Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଆଜି ଶ୍ରାବଣ ମାସର ପ୍ରଥମ ଶନିବାର : ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ମାଲାମାଲ କରିବେ ଭଗବାନ ଶିବ

11/07/2020 at 12:55 PM

ଆଜି ଶ୍ରାବଣ ମାସର ପ୍ରଥମ ଶନିବାର। ହିନ୍ଦୁ ଧର୍ମରେ ଶ୍ରାବଣ ମାସର ପ୍ରଥମ ଶନିବାରର ବଡ଼ ମହତ୍ତ୍ବ ରହିଛି। ଶନି ଜାନୁୟାରୀ ୨୪ତାରିଖରେ ମକର ରାଶିରେ ଆସିଥିଲେ ଏବଂ ସେବେଠୁ ଧନୁ,ମକର ଏବଂ କୁମ୍ଭ ରାଶିରେ ଶନିର ସାଢ଼େସାତୀ ଚାଲିଛି। ୨୦୨୦ମସିହା ଆରମ୍ଭରୁ ଏହି ରାଶିମାନଙ୍କରେ ସଙ୍କଟର ସ୍ଥିତି ରହିଛି। ଜ୍ୟୋତିଷଙ୍କ କହିବା ଅନୁସାରେ ଭଗବାନ ଶିବଙ୍କ ଆଶୀର୍ବାଦରେ ଶ୍ରାବଣର ପ୍ରଥମ ଶନିବାର ଏହି ରାଶିଗୁଡ଼ିକର ସମୟ ବଦଳିପାରେ। ଶ୍ରାବଣ ମାସର ପ୍ରଥମ ଶନିବାର ଅନେକ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଖବର ନେଇ ଆସିପାରେ।

ମେଷ – ଧନହାନି ହେବାର ଯୋଗ ରହିଛି। ଏପରି କ୍ଷେତ୍ରରେ ଶ୍ରାବଣର ପ୍ରଥମ ଶନିବାର ଶନି ଦେବତାଙ୍କ ମନ୍ତ୍ର ଜପ କରିବା ଦ୍ବାରା ସମସ୍ୟା ଦୂର ହେବ। ସ୍ବାସ୍ଥ୍ୟ ପାଇଁ ଠିକ୍ ସମୟ ଆରମ୍ଭ ହୋଇ ଯାଇଛି,ଅଧୁରା କାମ ପୂରା ହେବ ଏବଂ ଆପଣଙ୍କ ସମ୍ମାନ ବୃଦ୍ଧି ହେବ। କୌଣସି ପ୍ରକାରର ମାନସିକ ଅଶାନ୍ତି ଚାଲୁଥିଲେ ଆଜିର ଦିନରେ ଦୂର କରିବାର ପ୍ରୟାସ କରନ୍ତୁ।

ବୃଷ – ଶ୍ରାବଣର ପ୍ରଥମ ଶନିବାର ବଡ଼ ଆର୍ଥିକ ଲାଭ ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବ। ବାଣୀ ପ୍ରତି ସଂଯମ ରଖନ୍ତୁ। କୌଣସି ରାଜ ବାହାରକୁ ଆସିବ କିମ୍ବା ବିଶ୍ବାସଘାତ ଭଳି ପରିସ୍ଥିତି ସୃଷ୍ଟି ହେବ ଯାହା ଦ୍ବାରା ବଡ଼ ଧରଣର କ୍ଷତି ହୋଇପାରେ। ପ୍ରେମ ଜୀବନରେ ମଧୁରତା ଆସିବ ଏବଂ ଆପଣଙ୍କ ସମ୍ପର୍କ ପୂର୍ବରୁ ଅଧିକ ମଧୁର ହେବ। ନୂଆ କାମ ଆରମ୍ଭ ପାଇଁ ଏହା ଭଲ ସମୟ।

ମିଥୁନ – ନୂଆ ଚାକିରୀ ମିଳିବାର ଯୋଗ ରହିଛି। ବ୍ୟବସାୟରେ ହଡ଼ବଡ଼ି କରନ୍ତୁ ନାହିଁ। ପାରିବାରିକ ସମସ୍ୟାର ସମାଧାନ ହେବ। ପାରିବାରିକ ଜୀବନ ପାଇଁ ଭଲ ସମୟ ରହିଛି। ପରିବାର ସହ ସୁଖକର ସମୟ ବିତାଇବେ। ଜୀବନରେ ପ୍ରେମ ବଜାୟ ରହିବ ଏବଂ ଆପଣଙ୍କ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ମଧୁର ହେବ। ନୂଆ କାମ ଆରମ୍ଭ କରିବା ପାଇଁ ଆପଣଙ୍କ ମନ ହେବ।

କର୍କଟ – କ୍ୟାରିୟରରେ ସଫଳତାର ଯୋଗ ରହିଛି। ହଠାତ୍ ଭଲ ଖବର ମିଳିବ। ସାମାନ୍ୟ ବିବାଦ ଦେଖା ଦେଇପାରେ। ଘର ଏବଂ ସମ୍ପତ୍ତି ସମସ୍ୟା ହୋଇପାରେ। ଜୀବନସାଥୀଙ୍କ ସହ ସମ୍ପର୍କ ପୂର୍ବରୁ ଅଧିକ ମଜବୁତ ହେବ। ସହଯୋଗୀ ଦ୍ବାରା ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ।

ସିଂହ : ଅଧିକ ଖର୍ଚ୍ଚ ହେବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଶନି ମନ୍ତ୍ର ଜପ କରନ୍ତୁ। ଏହି ସମୟରେ ଆପଣଙ୍କୁ ବହୁତ ଅଧିକ ଦାୟିତ୍ବ ନିର୍ବାହ କରିବାକୁ ପଡ଼ିପାରେ। ଅବସାଦରେ ରହି ପାରନ୍ତି। କୌଣସି ପ୍ରକାରର ମାନସିକ ମତଭେଦ ଦୂର କରିବା ପାଇଁ ସମୟ ଭଲ ରହିଛି। ଭଲ କଥା କୁହନ୍ତୁ। କାମ ଦୃଷ୍ଟିକୋଣରୁ ସମୟ ଆପଣଙ୍କ ସହ ରହିଛି।

କନ୍ୟା – ଜୀବନସାଥୀଙ୍କୁ ଆର୍ଥିକ ଲାଭ ହେବ,କ୍ୟାରିୟରରେ ସୁଧାର ହେବ। ଅନାବଶ୍ୟକ ଦାୟିତ୍ବ ନିଅନ୍ତୁ ନାହିଁ। ଏକାକୀପଣ ଅନୁଭବ କରିବେ। ଭାଇ-ଭଉଣୀ ସହ ସମ୍ପର୍କରେ ସୁଧାର ଆସିବ। ପରସ୍ପର ପ୍ରତି ସମର୍ପଣ ଭାବ ଆସିବ। କାର୍ଯ୍ୟକ୍ଷେତ୍ର ହିସାବରେ ସମୟ ଖାସ୍ ନାହିଁ।

ତୁଳା – କୌଣସି ପରିଜନଙ୍କ ସ୍ବାସ୍ଥ୍ୟ ଚିନ୍ତା ଘାରିବ। ଦାୟିତ୍ବ ଉଠାଇବାକୁ ପଡ଼ିପାରେ। ସଂଯମ,ଧୈର୍ଯ୍ୟ ରଖନ୍ତୁ। କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିପାରେ। ବୈବାହିକ ଜୀବନରେ ଅଶାନ୍ତି ଦେଖା ଦେଇପାରେ। ଆପଣଙ୍କ ସମ୍ପର୍କ ପୂର୍ବ ଅପେକ୍ଷା ଭଲ ରହିବ ଏବଂ ଜୀବନସାଥୀ ସହ ସୁନ୍ଦର ସମୟ ବିତାଇ ପାରିବେ।

ବିଛା – ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଧନ ପ୍ରାପ୍ତି ହୋଇପାରେ। କ୍ୟାରିୟରରେ ପରିବର୍ତ୍ତନ ହେବ। ଅନେକ ଜିନିଷ ଉପରେ ଆପଣ ଆଧ୍ୟାତ୍ମିକ ଦୃଷ୍ଟିରେ ଆଗକୁ ବଢ଼ିବେ। ଆପଣଙ୍କୁ ନିଜ ମାଆ କିମ୍ବା ମାଆଙ୍କ ଭଳି କୌଣସି ମହିଳାଙ୍କ ପୂର୍ଣ୍ଣ ସୁଖ ପ୍ରାପ୍ତ ହେବ। ନିଜ ସମ୍ପର୍କରେ ପୂର୍ବରୁ ଅଧିକ ଘନିଷ୍ଠତା ପାଇବେ। ପରସ୍ପର ପ୍ରତି ଆପଣଙ୍କ ସମର୍ପଣ ବଢ଼ିବ। ନୂଆ କାମ ଆରମ୍ଭ କରିବେ।

ଧନୁ – ବ୍ୟର୍ଥ ଚିନ୍ତା ହୋଇପାରେ  । ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। କାମରେ ଦାୟିତ୍ବହୀନ ହୁଅନ୍ତୁ ନାହିଁ। ଜୀବନରେ ଭଲ ନିୟନ୍ତ୍ରଣ ରହିବ। ଜୀବନର ଅନେକ ମୁଦ୍ଦାକୁ ଆପଣ ସହଜରେ ସମାଧାନ କରି ପାରିବେ। ଆପଣଙ୍କ ସମ୍ପର୍କ ପୂର୍ବ ଅପେକ୍ଷା ଭଲ ରହିବ ଏବଂ ଜୀବନସାଥୀଙ୍କ ସହ ନିଜ ବିଚାରଧାରାକୁ ସ୍ପଷ୍ଟ କରି ପାରିବେ। କାର୍ଯ୍ୟକ୍ଷେତ୍ରରୁ ଲାଭ ହେବ।

ମକର- ଛୋଟ ଯାତ୍ରାର ଯୋଗ ରହିଛି। କ୍ୟାରିୟରରେ ଦାୟିତ୍ବ ବଢ଼ିବ। ଭ୍ରମରୁ ଦୂରେଇ ରହିବେ। ପାର୍ଟନରଶିପ ସହ ଜଡ଼ିତ ଆପଣଙ୍କ ଜୀବନର ଅନେକ ଗୁରୁତ୍ବପୂର୍ଣ୍ଣ ମୁଦ୍ଦା ସ୍ଥିର ହେବ ଯେଉଁଥିରେ ଆପଣଙ୍କୁ ସଫଳତା ହାସଲ ହେବ। ସମ୍ପର୍କ ଦୃଷ୍ଟିକୋଣରୁ ଏହି ସମୟ ସର୍ବଶ୍ରେଷ୍ଠ। ପରସ୍ପର ପ୍ରତି ଆପଣଙ୍କ ପ୍ରେମ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଏବେ କୌଣସି ପ୍ରକାରର ସୁଧାର ଆସିବ ନାହିଁ।

କୁମ୍ଭ – ଦୀର୍ଘ ଦିନରୁ ଚାଲି ଆସୁଥିବା ସମସ୍ୟା ଦୂର ହେବ। ଧନ ଲାଭର ଯୋଗ ରହିଛି। ସ୍ବାସ୍ଥ୍ୟରେ ସୁଧାର ଆସିବ। ଜୀବନକୁ ଅନୁଶାସିତ କରିବେ। ଈଶ୍ବରଙ୍କ କୃପା ମିଳିବ। ଧୈର୍ଯ୍ୟ ହରାଇବା ଦ୍ବାରା ସବୁବେଳେ କ୍ଷତି ହେବ। ଅନେକ ଜିନିଷର ଜୀବନରେ ସନ୍ତୁଳନ ରହିବ ନାହିଁ। ସମ୍ପର୍କ ପ୍ରତି ଆପଣ ଅବସାଦିତ ହେବେ। ନିଜ ଜୀବନସାଥୀଙ୍କ ସ୍ବାସ୍ଥ୍ୟ ଚିନ୍ତା ଆପଣଙ୍କୁ ଘାରିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପୂର୍ଣ୍ଣ ନିୟନ୍ତ୍ରଣ ରହିବ।

ମୀନ – ସ୍ବାସ୍ଥ୍ୟରେ ସୁଧାର ଆସିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବିବାହ ସ୍ଥିର ହୋଇପାରେ। ଆପଣଙ୍କୁ ଆଜି ଆର୍ଥିକ ସମସ୍ୟା ଘାରିପାରେ। ଟଙ୍କା ସହ ଜଡ଼ିତ କୌଣସି ମାମଲା ଆପଣଙ୍କୁ ଚିନ୍ତିତ କରିପାରେ। ଆପଣଙ୍କ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ଘନିଷ୍ଠ ହୋଇପାରେ। ଜୀବନସାଥୀଙ୍କ ସହ ଆପଣ ଏକ ଭିନ୍ନ ପ୍ରକାରର ବନ୍ଧୁତା ଅନୁଭବ କରିବେ। କର୍ମକ୍ଷେତ୍ରରେ ସୁଧାର ଆସିପାରେ।

   Related Posts