ୫୦ ଲକ୍ଷ ଟଙ୍କା ଚୋରି କରିନେଇଛନ୍ତି । ବୂର୍ବତନ ବିଧାୟକଙ୍କ ବୋହୂ ଗୁରୁବାର ଘରେ ପହଞ୍ଚିବା ପରେ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଥିଲା ।

ପୋଲିସ ପହଞ୍ଚି ଛାନଭିନ୍‌ କରୁଥିବା ବେଳେ ଏତେ ଟଙ୍କା ଆସିଲା କେଉଁଠୁ ତାକୁ ନେଇ ଆୟକର ବିଭାଗକୁ ପୋଲିସ ସୂଚନା ଦେଇଛି। ଉତ୍ତରପ୍ରଦେଶର ସମ୍ଭଳ ଜନପଦ ଅନ୍ତର୍ଗତ କୋତବାଲୀରେ ଥିବା ସମାଜବାଦି ପର୍ଟିର ପୂର୍ବତନ ବିଧାୟକଙ୍କ ଘରୁ ଏହି ଚୋରି ହୋଇଛି । ଗୁନୌରରେ ବିଧାୟକ ହୋଇଥିବା ରାମଖିଲାଡୀ ସିଂହ ଯାଦବଙ୍କ ଝିଅ ବାହା ଘର ବୁଧବାର ରାତିରେ ବବରାଲାର ଏକ ବିବାହ ମଣ୍ଡପରେ ହେଉଥିଲା। ପୂରା ପରିବାର ସେଠାରେ ଥିଲେ।

ଏହାର ସୁଯୋଗ ନେଇ ଚୋର ତାଙ୍କ ଘରର ତୃତୀୟ ମହଲାକୁ ଯାଇ ଏସପିର ପୂର୍ବତନ ଜିଲ୍ଲାଧ୍ୟକ୍ଷା ଏବଂ ରାମଖିଲାଡୀଙ୍କ ବୋହୂଙ୍କ ରୁମ୍‌ରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଚୋରି କରିନେଇଥିଲେ । ବ୍ୟାଗ୍‌ରେ ୫୦ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ପହଞ୍ଚି ତନାଘନା କରିଛି। ସେପଟେ ଏତେ ଟଙ୍କା ଆସିଲା କେଉଁଠୁ ଏନେଇ ପୋଲିସ ସନ୍ଦେହ କରୁଥିବା ବେଳେ ଆୟକର ବିଭାଗକୁ ଖବର ଦେଇଛି। ପୋଲିସ ଏବେ ସବୁ ଦିଗ ଉପରେ ଛାନଭିନ୍‌ କରୁଥିବା ଜଣାପଡ଼ିଛି ।

   Related Posts