ଚଳିତ ମାସ ଶେଷ ସୁଦ୍ଧା ୫୦ ପ୍ରାର୍ଥିଙ୍କ ନାଁ ଘୋଷଣା କରିବ କଂଗ୍ରେସ : ସରିଲା ୩ ଦିନର ମାରାଥନ ମାନସ ମନ୍ଥନ

Published By : Prameya-News7 Bureau | August 21, 2018 IST

ଭୁବନେଶ୍ବର୨୧|୮: ଚଳିତ ମାସ ଶେଷ ସୁଦ୍ଧା ୫୦ ପ୍ରାର୍ଥିଙ୍କ ନାଁ ଘୋଷଣା କରିବ କଂଗ୍ରେସ। ଏଥିପାଇଁ ଜିତିବା ଉପରେ ବେଶୀ ଗୁରୁତ୍ବ ଦେବ। ୧୫ ହଜାରରୁ କମ୍ ବ୍ୟବଧାନରେ ହାରିଥିବା ୨୫ ପ୍ରାର୍ଥି, ଜିତିଥିବା ବିଧାୟକ ଏବଂ ଆଉ କିଛି ନେତାଙ୍କ ସହ ଆଜି ଓାନ୍ ଟୁ ଓାନ୍ ବୈଠକ କରାଯାଇଛି । ସେମାନେ କାହିଁକି ହାରିଥିଲେ ଏବଂ କଣ କଲେ ଜିତି ପାରିବେ ତାର ପୁରା ତାଲିକା ଦେଇଥିଲେ ରାଜ୍ୟ କଂଗ୍ରେସ ପ୍ରଭାରୀଙ୍କୁ । ସରିଲା ତିନି ଦିନ ଧରି ଚାଲିଥିବା କଂଗ୍ରେସର ଟିକେଟ କସରତ । ଅଗଷ୍ଟ ଶେଷ ସୁଦ୍ଧା ୫୦ ପ୍ରାର୍ଥିଙ୍କ ନାଁ ଘୋଷଣା କରିବାକୁ ଯେଉଁ ନିଷ୍ପତ୍ତି ହୋଇଛି ତାକୁ କିଭଳି ସଫଳ ରୂପ ଦିଆଯିବ ସେନେଇ ୩ ଦିନ ଧରି କଂଗ୍ରେସ ଭବନରେ ଜାରି ରହିଥିଲା ତୁହାକୁ ତୁହା ବୈଠକ । ୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରେ ୧୫ ହଜାରରୁ କମ୍ ବ୍ୟବଧାନରେ ହାରିଥିବା ୨୫ ପ୍ରାର୍ଥି, ଜିତିଥିବା ବିଧାୟକ ଏବଂ ଆଉ କିଛି ନେତାଙ୍କ ସହ ଆଜି ଓାନ୍ ଟୁ ଓାନ୍ ବୈଠକ ନେଇଥିଲେ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ । ୨୦୧୪ ରେ କାହିଁକି ହାରିଥିଲ, କଣ ସବୁ ଫ୍ୟାକ୍ଟର ହାରିବା ପଛରେ କାମ କରିଥିଲା, ଗତ ସାଢେ ୪ ବର୍ଷରେ ଲୋକଙ୍କ ସମସ୍ୟା ସହ ଅଛ କି ନାହିଁ, ସଂଗଠନ ଏହାଭିତରେ ସୁଦୃଢ କରିଛ କି, ଏଭଳି ଅନେକ ପ୍ରଶ୍ନର ସାମ୍ନା କରିଥିଲେ ଏସବୁ ନେତା ମାନେ । କିଛି ନେତା ତ ନିଜ ଦଳର ନେତାଙ୍କ ପାଇଂ କିଭଳି ହାରି ଥିଲେ ତାହା ବି ବଖାଣିଥିଲେ । ଯେଉଁମାନେ ବିଧାୟକ ଅଛନ୍ତି ସେମାନଙ୍କ ଟିକେଟ ପକ୍କା । ଏକଥା ଆଗରୁ ଘୋଷଣା ସରିଛି । ଏମାନଙ୍କ ବାଦ୍ ଯେଉଁମାନଙ୍କ ଟିକେଟ ଉପରେ ମୋହର ବାଜିବ ତା ପାଇଁ କଣ ରହିବ ମାପ ଦଣ୍ଡ ସେନେଇ ବି ଆଲୋଚନା ହୋଇଛି ନିର୍ବାଚନ କମିଟିରେ । ଯେଉଂ ପ୍ରାର୍ଥି ବାରମ୍ବାର ହାରି ବି ଟିକେଟ ହାତେଇ ନେଉଛନ୍ତି ସେମାନଙ୍କୁ ଏଥର ନିରାଶ ହେବାକୁ ପଡିବ । ସେଠି ନୂଆ ମୁହଁ ଦେବାକୁ ନିସ୍ପତି ହୋଇଛି । ଏହା ସହିତ କ୍ରିମିନାଲ କେସ୍ ରେ ଜଡିତ ନେତାଙ୍କ ଟିକେଟ କାଟିବାକୁ ମଧ୍ୟ ନିସ୍ପତି ହୋଇଥିବା ଜଣା ପଡିଛି । କିନ୍ତୁ ରାଜନୈତିକ ଆକ୍ରୋସର ଶିକାର ହୋଇ କେସ୍ ଖାଇଥିବା ପ୍ରାର୍ଥିଙ୍କ କଥା ଧରାଯିବନି । ସେହିଭଳି ଅମାନତ ହରାଇଥିବା ନେତାଙ୍କ ଟିକେଟ୍ କାଟି ଦେବାକୁ ବି ନିଷ୍ପତ୍ତି ହୋଇଥିବା ନେଇ ସୂଚନା ମିଳିଛି । ଆଗୁଆ ଯଦି କଂଗ୍ରେସ ୫୦ ପ୍ରାର୍ଥିଙ୍କ ନାଁ ଘୋଷଣା କରିବ ତାହାଲେ ନିର୍ବାଚନ ପ୍ରକ୍ରିୟା ଦୌଡରେ ଦଳ ପାଦେ ଆଗୁଆ ରହିଛି ବୋଲି କହିବାକୁ ହେବ । ହେଲେ ଲୋକଙ୍କ ଆସ୍ଥା ଭାଜନ ହେବାରେ ଏହା କେତେ ସହାୟକ ହେବ ସମୟ କହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.