Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ହନୁ ମାଙ୍କଡର ଆତଙ୍କରାଜ, ଆକ୍ରମଣର ଶିକାର ହେଲେଣି ୫୦ରୁ ଅଧିକ ଗ୍ରାମବାସୀ

30/06/2019 at 12:18 PM

ବାରଙ୍ଗ ୩୦|୬:  ଭୁବନେଶ୍ବର ଉପକଣ୍ଠ ଅନ୍ଧାରୁଆ ଗାଁରେ ହନୁ ମାଙ୍କଡ ଆତଙ୍କରାଜ । ଗତ କିଛି ମାସ ହେଲା ହନୁ ମାଙ୍କଡ ଆକ୍ରମଣର ଶିକାର ହୋଇ ପ୍ରାୟ ୫୦ରୁ ଅଧିକ ଗ୍ରାମବାସୀ ଆହତ ହୋଇଥିବାବେଳେ ଏବେ ୫ଦିନ ହେଲା ୮ରୁ ୯ଜଣ ଆହତ ହୋଇ ହସ୍ପିଟାଲରେ ପହଞ୍ଚିଛନ୍ତି । ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ବନ ବିଭାଗ ଗାଁରେ ଏକ ଜନ୍ତା ରଖିଦେଇ ନିଜ ଦାୟିତ୍ବ ଶେଷ କରିଛନ୍ତି ।

ଚନ୍ଦକା ବନବିଭାଗର ଅବହେଳା ପାଇଁ ଗତ ୬ ମାସ ହେଲା ଅନ୍ଧାରୁଆ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି । ଗୋଟିଏ ହନୁ ଆକ୍ରମଣରେ ଗ୍ରାମର ୫୦ରୁ ଅଧିକ ଲୋକେ ଆହାତ ହେଲେଣି । ଏବେ ୫ଦିନରେ ପ୍ରାୟ ୮ଜଣରୁ ଅଧିକ ଲୋକେ ଆକ୍ରମଣର ଶିକାର ହୋଇ ଚିକିତ୍ସିତ ହୋଇଛନ୍ତି । ମାଙ୍କଡ ପାଇଁ ଏବେ ଗ୍ରାମରେ ଏକ ଆତଙ୍କ ସୃଷ୍ଟି ହୋଇଛି । ପ୍ରତିଦିନ ଲୋକେ ମାଙ୍କଡର ଶିକାର ହେଉଛନ୍ତି ।

ଚନ୍ଦକା ବନ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ ପରେ ବନବିଭାଗ ଏକ ଜନ୍ତା ଆଣି ଗ୍ରାମର ଏକ ଅର୍ଦ୍ଧନିର୍ମିତ ଘରେ ରଖି ଦେଇ ଆଉ ଦେଖାଦେଉ ନାହାନ୍ତି । ବନ ବିଭାଗର ଏପରି  ପଦକ୍ଷେପକୁ ଗ୍ରାମବାସୀ ପସନ୍ଦ କରୁନାହାନ୍ତି । ମାଙ୍କଡକୁ ଧରି ଗ୍ରାମରୁ ବାହାର କରିବା ପାଇଁ ଦାବି ହୋଇଛି ।

   Related Posts