ଚୀନ ଏବେ ନଜର ପକାଇବାକୁ ସାହସ କରିବନି, ଲଦାଖ ଅଭିମୁଖେ ଖୁବ ଶୀଘ୍ର ବାହାରିବେ ଆଇଟିବିପିର ୫୦ କମ୍ପାନୀ
23/06/2020 at 5:35 PM

ନୂଆଦିଲ୍ଲୀ, ୨୩|୦୬: ଲଦାଖରେ ଚୀନ ସହ ଲାଗିଥିବା ଉତ୍ତେଜନା ମଧ୍ୟରେ ଭାରତ ଏବେ ଆଇଟିବିପି ଯବାନଙ୍କୁ ଏଲଏସିକୁ ପଠାଇବ । ଏନେଇ ଗୃହ ମନ୍ତ୍ରାଳୟ ଅତିଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛି । ସୂତ୍ରାନୁସାରେ, ଆଇଟିବିପର ୩୫ କମ୍ପାନୀ ଫୋର୍ସ ଏବେ ଦେଶର ବିଭିନ୍ନ ସ୍ଥାନରେ କରୋନା ମୁକାବିଲାରେ ନିୟୋଜିତ ଅଛନ୍ତି ।
ଆଇଟିବିପି ଯବାନଙ୍କୁ ଏଲଏସିରେ ମୁତଯନ କରାଯିବା ସହ ପୋଷ୍ଟ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ । ଏବେ ଜମ୍ମୁ-କାଶ୍ମୀରରେ ୧୫ କମ୍ପାନୀ ଫୋର୍ସ ଅନ୍ତରୀଣ ସୁରକ୍ଷାରେ ନିୟୋଜିତ ଥିଲେ । ସେମାନଙ୍କୁ ଲଦାଖ ପଠାଯାଇଛି । ମୋଟ୍ ୫୦ କମ୍ପାନୀ ଫୋର୍ସଙ୍କୁ ଲଦାଖ ପଠାଯିବ ।
ଏହା ମଧ୍ୟରେ ସେନାମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ୱଣେ ଦୁଇ ଦିନିଆ ଲେହ ଗସ୍ତ କରିଛନ୍ତି । ସେ ଲେହରେ ଆହତ ଯବାନଙ୍କୁ ଭେଚିବା ସହ ଏଲଏସିରେ ବର୍ତ୍ତମାନର ସ୍ଥିତି ପରକ୍ଷୀଛନ୍ତି । ସୂତ୍ରାନୁସାରେ, ସୋମବାର ଭାରତ ଓ ଚୀନ ମଧ୍ୟରେ ୧୧ ଘଣ୍ଟା ଧରି କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଏବେସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନାହିଁ ।