ଭୁବନେଶ୍ୱରରେ କରୋନା ସଂକ୍ରମିତ ସଂଖ୍ୟା ୫୦ ଛୁଇଁଲା, ସେପଟେ ରାଜ୍ୟରେ ୧୨ ଘଣ୍ଟାରେ ୩୪ ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | May 07, 2020 IST

ଭୁବନେଶ୍ୱର, ୦୭|୦୫:   ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ଛୁଇଁଛି । ଆଜି ଗୋଟିଏ ଦିନରେ ଭୁବନେଶ୍ୱରରେ ୩ଟି ନୂଆ କେସ ଆସିବା ପରେ ଏଠାରେ ଅର୍ଧଶତକ ପୂରଣ କରିଛି କରୋନା । ପୂର୍ବରୁ ଏଠାରେ ମୋଟ୍ ମାମଲା ୪୭ ଥିବା ବେଳେ ଏବେ ଏଥିରେ ୩ ବୃଦ୍ଧି ପାଇ ୫୦ରେ ପହଁଚିଛି ।

ନୂଆକରି ଚିହ୍ନଟ ହୋଇଥିବା ୩ ସଂକ୍ରମିତଙ୍କ ବୟସ ଯଥାକ୍ରମେ  ୩୬, ୩୪ ଓ ୬୭ । ଏହି ସଂକ୍ରମିତମାନେ ମଞ୍ଚେଶ୍ୱର, ଭିଏସଏସ ନଗର ଓ ସୂର୍ଯ୍ୟନଗରର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ଗୋଚିଏ ଦିନରେ ଏବେସୁଦ୍ଧା୩୪ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲଣି । ଏମାନଙ୍କ ମଧ୍ୟରୁ ଗ଼ଞ୍ଜାମର ୨୪ ଥିବା ବେଳେ, ମୟୂରଭଞ୍ଜର ୪, ଜଗତସିଂହପୁରର ଜଣେ, ବାଲେଶ୍ୱରର ୨ ଓ ଭୁବନେଶ୍ୱରର ୩ । ସେହିପରି ଖୋର୍ଧା ଜିଲ୍ଲାରେ ମୋଟ ୧୬ଟି ଆକ୍ଟିଭ୍ କେସ ଥିବା ବେଳେ ୩୨ଜଣ ସୁସ୍ଥ ହୋଇଛନ୍ତି । ଏହାସହ ୨ଜଣ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.