୨୦୧୯ ରେ କେଉଁ ୫ଟି ରାଶିର ଭାଗ୍ୟ ଚମକିବ ଜାଣନ୍ତୁ

Published By : Prameya-News7 Bureau | December 20, 2018 IST

ଭୁବନେଶ୍ୱର ୨୦/୧୨ : ୨୦୧୮ ସାରିବାକୁ ବସିଲାଣି | ଆସୁଛି ୨୦୧୯ | ଆଉ ମାତ୍ର ୧୧ ଦିନ ପରେ ଆରମ୍ଭ ହେବ ବର୍ଷ ୨୦୧୯ | କିଛି ଲୋକଙ୍କୁ ଏହି ବର୍ଷ ବହୁତ ଖୁସି ଦେଇଥିବା ନିଶ୍ଚୟ | କିନ୍ତୁ କିଛି ଲୋକଙ୍କୁ ଦୁଃଖ ଯନ୍ତ୍ରଣା ମଧ୍ୟ ଭୋଗିଥିବେ | ଜ୍ୟୋତିଷଶାସ୍ତ୍ର ଗଣନା ଅନୁସାରେ ଆଗାମୀ ବର୍ଷ ୫ଟି ରାଶି ପାଇଁ ବିଶେଷ ଫଳଦାୟକ ରହିବ | ଆସନ୍ତୁ ଜାଣିବା ସେହି ୫ଟି ରାଶି କଣ କଣ ଏବଂ କିଭଳି ସେମାନେ ଲାଭବାନ ରହିବେ :


ବୃଷ - ଆଗାମୀ ବର୍ଷ ୨୦୧୯ ଆପଣଙ୍କ ପାଇଁ କିଛି ନୂଆ ହେବାର ସମ୍ଭାବନା ରହିଛି | ଆପଣଙ୍କ ଷ୍ଟାର କହିବାନୁଯାୟୀ ଆପଣ ନିଜର ବ୍ୟକ୍ତିତ୍ୱଏଅ ଅନ୍ୟ ଏକ ପକ୍ଷ ବିଷୟରେ ଜାଣିବାକୁ ପାଇବେ | ଆପଣ ନିଜ ଆତ୍ମବିଶ୍ୱାସ ଓ ସାହାସିକତାର ପରିଚୟ ଦେବେ | ପ୍ରେମ ସମ୍ପର୍କକୁ ନେଇ ଆଗାମୀ ବର୍ଷ ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ | ଆପଣଙ୍କ ଭିତରେ ଥିବା କିଛି କରିଦେଖେଇବାର ଇଛା ଆପଣଙ୍କୁ ସଫଳତାର ସୀମାରେ ପହଞ୍ଚାଇବ | 

{"id":65547}


ସିଂହ - ସିଂହ ରାଶି ବ୍ୟକ୍ତି ବିଶେଷଙ୍କୁ ବର୍ଷ ୨୦୧୯ ସକାରାତ୍ମକ ଫଳ ପ୍ରଦାନ କରିବ | ଆପଣ ଯେଉଁ କାମ କରିବେ ସେଥିରେ ସଫଳ ହେବେ | ଏହି ପରିବର୍ତ୍ତନ ଆପଣ ଜୀବନ ବଦଳାଇଦେବ | ଆପଣ ସ୍ବପ୍ନକୁ ପୁରା କରିବା ପାଇଁ ଜରୁରୀ ପଦକ୍ଷେପ ନେବେ | କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଆଗାମୀ ବର୍ଷ ଆପଣଙ୍କ ପାଇଁ ପ୍ରମୋସନର ସମ୍ଭାବନା ରହିଛି | ଆପଣଙ୍କୁ ଆପଣଙ୍କ ଜୀବନସାଥୀ ମଧ୍ୟ ମିଳିବାର ସମ୍ଭାବନା ରହିଛି | 

{"id":65548}


କନ୍ୟା - ଏହି ରାଶିର ବ୍ୟକ୍ତି ସ୍ୱଭାବ ଲାଜକୁଳା ହୋଇଥାଏ | ଆଗାମୀ ବର୍ଷ ୨୦୧୯ ରେ ଆପଣ ନିଜ ସୀମାରୁ ବାହାରି ନିଜକୁ ପ୍ରମାଣିତ କରିବାରେ ସଫଳ ହେବେ | ଯେଉଁମାନେ ନୂଆ ନୂଆ କ୍ୟାରିଅର ଆରମ୍ଭ କରିଛନ୍ତି ତାଙ୍କ ପାଇଁ ୨୦୧୯ ବିଶେଷ ସୁଫଳ ଆଣିବ | ଆଗାମୀ ବର୍ଷ ଆପଣଙ୍କ ଭାଗ୍ୟରେଖା ଚମକିବ | ପ୍ରେମ ସମ୍ପର୍କକୁ ନେଇ ଆପଣଙ୍କୁ ବିଧା ବିଘ୍ନର ସାମ୍ନା କରିବାକୁ ପଡିପାରେ | କିନ୍ତୁ ଶୀଘ୍ର ସମସ୍ତ ସମସ୍ୟା ସମାଧାନ ହୋଇଯିବ | 

{"id":65549}


ମକର - ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଆଗାମୀ ବର୍ଷ ସୁଫଳ ପ୍ରଦାନ କରିବ | ଏହି ରାଶିର ବ୍ୟକ୍ତି ସ୍ୱଭାବରେ ବହୁତ ସାହସୀ ହୋଇଥାନ୍ତି | କୌଣସି ଜିନିଷ ଆପଣଙ୍କର କୌଣସି ପ୍ରକାର କ୍ଷତି ଘଟାଇ ପାରିବନାହିଁ | ପ୍ରେମ ଏବଂ କ୍ୟାରିଅର ଉଭୟଙ୍କ ପାଇଁ ଆଗାମୀ ବର୍ଷ ଆପଣଙ୍କ ପାଇଁ ଶୁଭ | ୨୦୧୯ ଆପଣଙ୍କ ପାଇଁ ନୂଆ ନୂଆ ଉପଲବ୍ଧି ଆଣିବ | 

{"id":65550}


ମୀନ - ଯଦି ଆପଣ କୌଣସି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି ତାହେଲେ ୨୦୧୯ ଆପଣଙ୍କ ପାଇଁ ସୁନିଶ୍ଚିତ ସଫଳତା ଆଣିବ | ଆଗାମୀ ବର୍ଷ ଆପଣଙ୍କ ପାଇଁ ଏକ ଶିକ୍ଷା ସଦୃଶ୍ୟ ପ୍ରମାଣିତ ହେବ | ଆପଣଙ୍କ ପ୍ରତିଦ୍ବନ୍ଦୀ ଆପଣଙ୍କ ବିରୋଧରେ କୌଣସି ଷଡଯନ୍ତ୍ର ରଚନା କରିପାରନ୍ତି | କିନ୍ତୁ ଆପଣଙ୍କ କର୍ମ ଓ ଭାଗ୍ୟ ପାଖରେ ସମସ୍ତଙ୍କ ଷଡଯନ୍ତ୍ର ଫେଲ ମାରିବ | ସେଥିପାଇଁ ଆପଣ ଅଚିନ୍ତା ରୁହନ୍ତୁ | 

{"id":65551}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.