ନୋଟବନ୍ଦୀ ପରେ ୫୦ ଲକ୍ଷ ଲୋକ ହରେଇଛନ୍ତି ଚାକିରୀ : ରିପୋର୍ଟ ଅନୁଯାୟୀ ଏବେ ମଧ୍ୟ ସୁଧୁରି ନାହିଁ ସ୍ଥିତି

Published By : Prameya-News7 Bureau | April 17, 2019 IST

ନୂଆଦିଲ୍ଲୀ ୧୭/୪ : ୨୦୧୬ ମସିହାରୁ ୨୦୧୮ ମଧ୍ୟରେ ଦେଶର ପ୍ରାୟ ୫୦ ଲକ୍ଷ ଲୋକଙ୍କ ଚାକିରୀ ପଳେଇଚି | ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶରେ ନୋଟ ବନ୍ଦୀ ଘୋଷଣା କରିଥିଲେ | ନୋଟ ବନ୍ଦୀ ଯୋଗୁଁ ୫୦୦ ଟଙ୍କିଆ ଏବଂ ୧୦୦୦ ଟଙ୍କିଆ ନୋଟର ପ୍ରଚଳନ ଦେଶରେ ବନ୍ଦ କରିଦିଅ ଯାଇଥିଲା |

{"id":104204}

ଅଜିମ ପ୍ରେମଜୀ ୟୁନିଭର୍ସିଟି (ବାଙ୍ଗାଲୁରୁ) ତରଫରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ୨୦୧୬ ରୁ ୨୦୧୮ ମଧ୍ୟରେ ପାଖାପାଖି ୫୦ ଲକ୍ଷ ଲୋକ ଚାକିରୀ ହରେଇଛନ୍ତି | ରିପୋର୍ଟ ଅନୁଯାୟୀ, ୨୦୧୬ ସେପ୍ଟେମ୍ବର ମାସରୁ ଡିସେମ୍ବର ମାସ ମଧ୍ୟରେ ସହର ଏବଂ ଗ୍ରାମୀଣ ଲୋକଙ୍କ ଶ୍ରମୀଲ ପାର୍ଟିସିପେସନ ଫୋର୍ସରେ ଭାଗିଦାରୀ ଅଚାନକ କମି ଯାଇଥିଲା | ଅର୍ଥାତ ସେପ୍ଟେମ୍ବର ମାସରେ ଅଚାନକ ଚାକିରୀ କମି ଯାଇଥିଲା | ୨୦୧୭ ଏପ୍ରିଲ ରୁ ଜୁନ ମାସ ମଧ୍ୟରେ ଚାକିରୀ ଆହୁରି କମିଯାଇଥିଲା ଏବଂ ପରେ ପରେ ଚାକିରୀ ସଂଖ୍ୟା ଲଗାତାର କମି କମି ଯାଇଥିଲା | ଆଜି ପର୍ଯ୍ୟନ୍ତ ମଧ୍ୟ ଏହି ସ୍ଥିତିରେ କୌଣସି ସୁଧାର ଆସିନାହିଁ |

{"id":104205}


ନୋଟ ବନ୍ଦୀ ଯୋଗୁଁ ଭବିଷ୍ୟତରେ ମଧ୍ୟ ଚାକିରୀ ସଙ୍କଟ ଦେଖାଦେବ ବୋଲି ରିପୋର୍ଟରେ ଦାବି କରାଯାଇଛି | ୨୦ରୁ ୨୪ ବର୍ଷ ବୟସ ବର୍ଗ ସବୁଠାରୁ ଅଧିକ ବେରୋଜଗାର ବଶବର୍ତ୍ତୀ ଏବଂ ନୋଟ ବନ୍ଦୀ ପାଇଁ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ପ୍ରଭାବିତ ହୋଇଛନ୍ତି |

{"id":104206}


୨୦୧୬ ରୁ ୨୦୧୮ ମସିହା ମଧ୍ୟରେ ଦେଶରେ କାମ କରୁଥିବା ପୁରୁଷଙ୍କ ସଂଖ୍ୟା ୧୬.୧ ମିଲିୟନ ବୃଦ୍ଧି ହୋଇଛି | ଏହି ଅବଧି ଅନୁଯାୟୀ ଡବ୍ଲୁପିଆର ମାତ୍ରାରେ ୫ ମିଲିୟନ ଚାକିରୀ କ୍ଷତିଗ୍ରସ୍ତ ହୋଇଛି | ଏହି ରିପୋର୍ଟରେ ପୁରୁଷଙ୍କ ସଂଖ୍ୟା ହିଁ ସାମିଲ କରାଯାଇଛି | ଏହି ସଂଖ୍ୟାରେ ମହିଳା କର୍ମଚାରୀଙ୍କ ସଂଖ୍ୟା ସାମିଲ କରାଗଲା ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇବ |

{"id":104207}


ଦେଶରେ ଏବେ ଲୋକସଭା ନିର୍ବାଚନ ଚାଲିଛି | ନିର୍ବାଚନ ସମୟରେ ଏହି ରିପୋର୍ଟ ସାମ୍ନାକୁ ଆସିବାରୁ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିପାରନ୍ତି | କାରଣ ବିରୋଧୀ ଲଗାତାର ନୋଟ ବନ୍ଦୀ ଏବଂ ବେରୋଜଗାର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.