ପିପିଲି ତରାକାଜ ଛକରୁ ୫୦ଲକ୍ଷ ଟଙ୍କା ଜବତ, ବାଇକ୍ ସହ ଦୁଇ ଯୁବକ ଅଟକ

Published By : Prameya-News7 Bureau | April 05, 2021 IST

ନିମାପଡା ୫।୪: ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ବାଇକ୍ ରେ ଯାଉଥିବା ବେଳେ ଟଙ୍କା ଜବତ ହୋଇଛି । ଘଟଣାରେ ଦୁଇ ଜଣ ଯୁବକ ଅଟକ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ପିପିଲି ଉପ-ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ୍ ସରଗରମ ହୋଇଉଠିଛି । ଅପ୍ରେଲ ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନ ଲାଗି ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇସାରିଛି । ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି । ୩ ପ୍ରମୁଖ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଶତ ପ୍ରତିଶତ ଚେଷ୍ଟା ଜାରି ରଖିଛନ୍ତି ।   

{"id":433601,"sizeSlug":"large","linkDestination":"none"}

ଏହି ସମୟରେ ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ବାଇକ୍ ରେ ଦୁଇ ଜଣ ଯୁବକ ଯାଉଥିବା ବେଳେ ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇଥିଲା ପୋଲିସ । ଚେକିଂ ସମୟରେ ଗାଡି ନ ରଖି ଖସି ପଳାଇ ଯାଉଥିବା ସମୟରେ ପୋଲିସ ଦ୍ବାରା ଧରାପଡିଲେ ଦୁଇ ଜଣ । ତେବେ ସେମାନଙ୍କ ନିକଟରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ଅଟକ ଦୁଇ ଜଣ ବଳଙ୍ଗା ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନେ ଏତେ ଟଙ୍କା କେଉଁଠୁ ଆଣିଲେ କାହାକୁ ଦେବା ପାଇଁ ନେଉଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଏ ନେଇ ଖୋଳତାଡ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.