Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ଚୀନକୁ ଚେକ୍ ଦେବେ ୫୦ ଦେଶ, ‘କ୍ଲିନ ନେଟଓ୍ୱର୍କ’ ବଜାରରେ ବେଜିଂକୁ ପୁରାଇ ଦେବେନି

2/11/2020 at 7:34 PM

ନ୍ୟୁୟର୍କ, ୦୨୧୧ଆମେରିକା ଓ ଚୀନ୍ ମଧ୍ୟରେ ବ୍ୟବସାୟିକ ତିକ୍ତତା ବଢିବାରେ ଲାଗିଛି । ସବୁ ପରିସ୍ଥିତିରେ ଡ୍ରାଗନକୁ ଚେକ୍ ଦେବା ପାଇଁ ଆମେରିକା ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରୁଛି । ଏବେ ଆମେରିକା ୪୯ଟି ଦେଶକୁ ଏକାଠି କରି ଚୀନକୁ ଚେକ୍ ଦେବା ଆରମ୍ଭ କରିଛି । ଏହି ସବୁ ଦେଶ ବିଶ୍ୱ ଅର୍ଥନୀତିରେ ପ୍ରାୟ ଦୁଇ ତୃତୀୟାଂଶ ଅଂଶ ରଖନ୍ତି । ୫ଜି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଚୀନ୍ କମ୍ପାନୀକୁ ଦୂରେଇ ରଖିବାକୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ।

ଯେଉଁ ଚାଇନା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରୟାସ ଜାରି ରହିଛି ଏହାମଧ୍ୟରେ ହୁଏଇ ଟେକ୍ନୋଲୋଜି ରହିଛି । ଏହାର ମାଲିକାନା ଚୀନ୍ କମ୍ୟୁନିଷ୍ଟ ପାର୍ଟି ହାତରେ ରହିଛି । ଏପରିକି ବିଭିନ୍ନ ସୁରକ୍ଷା ଦୃଷ୍ଟିକୋଣକୁ ନେଇ ବିବଦ ମଧ୍ୟ ରହିଛି । ଆମେରିକା ସରକାରର ବରିଷ୍ଠ ଅଧିକାରୀ କେଥ୍ କ୍ରାଚଙ୍କ କହିବାନୁସାରେ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ହୁଏଇର ପରିସୀମାକୁ ସୀମିତ ରଖାଯିବ ।

ସେ ଆହୁରି କହିଛନ୍ତି ଯେ, ସବୁଠାରୁ ବଡ କାରଣ ହେଲା ଯେ, ଚୀନ କମ୍ପାନୀ ବିଶ୍ୱାସଯୋଗ୍ୟ ନୁହେଁ । କାରଣ ଏହା ବ୍ୟକ୍ତିଗତ ଡାଟା ହ୍ୟାକ୍ କରିବା ନେଇ ଆଶଙ୍କା ରହିଛି ।  ଏନେଇ ୟୁଏସ ବୈଦେଶିକ ସଚିବ ମାଇକ ପାମ୍ପିଓଙ୍କ ସହ ଆଲୋଚନା ଚାଲିଛି । ପୂର୍ବରୁ ପାମ୍ପିଓ ତାଇଓ୍ୱାନ ଓ ୟୁରୋପିଆନ ଦେଶ ଭ୍ରମଣ କରି ଚୀନକୁ ଚେକ୍ ଦେବାକୁ ଅପିଲ କରିଛନ୍ତି ।

୫ଜି କ୍ଷେତ୍ରରେ ଆମେରିକାର ଏହି ପ୍ରକଳ୍ପର ନାଁ ରହିଛି କ୍ଲିନ୍ ନେଟଓ୍ୱର୍କ । ଏହି ପ୍ରକଳ୍ପରେ ସଫଳତା ମଧ୍ୟ ମିଳିଛି । ଅନେକ ଦେଶ ହୁଏଇ ଉପରେ କଟକଣା ଜାରି କରିଛନ୍ତି । ତେବେ ସୁରକ୍ଷାକୁ ନେଇ ସମସ୍ତ ଅଭିଯୋଗକୁ ବହୁ ପୂର୍ବରୁ ହୁଏଇ ଖାରଜ କରି ଆସୁଛି । ପୂର୍ବରୁ ନିଜର କ୍ଷତିକୁ ସ୍ୱୀକାର କରୁନଥିବା ହୁଏଇ ଏବେ କିନ୍ତୁ ଆମେରିକାର ବ୍ୟାନ୍ ପରେ ଝଟକା ଲାଗିଥିବା ମାନିଛି ।

   Related Posts