ବାତ୍ୟା ଫୋନିରେ ରେଭେନ୍ସା ବିଶ୍ବବିଦ୍ୟାଳୟର କ୍ଷତି ୫୦ କୋଟି, ଏବିଭିପି ପକ୍ଷରୁ ଆରମ୍ଭ ହେଲା ସଫେଇ

Published By : Prameya-News7 Bureau | May 16, 2019 IST

କଟକ ୧୬|୫: ଫୋନିର ୧୩ ଦିନ ପରେ ଏବିଭିପି ଛାତ୍ର ସଂଗଠନ ପକ୍ଷରୁ ଆରମ୍ଭ କରିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ ସଫେଇ କାର୍ଯ୍ୟ । ପ୍ରାୟ ୮୦ ଜଣ ଏବିଭିପି ଛାତ୍ର ଛାତ୍ରୀ ରେଭେନ୍ସା ପରିସରରେ ଥିବା ଗଛ କାଟିବା ସହ ସମସ୍ତ ସଫେଇ କାର୍ଯ୍ୟ କରିଛନ୍ତି । ତେବେ ରେଭେନ୍ସା ବିଶ୍ବବିଦ୍ୟାଳୟ ଫୋନି ମାଡରେ ପ୍ରାୟ ୫୦ କୋଟିର କ୍ଷୟକ୍ଷତି ହୋଇଥିବା କହିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।

{"id":112414}

ଫୋନି ବାତ୍ୟାର ୧୩ ଦିନ ପରେ ରଭେନ୍ସା ବିଶ୍ବବିଦ୍ୟାଳୟ ସଫେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ଏବିଭିପି ଛାତ୍ର ସଂଗଠନ । ଛାତ୍ର ସଂଗଠନର ପ୍ରାୟ ୮୦ ରୁ ୧୦୦ଜଣ ଛାତ୍ର ଛାତ୍ରୀ ମିଶି ଆରମ୍ଭ କରିଛନ୍ତି ସଫେଇ କାର୍ଯ୍ୟ । ପୁରୀ ଭୁବନେଶ୍ବର ପରେ ଏବେ କଟକର ରେଭେନ୍ସା ବିଶ୍ବବିଦ୍ୟାଳୟର ସଫଇ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛି ଛାତ୍ର ସଂଗଠନ ।

{"id":112416}

ନିଜେ ସାଙ୍ଗରେ ଆଣିଥିବା କଟର ମେସିନ ସାହାଯ୍ୟରେ ଗଛ କାଟିବା ଠାରୁ ଆରମ୍ଭ କରି ଆବର୍ଜନା ସଫା କରି ନିଜେ ଟ୍ରାକ୍ଟରେ ଲଦି ପଠାଉଥିବା ଦେଖିବାକୁ ମିଳିଛି । କେବଳ ରେଭେନ୍ସା ନୁହେଁ ବରଂ ବିଭିନ୍ନ ମହାବିଦ୍ୟାଳୟରେ ମଧ୍ୟ ଏହି ସଫେଇ କାର୍ଯ୍ୟ କରାଯିବ ବୋଲି ଛାତ୍ର ସଂଗଠନ କହିଛି । ତେବେ ରେଭେନ୍ସାରେ କର୍ତ୍ତୃପକ୍ଷ ଗଛ ହଟେଇ ରାସ୍ତା ସଫା କରିଦେଇଥିଲେ ସୁଦ୍ଧା ଏହାକୁ ସୁନ୍ଦର କରି ସଫା ନ କରିବାରୁ ଏବିଭିପି ଛାତ୍ର ସଂଘଠନ ଏହି ସଫେଇରେ ନିଜକୁ ନିୟୋଜିତ କରିଥିବା କହିଛନ୍ତି ।

{"id":112419}

ରେଭେନ୍ସା ବିଶ୍ବ ବିଦ୍ୟାଳୟର ବିଭିନ୍ନ ହଷ୍ଟଲ ସହ ଆଡମିଷ୍ଟ୍ରେଟିଭ ବ୍ଲକ ମଧ୍ୟ ସଫା କରିଛନ୍ତି । ଫୋନି ବାତ୍ୟାରେ ରେଭେନ୍ସା ବିଶ୍ବବିଦ୍ୟାଳୟର ସମସ୍ତ ବଡ ବଡ ଗଛ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଫୋନିରେ ରେଭେନ୍ସା ବିଶ୍ବ ବିଦ୍ୟାଳୟରେ ପ୍ରାୟ ପାଖା ପାଖି ୫୦ କୋଟି ଟଙ୍କା କ୍ଷୟ କ୍ଷତି ହୋଇଥିବା ନେଇ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି କର୍ତ୍ତୃପକ୍ଷ । ରେଭେନ୍ସା ବିଶ୍ବ ବିଦ୍ୟାଳୟକୁ ସଫା କରିବା ପାଇଁ ଛାତ୍ର ଛାତ୍ରୀଙ୍କ ସହ ସମସ୍ତ କର୍ମଚାରୀ ଓ ସିଏମସି ପକ୍ଷରୁ ଉଦ୍ୟମ ଜାରି ରହିଥିବା ରେଭେନ୍ସା ବିଶ୍ବବିଦ୍ୟାଳ କର୍ତ୍ତୃପକ୍ଷ କହିଛନ୍ତି । ରେଭେନ୍ସା ବିଶ୍ବ ବିଦ୍ୟାଳୟ ପରିସରେ ଥିବା କିଛି କର୍ମଚାରୀଙ୍କ ଘର ଫୋନି ବାତ୍ୟାରେ ଭାଙ୍ଗି ଯାଇଥିବା ବେଳେ ବିଭିନ୍ନ ବିଭାଗ ପକ୍ଷରୁ ଏହାକୁ ସଜଡା ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.