Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଘର ବାହାରେ ପଡିଛି ୫୦ ଓ ୧୦୦ ଟଙ୍କିଆ ନୋଟ ଓ ଚିଠି, ଲେଖାଯାଇଛି ‘ମୁଁ କରୋନା ନେଇ ଆସିଛି’

12/04/2020 at 4:11 PM

ପାଟନା, ୧୨|୦୪:  ଲକଡାଉନ ସମୟରେ ବିଭିନ୍ନ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଲୋକମାନେ କଣ କରିବେ କଣ ନାହିଁ କିଛି ବୁଝିପାରୁ ନାହାଁନ୍ତି । ବିହାରର ସହରସାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ସଦର ଥାନା ଅଞ୍ଚଳରେ ଶନିବାର ସକାଳେ ଯେତେବେଳେ ଲୋକଙ୍କ ନିଦ ଭାଙ୍ଗିଥିଲା ଏକ ଘଟଣା ସେମାନଙ୍କୁ ବିସ୍ମିତ କରିଥିଲା । ଘରର କବାଟ ଖୋଲିବା ପରେ ବାହାରେ ଶହେ ଟଙ୍କିଆ ଓ ୫୦ ଟଙ୍କିଆ ନୋଟ ଦେଖିବାକୁ ପାଇଥିଲେ ।

ଏହି ଟଙ୍କା ସହ ଏକ ଚିଠି ମଧ୍ୟ ମିଳିଥିଲା । ମୁଁ କରୋନା ନେଇ ଆସିଛି, ଏବେ ସମସ୍ତଙ୍କୁ ହଇରାଣ କରିବି ବୋଲି ଲେଖାଯାଇଥିଲା । ଆହୁରି ମଧ୍ୟ ଦୈନିକ ଶହେ ଟଙ୍କା ନେଲେ ହଇରାଣ କରିବି ନାହିଁ ବୋଲି ମଧ୍ୟ ଲେଖାଯାଇଥିଲା । ଏହାକୁ ଦେଖିବା ପରେ ସ୍ଥାନୀୟ ଲୋକେ ଚକିତ ହୋଇଯାଇଥିଲେ । କାହାର ଘର ଆଗରେ ୧୦୦ ଓ କାହା ଘର ଆଗରେ ୫୦ ଟଙ୍କାର ନୋଟ ପଡିଥିଲା । ସେହିପରି ୫୦ ଟଙ୍କାର ନୋଟ ସହ ମିଳିଥିଲା ଚିଠିରେ ମଧ୍ୟ ସମାନ କଥା ଉଲ୍ଲେଖ ରହିଥିଲା ।

ସବୁ ଚିଠିର ହସ୍ତାକ୍ଷର ଏକା ପ୍ରକାର ଥିଲା । ଜଣେ ବ୍ୟକ୍ତି ହିଁ ଏପରି କରିଥିବା ସନ୍ଦେହ କରାଯାଉଛି । ଟଙ୍କା ଓ ଚିଠି ତିନିଜଣଙ୍କ ଘର ସାମ୍ନାର ରଖାଯାଇଥିଲା ।ଶୁକ୍ରବାର ରାତିରେ ମଧ୍ୟ କେହି ବ୍ୟକ୍ତି ଏପରି ଜାଣିଶୁଣି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସକୁ ସୂଚନା ଦିଆଯାଇଛି । ଏହାର ତଦନ୍ତ ଜାରି ରହିଛି ।ତେବେ ଏହି ଘଟଣାକୁ ନେଇ ମହିଳା ଓ ଶିଶୁମାନେ ଭୟଭୀତ ହୋଇ ରହିଛନ୍ତି । ଗ୍ରାମର ପୁରୁଷମାନେ କିନ୍ତୁ ଏହାକୁ ଏକ ମଜାକ ଭାବେ ନେଇଛନ୍ତି । ଏତତ୍ ବ୍ୟତୀତ ସଂକ୍ରମଣ ଭୟରେ ଲୋକମାନେ ଟଙ୍କାରେ ହାତ ମଧ୍ୟ ଲଗାଇ ନାହାଁନ୍ତି ।

   Related Posts