ବିପଦ ଆଣିଲେ ବିଏସ୍ଏଫ୍ ଅଫିସର : କରୋନା ପଜିଟିଭି ଅଫିସରଙ୍କ ପାଇଁ କ୍ୱାରାଣ୍ଟାଇନ୍ରେ ୫୦ଯବାନ
29/03/2020 at 8:52 AM

ନୂଆଦିଲ୍ଲୀ ୨୯।୦୩: ସାରାଦେଶରେ କରୋନା ଭାଇରସ ଧୀରେ ଧୀରେ ହୋଇ ବଢିବାର ଲାଗିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦୦ ପାର୍ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ତେବେ ମଧ୍ୟ ପ୍ରଦେଶର ଟିକନପୁରରେ ସୀମା ସୁରକ୍ଷା ବାହିନୀ ( ବିଏସଏଫ)ର ୫୦ ଯବାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ବିଏସଏଫର ଜଣେ ଅଧିକାରୀଙ୍କ ଠାରେ ପଜିଟିଭ୍ ମିଳିବା ପରେ ସମସ୍ତ ଯବାନଙ୍କ ଠାରେ କରୋନା ଭାଇରସ ସଂକ୍ରମଣ ଆଶଙ୍କାରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାର ଟିକନପୁର ବିଏସଏଫର ଏକ ଆଧୁନିକ ପ୍ରଶିକ୍ଷଣ କେନ୍ଦ୍ର ରହିଛି । ଏହି କେନ୍ଦ୍ରର ଜଣେ ଅଧିକାରୀଙ୍କୁ ଯାଞ୍ଚ ସମୟରେ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା । ଏହାପରେ ଅଧିକାରୀଙ୍କ ସଂମ୍ପର୍କରେ ଆସିଥିବା ସମସ୍ତ ୫୦ଜଣ ଅଧିକାରୀ ଓ ଯବାନମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ବିଏସଏଫର ଡାକ୍ତର ଏହି ଯବାନମାନଙ୍କର ସ୍ୱାସ୍ଥ୍ୟ ନିରୀକ୍ଷଣ କରୁଛନ୍ତି ।
ତେବେ ସୂଚନାନୁସାରେ ବିଏସଏଫ ଅଧିକାରୀଙ୍କ କରୋନା ପଜିଟିଭରେ ଆକ୍ରାନ୍ତ ଟିକନପୁରରେ ମୁତୟନ ଥିଲେ। ନିକଟରେ ତାଙ୍କ ସ୍ତ୍ରୀ ଲଣ୍ଡନରୁ ଫେରିଥିଲେ । ତେବେ ବିଏସ୍ଏଫ୍ ଅଧିକାରୀଙ୍କୁ ନିଜର ପତ୍ନୀଙ୍କ ଠାରୁ ସଂକ୍ରମଣ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ବିଏସଏଫର ଏହି ଅଧିକାରୀଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ବିଏସ୍ଏଫ୍ ଅଧିକାରୀଙ୍କ ସହ ଅନ୍ୟ ଅଧିକାରୀଙ୍କୁ ମଧ୍ୟ ଚିକିତ୍ସା ଜାରି ରହିଛି ।