Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ସେୟାର ମାର୍କେଟ୍‌ ମୁହାଁ ନିବେଶକ, ୪ ମାସରୁ କମ୍‌ ସମୟ ମଧ୍ୟରେ NSE ସହ ଯୋଡ଼ି ହେଲେ ୫୦ ଲକ୍ଷ

30/07/2021 at 5:22 PM

ନୂଆଦିଲ୍ଲୀ, ୩୦/୦୭: କରୋନାର କରାଳ ପରିସ୍ଥିତି ଭିତରେ କୋଟି କୋଟି ଲୋକ ଚାକିରୀ ହରାଇ ଏବେ ଘରେ ବସିଛନ୍ତି । ଏହି ସମୟରେ ପୂର୍ବରୁ ରଖିଥିବା ସଞ୍ଚୟକୁ ଠିକ୍‌ ଭାବରେ ବ୍ୟବହାର କରିବା ପାଇଁ ଲୋକମାନେ ବିଚାର କରୁଛନ୍ତି । ଏହାରି ମଧ୍ୟରେ ଘରେ ବସି ଟଙ୍କା ଉପାର୍ଜନ କରିବା ପାଇଁ ସେମାନେ ପ୍ରୟାସ କରୁଛନ୍ତି । ତେଣୁ ସେମାନେ ଏଥିପାଇଁ ସେୟାର ବଜାର ଉପରେ ଆଶା ପ୍ରକଟ କରିଛନ୍ତି । ଯାହା ଫଳରେ ମାର୍କେଟ୍‌ରେ ଏବେ ଭିଡ଼ ବଢ଼ିବାରେ ଲାଗିଛି ।

ସେୟାର ମାର୍କେଟ୍‌ରେ ପ୍ରବେଶ କରିବା ପାଇଁ ପ୍ରଥମେ ବମ୍ୱେ ଷ୍ଟକ୍‌ ଏକ୍ସଚେଞ୍ଜ କିମ୍ୱା ନାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜରେ ବ୍ୟକ୍ତିଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ । ପୂର୍ବ ଚାରି ମାସରୁ କମ୍‌ ସମୟ ମଧ୍ୟରେ ନାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜରେ ୫୦ ଲକ୍ଷରୁ ଅଧିକ ନୂଆ ଲୋକ ରେଜିଷ୍ଟ୍ରେସନ୍‌ କରିଛନ୍ତି ।୨୦୨୧-୨୨ ଆର୍ଥିକ ବର୍ଷରେ ୨.୫ ପ୍ରତିଶତ ନିବେଶକ ସଂଖ୍ୟାରେ ବୃଦ୍ଧି ହୋଇଥିବା ଷ୍ଟକ୍‌ ଏକ୍ସଚେଞ୍ଜ୍‌ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

୨୦୧୯ର ଏପ୍ରିଲ୍‌ ରୁ ଜୁଲାଇ ମାସ ମଧ୍ୟରେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସହିତ ୮.୫ ନୂଆ ନିବେଶକ ଯୋଡ଼ି ହୋଇଥିଲେ । ୨୦୨୦ ମସିହା ଏପ୍ରିଲ୍‌ରୁ ଜୁଲାଇ ମଧ୍ୟରେ ପାଖାପାଖି ୨୦ ଲକ୍ଷ ନିବେଶକ ରେଜିଷ୍ଟ୍ରେସନ୍‌ କରିଥିବା ବେଳେ ୨୦୨୧ ଏପ୍ରଲ୍‌ ରୁ ଜୁଲାଇ ମାସ ମଧ୍ୟରେ ଏହା ରେକର୍ଡ ସ୍ତରରେ ପହଞ୍ଚିଥିଲା । ଚଳିତ ବର୍ଷ ୪ ମାସରୁ କମ୍‌ ସମୟ ମଧ୍ୟରେ ନାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ୫୧.୩ ଲକ୍ଷ ନୂଆ ଲୋକ ଯୋଡ଼ି ହୋଇଥିବା ଜଣାପଡ଼ିଛି ।    

   Related Posts